ଚିଲିକାରେ ନୂଆ ରେକର୍ଡ, ୧୨ ଲକ୍ଷରୁ ଅଧିକ ବିଦେଶୀ ପକ୍ଷୀଙ୍କ ସମାଗମ

ଚିଲିକା: ଚିଲିକାର ନୂଆ ରେକର୍ଡ । ଚଳିତବର୍ଷ ଚିଲିକା ଆସିଛନ୍ତି ୧୨ ଲକ୍ଷରୁ ଅଧିକ ବିଦେଶୀ ପକ୍ଷୀ । ବନ ବିଭାଗ ପକ୍ଷରୁ ହୋଇଥିବା ପକ୍ଷୀଗଣନାରେ ସାମ୍ନାକୁ ଆସିଛି ଏହି ଉତ୍ସାହଜନକ ଖବର । ଗତବର୍ଷ ଚିଲିକାକୁ ୧୧ଲକ୍ଷରୁ ଅଧିକ ବିଦେଶୀ ପକ୍ଷୀ ଆସିଥିଲେ । ତେବେ ଚଳିତବର୍ଷ ଏହି ସଂଖା ବୃଦ୍ଧି ପାଇ ୧୨ ଲକ୍ଷ ପାର୍‌ କରିଛି । ଲଗାତାର ଭାବେ ଅତିଥି ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିଲିକା ପାଇଁ ଏହା ଏକ ଶୁଭ ଖବର ବୋଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ସିଇଓ ସୁଶାନ୍ତ ନନ୍ଦ କହିଛନ୍ତି ।

୧୯୦ ପ୍ରଜାତିର ମୋଟ ୧୨ ଲକ୍ଷ ୪୨ ହଜାର ୮୨୬ ପକ୍ଷୀ ଚିଲିକା ଆସିଛନ୍ତି । ସେମଧ୍ୟରେ ୧୧୧ ପ୍ରଜାତିର ୧୨ ଲକ୍ଷ ୪ ହଜାର ୩୫୧ ବିଦେଶାଗତ ପକ୍ଷୀ ଥିବା ବେଳେ, ୭୯ ପ୍ରଜାତିର ୩୮ ହଜାର ୪୭୫ ଦେଶୀୟ ପକ୍ଷୀ ଚିଲିକା ଆସିଛନ୍ତି । ଯାହା ପୂର୍ବ ବର୍ଷ ଅପେକ୍ଷା ୧ ଲକ୍ଷ ୩୭ ହଜାର ୭୮୬ ଅଧିକ । ତେବେ ଏଥର ଅଧିକ ୬ ପ୍ରଜାତିର ପକ୍ଷୀ ଚିଲିକା ଆସିଛନ୍ତି । ଲଗାତାର ଭାବେ ଅତିଥି ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିଲିକା ପାଇଁ ଏହା ଏକ ଶୁଭ ଖବର ବୋଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ସିଇଓ ସୁଶାନ୍ତ ନନ୍ଦ କହିଛନ୍ତି ।

Leave a Reply