ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାମୁଁ ଘରକୁ ନେଇ ବଢ଼ିଲା ବିବାଦ । ନିଆଳି ମାଧବରୁ କାହିଁକି ଆସିଲା ଅଷ୍ଟମୀ ଭାର ?

ପୁରୀ : ଶ୍ରୀଜଗନ୍ନାଥଙ୍କ ମାମୁଁ ଘର କେଉଁଠି ? ପ୍ରଥମାଷ୍ଟମୀରେ କିଛି ଏଭଳି ଅସମାହିତ ପ୍ରଶ୍ନକୁ ନେଇ ଶ୍ରୀକ୍ଷେତ୍ର ସରଗରମ । ବିବାଦ ମଧ୍ୟ ଦେଖାଦେଲାଣି । ଶ୍ରୀଜଗନ୍ନାଥଙ୍କ  ସେଭଳି କୌଣସି ମାମୁଁ ଘର ଥିବା ତଥ୍ୟ ସତ୍ଵଲିପି ଏବଂ ଇତିହାସ ରେ ବର୍ଣ୍ଣିତ ନଥିବା ମନ୍ଦିର ପ୍ରଶାସନ ଓ ଗବେଷକ ମାନେ ମତ ରଖିଛନ୍ଥିତି । ନିଆଳି ମାଧବାନନ୍ଦ ଜୀଉଙ୍କ ପକ୍ଷରୁ ମାମୁଁଘର ବୋଲି ଦାବି ଭିତ୍ତିହୀନ । ତେବେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରକୃତ ମାମୁଁ ଘର କେଉଁଠି ଏହା ଉପରେ ଅଧିକ ଗବେଷଣା କରାଯିବାର ଆବଶ୍ୟକତା ଥିବା ଦାବି ଉଠାଇଛନ୍ତି ସେବାୟତ ।

ଜଗତସିଂହପୁରର ନିଆଳି ମାଧବ ମନ୍ଦିରରୁ ମାଧବାନନ୍ଦ ଜୀଉ ବିକାଶ ପରିଷଦ ପକ୍ଷରୁ ଆଜି ପ୍ରଥମାଷ୍ଟମୀ ଅବସରରେ ନୂତନ ପଢ଼ୁଆଁ ବସ୍ତ୍ର ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଲାଗି କରାଇବା ପାଇଁ ଗତକାଲି ଅନୁଷ୍ଠାନ ପକ୍ଷରୁ ବିଶାଳ ଶୋଭାଯାତ୍ରାରେ ପ୍ରଦାନ କରାଯାଇଥିଲା  । ନିଆଳି ମାଧବାନନ୍ଦ ଜୀଉ ମନ୍ଦିର ପକ୍ଷରୁ  ଶ୍ରୀଜଗନ୍ନାଥଙ୍କ ମାମୁଁଘର ନିଆଳି ବୋଲି ଦାବି ହେବା ପରେ ବଢ଼ିଥିଲା ବିବାଦ । ଶ୍ରୀମନ୍ଦିର ସତ୍ଵଲିପି ଅଥବା ଇତିହାସରେ ଶ୍ରୀଜଗନ୍ନାଥଙ୍କ ସେଭଳି କୌଣସି ମାମୁଁ ଘର ନଥିବା ଗବେଷକ କହିଛନ୍ତି । ମାମୁଁଘର ବୋଲି ଦାବି କରୁଥିବା ନିଆଳି ମାଧବ ମନ୍ଦିରଙ୍କର ପ୍ରକୃତ ପକ୍ଷେ ଶ୍ରୀମନ୍ଦିର ସହିତ କୌଣସି ସମ୍ପର୍କ ନଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରଂବ୍ରହ୍ମ ହୋଇଥିବାରୁ ତାଙ୍କର ମାମୁଁଘରକୁ ନେଇ ସେଭଳି କୌଣସି ତଥ୍ୟ ମାଦଳାପାଞ୍ଜି ଅଥବା ସତ୍ଵଲିପିରେ ନଥିବା କଥା ଗବେଷକ ମତ ରଖିଛନ୍ତି |

ଏପରିକି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ନିଆଳି ମାଧବ ମନ୍ଦିରରୁ ଆସିଥିବା ପଢ଼ୁଆଁ ବସ୍ତ୍ରକୁ ଦାନ ହିସାବରେ ଗ୍ରହଣ କରାଯାଇ ଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହଯାଇଛି । ଅନ୍ୟପଟେ ଶ୍ରୀଜଗନ୍ନାଥଙ୍କ ଭାଇଆଳି ସେବକ ଭାବେ ପରିଚିତ ଦଇତାପତି ମାନେ ମଧ୍ୟ  ମାମୁଁଘର ନିଆଳିରେ ଥିବା ନେଇ ପ୍ରଶ୍ନ ଉଠାଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଅନୁସନ୍ଧାନ କରିବାକୁ ଦାବି କରାଯାଇଛି  ।  ଏପରିକି ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରାନଯାଇ ପ୍ରକୃତ ତଥ୍ୟ ଉନ୍ମୋଚନ ପାଇଁ ମନ୍ଦିର ପ୍ରଶାସନ ପ୍ରଚେଷ୍ଟା କରିବାକୁ ସେବାୟତ ଦାବି କରିଛନ୍ତି ।

ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ପରମ୍ପରା ସାରା ବିଶ୍ୱରେ  ଅନନ୍ୟ ହୋଇଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ  ଭାବାବେଗକୁ ଭ୍ରମିତ କଲା ଭଳି କୌଣସି ତଥ୍ୟ ପ୍ରକାଶ କରିବା ଉଚିତ ନୁହଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି  । ଏବେ ଆହୁରି ଅନେକ ପ୍ରଶ୍ନ ମଧ୍ୟ ସାମ୍ନାକୁ ଆସିଲାଣି । ଯଦି ନିଆଳିରେ ମହାପ୍ରଭୁଙ୍କର ମାମୁଁଘର ନୁହେଁ ତେବେ ସେଠାରୁ ଭାର ଆସିଲା କାହିଁକି ? ଆଗରୁ କେବେବି ଏଭଳି ଭାର ଶୋଭାଯାତ୍ରାରେ ଆସିବା କେହି ଦେଖିନଥିବା ବେଳେ ଏଥର ଏମିତି କେଲା କାହିଁକି ? ଏହା ମହାପ୍ରଭୁଙ୍କ ସଂପର୍କିତ ରୀତିନୀତିକୁ ଭ୍ରମିତ କରିବାକୁ କରାଯାଇନି ତ ? ଶ୍ରୀମନ୍ଦିର ପ୍ରଶାସନ ଏହା ବିରୋଧରେ କିଛି ପଦକ୍ଷେପ ନେବ ନା ନାହିଁ ?

ମହାପ୍ରଭୁଙ୍କ ମାମୁଁଘର ସଂପର୍କିତ ତଥ୍ୟ ହାସଲ ପାଇଁ ଅଧିକ ଗବେଷଣା ହେବ କି ?

Leave a Reply