ବାଧ୍ୟତାମୂଳକ ହେଲା ଓଡ଼ିଆ ନାମଫଳକ: ନହେଲେ ଗଣିବେ ତଣ୍ଡ

1 min read

ଭୁବନେଶ୍ୱର: ରାଜ୍ୟର ସବୁ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମ ଫଳକ ବାଧ୍ୟତାମୂଳକ । ନଚେତ ୧ ହଜାର ଟଙ୍କାରୁ ଆରମ୍ଭ କରି ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ପଡ଼ିବ । ଦୋକନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ- ୧୯୫୬କୁ କଡ଼ାକଡି କରିଛନ୍ତି ରାଜ୍ୟ ସରକାର । ଏହି ଆଇନ୍‌ ଅନୁଯାୟୀ ସବୁ ଦୋକନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମ ଫଳକ ଲଗାଯିବା ବାଧ୍ୟତାମୂଳକ କରାଯାଇଛି । ନିୟମ ଅବମାନନା କଲେ, ଅର୍ଥଦଣ୍ଡର ବ୍ୟବସ୍ଥା ଥିବା ସକରାର ସୂଚନା ଦେଇଛନ୍ତି । ପ୍ରଥମଥର ଆଇନ ଉଲ୍ଲଙ୍ଘନ କଲେ ୧ ହଜାରରୁ ୫ ହଜାର ପର୍ଯ୍ୟନ୍ତ ଜରିମାନା ଗଣିବେ । ଦ୍ୱିତୀୟ ଥର ନିୟମ ଉଲ୍ଲଙ୍ଘନ କଲେ ୨ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଗଣିବେ । ଏନେଇ ସଚେତନ କରିବା ଓ ଅଭିଯ଼ୋଗ କରିବା ପାଇଁ ଓ୍ୱେବ୍‌ ପୋର୍ଟାଲ ‘ଓଡ଼ିଆ ଫଳକ’ ଲୋକାର୍ପିତ ହୋଇଛି  । ଖାରବେଳ ଭବନରେ ପୋର୍ଟାଲକୁ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ସୁଶାନ୍ତ ସିଂ ଲୋକର୍ପଣ କରିଛନ୍ତି । www. odiaphalaka.odisha.gov.inରେ ଅଭିଯ଼ୋଗ କରାଯାଇପାରିବ ।

Leave a Reply