ଉପ ନିର୍ବାଚନ ପାଇଁ କଂଗ୍ରେସ କଳି: ବାଲେଶ୍ୱରରୁ କିଏ ?

ଭୁବନେଶ୍ୱର: ଉପ ନିର୍ବାଚନ ପାଇଁ କଂଗ୍ରେସ କଳି ଆରମ୍ଭ ହୋଇଗଲାଣି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ବାଲେଶ୍ବର ସଦର ବିଧାନସଭା ଆସନ ପାଇଁ ପାର୍ଥୀ ହେବେ କି ନାହିଁ, ତାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦଳର ଦୁଇ ବିଧାୟକ ତଥା ଉପନିର୍ବାଚନ ଦାୟିତ୍ବରେ ଥିବା ପର୍ଯ୍ୟବେକ୍ଷକ । ବାଲେଶ୍ବର ଦାୟିତ୍ବରେ ଥିବା ତାରା ପ୍ରସାଦ ବାହିନୀପତି କହିଛନ୍ତି, ନବଜ୍ୟୋତି ପଟ୍ଟନାୟକ ନିର୍ବାଚନ ଲଢିବା ପାଇଁ ରାଜି ନୁହନ୍ତି ।

ତେଣୁ ଦଳ ଅନ୍ୟ ତିନି ଆଶାୟୀଙ୍କ ଉପରେ ବିଚାରବିମର୍ଶ କରୁଛି । ସେପଟେ ତିର୍ତ୍ତୋଲ ଦାୟିତ୍ବରେ ଥିବା ସୁର ରାଉତରାୟ କହିଛନ୍ତି ଯେ, ନବଜ୍ୟୋତି ହିଁ ବାଲେଶ୍ବରରୁ ପ୍ରାର୍ଥୀ ହେବା ଫାଇନାଲ  । ଯେଉଁଥିପାଇଁ ଲୋକଙ୍କୁ ସହାୟତା ଓ ରିଲିଫ ବାଣ୍ଟୁଛନ୍ତି । ଏହି ଦୁଇ ନେତା ନବଜ୍ୟୋତିଙ୍କ ପାର୍ଥିତ୍ବକୁ ନେଇ ମୁହାଁମୁହିଁ ହେବା ପରେ ଖୋଦ ନବଜ୍ୟୋତି ମୁହଁ ଖୋଲିଛନ୍ତି ।

କହିଛନ୍ତି, କଂଗ୍ରେସ ସଂଗଠନ ଦୁର୍ବଳ ଅଛି,୨୦୧୯ ନିର୍ବାଚନରେ ଏହା ସ୍ପଷ୍ଟ ହୋଇଛି । ତେଣୁ ସଂଗଠନ ମଜବୁତ କରିବା ସହ ଜଣେ କର୍ମୀ ଭାବରେ ଲଢ଼ିବାକୁ କହିଛନ୍ତି ।ନବଜ୍ୟୋତି ନିଜେ ଦାବିଦାରୀ ରଖିବା ପରେ ଏବେ ଦେଖିବାରେ ଅଛି କଂଗ୍ରେସରେ ନିରଞ୍ଜନ ବିରୋଧୀଙ୍କ ଆଭିମୁଖ୍ୟ କଣ ରହିବ । କଂଗ୍ରେସ ଏକମତ ହୋଇ ନବଜ୍ୟୋତିଙ୍କୁ ସମର୍ଥନ କରିହ କି ନାହିଁ ତାହା ଦଳ ପାଇଁ ଏକ ବଡ଼ ଆହ୍ୱାନ ।

Leave a Reply