‘ଅଭ୍ୟାସ’ର ସଫଳ ପରୀକ୍ଷଣ, ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ

1 min read

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ପରୀକ୍ଷା ହେଲା ଚାଳକ ବିହୀନ ଏୟାରକ୍ରାଫ୍ଟ ‘ଅଭ୍ୟାସ’ । ଏହାର ସଫଳ ପରୀକ୍ଷଣ ନେଇ ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହାର ସର୍ବାଧିକ ଗତି ଘଣ୍ଟା ପ୍ରତି ୬୧୭ କିଲୋମିଟର ରହିଛି । ୧୬ ହଜାର ଫୁଟ ଉପରେ ୪୫ ମିନିଟ ପର୍ଯ୍ୟନ୍ତ ଉଡାଣ ଭରିପାରିବ ‘ଅଭ୍ୟାସ’ । ଏହାର ଲମ୍ବ ୨୩୮୫ ମିଲିମିଟର, ମୋଟେଇ ୧୮୦ ମିଲିମିଟର ଓ ଓଜନ ୭୫ କିଲୋଗ୍ରାମ ରହିଛି । ହାଇସ୍ପିଡ ଏକ୍ସପେଣ୍ଡେବଲ ଏରିଅଲ ଟାର୍ଗେଟ(HEAT) ଅଭ୍ୟାସ ।

ପରୀକ୍ଷଣ କାଳରେ ଦୁଇଟି ବିମାନ ଉଡ଼ିଥିଲେ । DRDO ସୂତ୍ର ଅନୁସାରେ ଏହି ଚାଳକ ବିହୀନ ବିମାନକୁ ଶତୃ ମିଶାଇଲକୁ ଟାର୍ଗେଟ କରିବାରେ ବ୍ୟବହାର କରାଯାଇପାରିବ । DRDOର ଏରୋନୋଟିକାଲ ଡେଭେଲୋପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (ADE) ବିକଶିତ କରିଛି ।

Leave a Reply