ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର: ଖର୍ଚ୍ଚ ହେବ ୩ ହଜାର କୋଟି

ଭୁବନେଶ୍ୱର: ପାରାଦୀପ ବନ୍ଦରର ହେବ ବିଶ୍ୱସ୍ତରୀୟ । ବନ୍ଦରରେ ଓ୍ୱେଷ୍ଟର୍ଣ୍ଣ ଡକ୍ ନିର୍ମାଣ ହେବ । ଯାହା ଫଳରେ ବନ୍ଦରକୁ କେପ୍ ସାଇଜ୍ ଭେସେଲ ଆସିପାରିବ । କମ୍ ସମୟ ମଧ୍ୟରେ ଅଧିକ ମାଲ ପରିବହନ ନେଇ ବଡ଼ ଜାହାଜ ନିର୍ମାଣ ଚାଲିଛି । ହେଲେ ସେ ସବୁ ଡକ୍ ମଧ୍ୟକୁ ଆସିପାରୁନଥିବାରୁ ନୂଆ ଡକ୍ ନିର୍ମାଣ କରାଯିବ । ଏହି ନୂଆ ଡକ୍ ନିର୍ମାଣ ପରେ ବନ୍ଦରକୁ ଆସିପାରିବ ବୃହତକାୟ ଜାହଜ ।  ଏହି ନବୀକରଣ ଓ ବିଶ୍ୱସ୍ତରୀୟ ବନ୍ଦର ନିର୍ମାଣ ପାଇଁ ଖର୍ଚ୍ଚ ହେବ ୩୦୦୪.୬୩ କୋଟି ଟଙ୍କା । ଏ ସମ୍ପର୍କିତ ପ୍ରସ୍ତାବକୁ ମିଳିଛି କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ପରାଦୀପ ବନ୍ଦର ବିକାଶିତ ହେଲେ ପୂର୍ବ ଭାରତର ଉନ୍ନତି ସମ୍ଭବ ବୋଲି କହିଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡିଭିୟ ।

ଏଥିସହିତ ପଢ଼ନ୍ତୁ: କୋଭିଡ ଭ୍ୟାକ୍ସିନ୍ ଡ୍ରାଏ ରନ୍‌ ଲାଗି ଓଡ଼ିଶା ପ୍ରସ୍ତୁତ

Leave a Reply