ସରକାରୀ ଅଫିସରେ ନୂଆବର୍ଷ କଟକଣା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସରକାରୀ ଅଫିସଗୁଡ଼ିକରେ ନୂଆବର୍ଷ ପାଳନ ନେଇ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । କୌଣସି ସ୍ଥାନରେ ଭିଡ଼ ନଜମାଇ ଉଦ୍ଦିଷ୍ଟ ନିୟମାବଳୀକୁ ପାଳନ କରିବା ପାଇଁ ଚେତାବନୀ ଦିଆଯାଇଛି । ଏହାଛଡ଼ା ପରସ୍ପରକୁ ଭେଟି ଶୁଭେଚ୍ଛା ଜଣାଇବା ବଦଳରେ ଇଣ୍ଟରନେଟ୍‌ ତଥା ଭର୍ଚୁଢଆଲ୍‌ ମାଧ୍ୟମରେ ଶୁଭେଚ୍ଛା ଜଣାଇବାକୁ କୁହାଯାଇଛି ।

ସାଧାରଣ ପ୍ରଶାସନ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ‘ଜାନୁଆରୀ ପହିଲା ଦିନ ଏକାଠି ଗୋଷ୍ଠୀ ହୋଇ ବୁଲିବା ଏବଂ କୌଣସି ସମାବେଶ କରିବା ବାରଣ ହୋଇଛି । ସରକାରୀ କମର୍ଚାରୀମାନେ ସେମାନଙ୍କ ସହକର୍ମୀ ଓ ଉପରିସ୍ଥ ଅଧିକାରୀଙ୍କୁ ଭେଟି ଶୁଭେଚ୍ଛ ଜଣାଇବା ବଦଳରେ ଭର୍ଚୁଆଲ ମାଧ୍ୟମ ବ୍ୟବହାର କରନ୍ତୁ’ ।
ପୂର୍ବରୁ ସରକାର ଜାରି କରିଥିବା ମାର୍ଗଦର୍ଶିକାକୁ ପାଳନ କରିବାକୁ ଏଠାରେ ସୂଚାଇ ଦିଆଯାଇଛି । ଏହି ମାର୍ଗଦର୍ଶିକା ଆମକୁ ଭୟରାବହତାକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଛି । ଏଣୁ ଆମକୁ ଏହା ମାନିବାକୁ ହେବ ବୋଲି ଏଥିରେ କୁହାଯାଇଛି ।

Leave a Reply