୨୦୨୦ରୁ ଆହୁରି ଭୟଙ୍କର ହେବ ୨୦୨୧

ଆଉ କିଛି ଦିନ ପରେ ନୂତନ ଆଶାର କିରଣ ଓ ଉଦ୍ଦୀପନା ନେଇ ଆସୁଛି ନୂଆ ବର୍ଷ। ସମସ୍ତେ ନବ ବର୍ଷକୁ ବହୁତ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ୨୦୨୦ ବର୍ଷ ଉପରେ ଯେମିତି କାହାର ଅଭିଶାପ ପଡ଼ିଯାଇଥିଲା। ଗୋଟିଏ ପରେ ଗୋଟିଏ ବିପଦ ମାଡ଼ିଆସିଥିଲା। କରୋନା ମହାମାରୀରେ ପାଖାପାଖି ଏକବର୍ଷ ବ୍ୟତିବସ୍ତ ଜୀବନ ବିତାଇବା ପରେ ଲୋକମାନେ ୨୦୨୧ ମଙ୍ଗଳଦାୟକ ହେବ ବୋଲି କାମନା କରୁଛନ୍ତି। ଆଉ ଏଥିପାଇଁ ସାରା ବିଶ୍ୱ ପ୍ରାର୍ଥନା ମଧ୍ୟ କରୁଛି।

୨୦୨୧କୁ ନେଇ ସାରା ବିଶ୍ୱର ବହୁ ଜ୍ୟୋତିଷ ନାନା ଭବିଷ୍ୟବାଣୀ କରିଛନ୍ତି। କିନ୍ତୁ ବୁଲଗେରିଆର ବହୁ ଚର୍ଚ୍ଚିତ ବାବା ବେଙ୍ଗାଙ୍କ ଭବିଷ୍ୟବାଣୀ ଲୋକମାନଙ୍କୁ ପୁଣି ଥରେ ଆତଙ୍କିତ କରିଦେଇଛି। ବାବା ଭେଙ୍ଗା ଆଗରୁ ଅନେକ ଐତିହାସିକ ଘଟଣା ଉପରେ କରିଥିବା ଭବିଷ୍ୟବାଣୀ ମଧ୍ୟ ସତ ପ୍ରମାଣିତ ହୋଇଛି। ମୃତ୍ୟୁ ପୂର୍ବରୁ ସେ ସାଭିଏ୍ ୟୁନିୟନର ବିଭାଜନ, ପ୍ରିନ୍ସସେସ୍ ଡାଏନାଙ୍କ ମୃତ୍ୟୁ, ଚେର୍ନୋବିଲର ବିପର୍ଯ୍ୟୟ ଓ ଜାପାନର ସୁନାମୀ ପରି ଐତିହାସିକ ଭବିଷ୍ୟତବାଣୀ କରିଥିଲେ।

୧୯୧୧ର ଜନ୍ମିତ ବାବା ଭାଙ୍ଗାଙ୍କ ଦୃଷ୍ଟି ଶକ୍ତି ମାତ୍ର ୧୨ ବର୍ଷ ବୟସରୁ ଚାଲିଯାଇଥିଲା। ତାଙ୍କର ମୃତ୍ୟୁ ୧୯୯୬ରେ ହୋଇଯାଇଛି ସତ କିନ୍ତୁ ଆଗାମୀ ଅନେକ ବର୍ଷ ପାଇଁ ସେ ଭବିଷ୍ୟତବାଣୀ କରିଯାଇଛନ୍ତି। ୫୦୭୯ରେ ଦୁନିଆର ଅନ୍ତ ହୋଇଯିବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। ହେଲେ ଏହାପୂର୍ବରୁ ଆଗୀମୀ ବର୍ଷ ଅଥାର୍ତ ୨୦୨୧ରେ କିଛି ଏମିତି ଘଟଣା ସବୁ ଘଟିବ ଯାହା ଜାଣିଲେ ଆପଣଙ୍କ ଗୋଡ଼ ତଳୁ ମାଟି ଖସିଯିବ।

  • ବେଙ୍ଗାବାବାଙ୍କ ଭବିଷ୍ୟବାଣୀ ମୁତାବକ ୨୦୨୧ରେ ତିନି ରାକ୍ଷସ ଏକାଠି ହୋଇଯିବେ ଆଉ ଏକ ମଜଭୁତ ଡ୍ରାଗନ ସାରା ବିଶ୍ୱକୁ ନିଜ କବଜାରେ କରିନେବ। ଲୋକମାନେ ଏହି ଡ୍ରାଗନକୁ ଚୀନର ବଢ଼ୁଥିବା ଶକ୍ତି ସହ ତୁଳନା କରୁଛନ୍ତି।
  • ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ସମଗ୍ର ବିଶ୍ୱ ବିପର୍ଯ୍ୟୟ, ସଙ୍କଟର ସମ୍ମୁଖୀନ ହେବ। ଲୋକଙ୍କ ଚେତନାରେ ପରିବର୍ତ୍ତନ ଆସିବ । ଧର୍ମ ଓ ବିଶ୍ୱାସ ଆଧାରରେ ଲୋକମାନେ ଭାଗ ଭାଗ ହୋଇଯିବେ।
  • ଏହି ଭବିଷ୍ୟବାଣୀରେ କୁହାଯାଇଛି ୨୦୨୧ରେ ଋଷର ପାଖାପାଖି ଅଞ୍ଚଳରେ ଉଲକା ପିଣ୍ଡ ଖସିବ। କେବଳ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ ୟୁରୋପରେ ରାସାୟନିକ ଆକ୍ରମଣର ମଧ୍ୟ ଚେତାବନୀ ଦିଆଯାଇଛି। ଏହି ସମୟରେ ୟୁରୋପୀୟ ମହାଦ୍ୱୀପର ଅସ୍ତିତ୍ୱ ରହିବ ନାହଁ । ପୂରା ବିଶ୍ୱରେ ଧ୍ୱଂସର ତାଣ୍ଡବଲୀଳା ଦେଖିବାକୁ ମିଳିବ।
  • ବାବା ବେଙ୍ଗାଙ୍କ ଭବିଷ୍ୟବାଣୀ ଋଷର ନିଦ ହଜାଇ ଦେଇଛି। ବାବା ଭେଙ୍ଗା ଚେତାବନୀ ଦେଇଛନ୍ତି୨୦୨୧ରେ ୟୁରୋପ ଆର୍ଥିକ ସମସ୍ୟା ଦେଇ ଗତି କରିବ। ଋଷର ରାଷ୍ଟ୍ରପତି ଭ୍ଲାଦମିର ପୁତିନଙ୍କ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚାଯିବ। ଦେଶର ସୀମା ଭିତରେ ହିଁ ତାଙ୍କ ଜୀବନ ପ୍ରତି ବିପଦ ବଢ଼ିଯିବ।
  • କେବଳ ଋଷ ନୁହେଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି। ବାବା ବେଙ୍ଗାଙ୍କ ଅନୁଯାୟୀ ୨୦୨୧ରେ ଟ୍ରମ୍ପ ଏକ ଭୟଙ୍କର ରୋଗର ଶିକାର ହେବେ। ଏଥିରେ ତାଙ୍କର ଶ୍ରବଣ ଶକ୍ତି ଚାଲିଯିବ ଓ ସେ ବ୍ରେନ୍ ଟ୍ରୋମାର ବି ଶିକାର ହୋଇପାରନ୍ତି।
  • ଏ ସବୁ ବ୍ୟତୀତ ବାବା ଭେଙ୍ଗା କିଛି ଭଲ ଭବିଷ୍ୟବାଣୀ ମଧ୍ୟ କରିଛନ୍ତି । ତାଙ୍କ କହିବା ମୁତାବକ ୨୦୨୧ରେ ବ୍ରହ୍ମାଣ୍ଡରେ ଜୀବନର ଉତ୍ପତ୍ତିର ସନ୍ଧାନ କରାଯିବ ଓ ହଠାତ ସ୍ପଷ୍ଟ ହୋଇଯିବ ଯେ ପୃଥିବୀରେ କିଭଳି ଜୀବନର ସୃଷ୍ଟି ହେଲା। ଆଗାମୀ ୨୦୦ ବର୍ଷ ଭିତରେ ପୃଥିବୀ ବାସୀଙ୍କର ଅନ୍ୟ ଗ୍ରହ ସହ ସମ୍ପର୍କ ସ୍ଥାପନ ହେବ।
  • ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ମାନବ ଜାତିକୁ କ୍ୟାନସର ଭଳି ଗମ୍ଭୀର ରୋଗରୁ ମୁକ୍ତି ମିଳିବ। ବାବା ଭେଙ୍ଗାଙ୍କ ମୁତାବକ ସେ ଦିନ ବହୁତ ଶୀଘ୍ର ଆସିବ ଯେବେ ସ୍ୱାସ୍ଥ୍ୟବିଜ୍ଞାନକୁ କ୍ୟାନସର ଭଳି ମାରାତ୍ମକ ରୋଗର ଚିକିତ୍ସା ମିଳିଯିବ।

କୁହାଯାଏ ଯେ ଇତିହାସରେ ଏଭଳି କିଛି ଘଟଣା ଘଟିଯାଇଛି ଯାହା ବାବା ବେଙ୍ଗାଙ୍କୁ ପୂର୍ବାଭାଷ ହୋଇଯାଇଥିଲା। ଶତ ପ୍ରତିଶତ ନହେଲେ ବି ବାବା ଭେଙ୍ଗାଙ୍କର ୮୫ ପ୍ରତିଶତ ଭବିଷ୍ୟତବାଣୀ ସତ ବୋଲି ପ୍ରମାଣିତ ହୋଇଛି।

Leave a Reply