ତୁର୍କୀର ପ୍ରଥମ ମହିଳାଙ୍କୁ ସାକ୍ଷାତ କରି ବିବାଦରେ ଆମୀର ଖାନ୍

1 min read

ଇସ୍ତାନବୁଲ:  ବଲିଉଡର ମିଷ୍ଟର ପର୍ଫେକ୍ସନିଷ୍ଟ ଆମୀର ଖାନ ଚର୍ଚ୍ଚାରେ ରହିବା କିଛି ନୂଆ କଥା ନୁହେଁ । ଏଥର ମଧ୍ୟ ଏଭଳି ଏକ କଥାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଯାହାକୁ ହୁଏତ ଖୁବ କମ ଲୋକ ଜାଣିଥିବେ । ବହୁ ଦିନ ଧରି ସୁଟିଂ ନହୋଇପାରି ବନ୍ଦ ପଡ଼ିଥିବା ଆମୀରଙ୍କ ଫିଲ୍ମ ’ଲାଲ ସିଂ ଚଢା’କୁ ନେଇ କାମ ଆରମ୍ଭ ହୋଇ ସାରିଛି । ଦୀର୍ଘ ଦିନ ଧରି ସୁଟିଂ ବନ୍ଦ ରହିବା ପରେ ଏହାକୁ ଚାଲୁ କରିବାକୁ ପୁଣିଥରେ ନିଷ୍ପତ୍ତି ନେଇଛନ୍ତି ଆମୀର ଖାନ୍ । ଯଦିଓ କରୋନା ପରିସ୍ଥିତି ଦେଶରେ ସାମାନ୍ୟ ହୋଇନାହିଁ ତଥାପି ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ଆମୀର । ଏଥିପାଇଁ ତୁର୍କୀରେ ପହଂଚିଛନ୍ତି ମିଷ୍ଟର ପର୍ଫେକ୍ସନିଷ୍ଟ । ସେଠାରେ ସେ ତୁର୍କୀର ପ୍ରଥମ ମହିଳା ଏମିନ୍ ଏର୍ଦାଗାନଙ୍କୁ ସାକ୍ଷାତ କରିଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନିଜେ ଏହି ଫଟୋକୁ ସୋସିଆଲ ସାଇଟରେ ଶେୟାର କରି ଆମୀରଙ୍କ ସହିତ ସାକ୍ଷାତ୍ ବେଶ୍ ଭଲ ଥିବା ଲେଖିଛନ୍ତି ଏମିନ୍ ।

 

ସାରା ଦୁନିଆରେ ଖୁବ ସମ୍ମାନ ପାଉଥିବା ଭାରତୀୟ ଅଭିନେତା,ନିର୍ମାତା ଏବଂ ନିର୍ଦ୍ଦେଶକ ଏବେ ଇସ୍ତାନବୁଲରେ ଅଛନ୍ତି । ଏହା ସହିତ ଫିଲ୍ମର ସୁଟିଂ ତୁର୍କୀର ବିଭିନ୍ନ ସ୍ଥାନରେ ହୋଇଛି ଏବଂ ଏହାକୁ ଦେଖିବା ପାଇଁ ଖୁବ ଉତ୍ସାହିତ ଥିବା କହିଛନ୍ତି ଏମିନ୍ । ଫଟୋରେ ଆମୀର ମଧ୍ୟ ଖୁବ ଖୁସିଥିବା ଦେଖିବାକୁ ମିଳିଛି । ସବୁଠାରୁ ଖାସ କଥା ହେଉଛି ଦୀର୍ଘ ଦିନ ପରେ ଆମୀରଙ୍କୁ ଧଳା କେଶରେ ଦେଖିବାକୁ ମିଳିଛି । ଏହା ତାଙ୍କର ବାସ୍ତବ ଲୁକ ଏବଂ ସେହି ଲୁକରେ ଆମୀର ଲାଲ ସିଂ ଚଢାରେ ନଜର ଆସିବେ ।

ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ତାହା ହେଉଛି ଆମୀର ଖାନଙ୍କ ସହିତ ଏମିନ ଏର୍ଦ୍ଦାଗାନଙ୍କ ସହିତ ସାକ୍ଷାତ । ସାମ୍ନାକୁ ଆସିଥିବା ଖବର ଅନୁସାରେ ଏମିନ ହେଉଛନ୍ତି ତୁର୍କୀର ରାଷ୍ଟ୍ରପତି ରିସେପ୍ ତୟିପ ଏର୍ଦ୍ଦାଗନଙ୍କ ପତ୍ନି । ସମସ୍ତେ ଜାଣନ୍ତି କାଶ୍ମୀରକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ଆସୁଥିବା ତିକ୍ତତା କିଛି ନୂଆ ନୁହେଁ । କିନ୍ତୁ ଦୁଇ ଦେଶ ମଧ୍ୟରେ ଏହାକୁ ନେଇ ଅହରହ ବାଦ ବିବାଦ ମଧ୍ୟ ଲାଗି ରହିଛି । ତୁର୍କୀ ରାଷ୍ଟ୍ରପତି କାଶ୍ମୀର ମାମଲାରେ ପାକିସ୍ତାନକୁ ସମର୍ଥନ କରି ଆସୁଛନ୍ତି । ଏବେ ଏଭଳି କ୍ଷେତ୍ରରେ ଆମୀର ଖାନ ଏମିନଙ୍କୁ ସାକ୍ଷାତ କରିବା ଭାରତୀୟଙ୍କୁ ପସନ୍ଦ ଆସିନାହିଁ । ଦୁଇଜଣଙ୍କ ଫଟୋ ସୋସିଆଲ ସାଇଟରେ ଭାଇରାଲ ହେବାପରେ ଜନ ଅସନ୍ତୋଷ ଦେଖିବାକୁ ମିଳିଛି ।

Leave a Reply