ଭାଇରାଲ୍ ଫଟୋକୁ ମାନିଲେ ଜେଲ୍ ଅଧୀକ୍ଷକ କିନ୍ତୁ…

Bolangir Jail Superintendent Admits Viral Image Of Sushanta’s Cell

ବଲାଙ୍ଗିର: ଜେଲରେ ସୁଶାନ୍ତ ଧଳସାମନ୍ତଙ୍କୁ ମିଳୁଛି ସ୍ୱତନ୍ତ୍ର ରାଜକୀୟ ସୁବିଧା । ଜେଲ୍ ଖାଇବା ନୁହେଁ ନିଜେ ରୋଷେଇ କରି ଖାଉଛନ୍ତି ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ । ବଲାଙ୍ଗିର ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀ ଥିବା ସୁଶାନ୍ତ ଧଳସାମନ୍ତଙ୍କୁ ନେଇ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ସୁଶାନ୍ତ ଧଳସାମନ୍ତ ଏକ ସେଲରେ ଥିବାବେଳେ ଅନ୍ୟ ଏକ ସେଲରେ ରୋଷେଇ ଘର କରିଛି । ସେଠାରେ ଅଣ୍ଡାଠୁ ନେଇ ଟମାଟୋ, ପିଆଜ, ରସୁଣ, ତେଲ, ସାବୁନ ପରି ଅନ୍ୟାନ୍ୟ ବ୍ୟବହାର ଉପଯୋଗୀ ସାମଗ୍ରୀ ଥିବା ଭାଇରାଲ ଫଟୋରେ ଦେଖାଯାଉଛି ।

Bolangir Jail Superintendent Admits Viral Image Of Sushanta’s Cell Says It's Not

କିଛି ଦିନ ତଳେ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ ପାଇଁ ମାଦକଦ୍ରବ୍ୟ ଯାଉଥିବା ଫଟୋ ଭାଇରାଲ ହୋଇଥିଲା । ଏବେ ପୁଣି ଜେଲର କଡ଼ା ସୁରକ୍ଷା ସତ୍ତ୍ୱେ ସୁଶାନ୍ତ ରହୁଥିବା ସେଲର ଭିଡିଓ ଭାଇରାଲ୍ ହେବା ପରେ ଜେଲ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ । ଗୋଟିଏ ପଟେ ଜେଲ୍ ସୁରକ୍ଷା ତ ଅନ୍ୟପଟେ ଜେଲ୍ ମଧ୍ୟରେ ଗ୍ୟାଙ୍ଗଷ୍ଟରଙ୍କୁ ସ୍ୱତନ୍ତ୍ର ସୁବିଧା । ଏ ନେଇ ଜେଲ ଅଧୀକ୍ଷକ ଉର୍ମିଳା ମିଞ୍ଜଙ୍କୁ ପଚାରିବାରୁ ସେ ଭାଇରାଲ୍ ହୋଇଥିବା ଫଟୋ ଗ୍ୟାଙ୍ଗଷ୍ଟାର ସୁଶାନ୍ତ ସେଲର ବୋଲି ସ୍ୱୀକାର କରିଥିବା ବେଳେ ଏହା ତାଙ୍କ ସମୟର ନୁହେଁ ବୋଲି କହିଛନ୍ତି ।

Bolangir Jail Superintendent Admits Viral Image Of Sushanta’s Cell Says It's Not

ଜେଲ ମାନୁଆଲ୍ ଅନୁଯାୟୀ ସୁଶାନ୍ତଙ୍କୁ ଅନ୍ୟ ଅନ୍ତେବାସୀଙ୍କ ଭଳି ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି । ଏହାଛଡ଼ା ଅତିରିକ୍ତ କିଛି ବି ସୁବିଧା ଯୋଗାଯାଇ ଦିଆଯାଉନାହିଁ ବୋଲି କହିଛନ୍ତି ଜେଲ୍ ଅଧୀକ୍ଷକ । ଜେଲ ଭିତରର କେତେକ ଅସାଧୁ କର୍ମଚାରୀ ଏଭଳି ଫଟୋ ଉଠାଇ ଭାଇରାଲ୍ କରିଛନ୍ତି ବୋଲି ସେ କହିଛନ୍ତି । ତେବେ, ଜେଲ ଭିତରେ ସୁରକ୍ଷା କଡ଼ାକଡ଼ି ରହିଛି । ମାତ୍ର ଜେଲ ଭିତର ଫଟୋ ଭାଇରାଲ୍ ହେବା ମଧ୍ୟ ଚିନ୍ତାର ବିଷୟ ବୋଲି କହିଛନ୍ତି ଅଧୀକ୍ଷକ ।

Bolangir Jail Superintendent Admits Viral Image Of Sushanta’s Cell Says It's Not

ଜେଲ୍ ସିସିଟିଭି ନଜରରେ ଥିବା ସତ୍ତ୍ୱେ କେଉଁ କର୍ମଚାରୀ ଜେଲ୍ ଭିତରର ଭିଡିଓ ଉଠାଇ ବାହାରେ ଭାଇରାଲ୍ କଲେ, ଖୋଜା ଚାଲିଛି । ଏନେଇ ଜେଲ ଅଧୀକ୍ଷକ ଉପରିସ୍ଥ ଅଧିକାରୀଙ୍କୁ ସମ୍ପୃକ୍ତ କର୍ମଚାରୀ ବିରୋଧରେ ପଦକ୍ଷେପ ଗ୍ରହଣ କରିବାକୁ ଜଣାଇଥିବା ସୂଚନା ଦେଇଛନ୍ତି । ଅନ୍ୟପଟେ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ।

Leave a Reply