ବିରୋଧୀଙ୍କ ସହ ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାରୀ ଦଳ ପ୍ରସ୍ତୁତ : ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଏହାପୂର୍ବରୁ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି ।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଧାୟକ ଦଳ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ବିଧାୟକ ଦଳ ବୈଠକରେ ଶୀତକାଳୀନ ଅଧିବେଶନ ସଂପର୍କରେ ଆଲୋଚନା ହୋଇଥିଲା ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚଳିତ ଅଧିବେଶନ ଗୁରୁତ୍ୱପୂର୍ଣ୍ଣ । ଏଥିରେ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହେବ । ତା ଛଡ଼ା ବିରୋଧୀ ଗୃହରେ ଆଲୋଚନା ପାଇଁ ଯେଉଁ ପ୍ରସଙ୍ଗ ଆଣିବେ ତାହାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ବିଧାୟକ ଦଳ ବୈଠକରେ ବିଜେଡିର ସମସ୍ତ ବିଧାୟକ ଉପସ୍ଥିତ ଥିଲେ । ନବ ନିର୍ବାଚିତ ବିଧାୟକ ରୀତା ସାହୁ ମଧ୍ୟ ଏଥିରେ ଉପସ୍ଥିତ ଥିଲେ । ')}

Leave a Reply