ବିନ୍ଦୁସାଗରରେ ନିଆରା ବୋଇତ, ସଚେତନ ହେଲେ ନାଗରିକ

1 min read

ଭୁବନେଶ୍ୱର : ନୂଆ ମୋଟର ଯାନ ଆଇନ ସୁଧାରିଛି ଟ୍ରାଫିକ ବ୍ୟବସ୍ଥା । ଜରିମାନା ଦେବା ଭୟରେ ବଦଳିଛି ଲୋକଙ୍କ ବଦ ଅଭ୍ୟାସ । କିନ୍ତୁ ଏବେବି ଅନେକ ଗାଡି ଚାଳକ ନିୟମ ମାନିବାକୁ ନାରାଜ । ଖୋଲମ ଖୁଲା ଭାଙ୍ଗୁଛନ୍ତି ଟ୍ରାଫିକ ନିୟମ । ଅକାଳରେ ଯାଉଛି ଜୀବନ । ସେଥିପାଇଁ ସଡକ ଦୁର୍ଘଟଣାକୁ ରୋକିବା ପାଇଁ ନିଆରା ପ୍ରୟାସ କରିଛନ୍ତି ଭୁବନେଶ୍ୱରର ବୀରୁ ସାହୁ । ବୋଇତ ବନ୍ଦାଣ ଅବସରରେ ତିଆରି କରିଛନ୍ତି ନିଆରା ବୋଇତ । ଟ୍ରାଫିକ ନିୟମ ସଂପର୍କରେ ସଚେତନ କରୁଛି ଏହି ବୋଇତ ।

road safety awareness

ଟ୍ରାଫିକ ଜାମ ହେବାରୁ ଅନେକ ସମୟରେ ରାସ୍ତାରେ ଅଟକି ଯାଏ ଆମ୍ବୁଲାନ୍ସ । ଡାକ୍ତରଖାନା ପହଞ୍ଚିଲା ବେଳକୁ ବିଳମ୍ବ ବି ହୋଇଯାଏ । ଏଥିପାଇଁ ଏହି ବୋଇତ ମାଧ୍ୟମରେ ସ୍ୱତନ୍ତ୍ର ଏମରଜେନ୍ସି ରୁଟ କରିବା ପାଇଁ ବାର୍ତ୍ତା ଦେଉଛି ବୋଇତ ।

road safety awareness on unique boat

କେବଳ ଏତିକି ନୁହଁ ରାଜ୍ୟ ସରକାରଙ୍କ ୫- T କଥାବି କହୁଛି ବୋଇତ । ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସ୍ୱଛତା ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଲାଗୁ କରିଥିବା ୫-T ବ୍ୟବସ୍ଥା ପାଇଁ ବୋଇତ ଜରିଆରେ ଶୁଭେଛା ଜଣାଇଛନ୍ତି ବୀରୁ ସାହୁ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭୁବନେଶ୍ୱର ବିନ୍ଦୁସାଗରରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା ଏହି ନିଆରା ବୋଇତ  ')}

Leave a Reply