ଛାତ୍ର ବିଜେଡିର କାର୍ଯ୍ୟକାରିଣୀ ବୈଠକ ଆରମ୍ଭ, ସମାଜ ପାଇଁ ଦୁର୍ନୀତି ବ୍ୟାଧି ବୋଲି କହିଲେ ପ୍ରଣବ

ଭୁବନେଶ୍ୱର: ଛାତ୍ର ବିଜେଡିର କାର୍ଯ୍ୟକାରିଣୀ ବୈଠକ ବୁଧବାର ଦିନ ଆରମ୍ଭ ହୋଇଯାଇଛି । ବୈଠକରେ ଏକ ବର୍ଷର ରାଜନୈତିକ ଏଜେଣ୍ଡା ପ୍ରସ୍ତୁତ ହେବ । ବୖେଠକରେ ସାମିଲ ହୋଇ ଛାତ୍ରଙ୍କୁ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଛାତ୍ର ସମାବେଶରେ ଉଦବୋଧନ ଦେଇଛନ୍ତି।

ଏହି ଅବସରରେ ସେ ନବୀନଙ୍କ ନୀତି, ଆଦର୍ଶ ଓ ଭିଜନକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଛନ୍ତି । ନିଜ ଭିତରେ ନେତା ହେବାକୁ ସ୍ପନ୍ଦନ ତିଆରି କର। ମୁଖ୍ୟମନ୍ତ୍ରୀଙ୍କ ଭଳି ନୀତି ଆଦର୍ଶ ଓ ଲୋକଙ୍କ ପାଇଁ ସେ ଯେଉଁଭଳି କାମ କରୁଛନ୍ତି ସେହିଭଳି ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ସେ ଆହ୍ୱାନ କରିଛନ୍ତି ।  ସେ ଦୁର୍ନୀତି ବିରୋଧରେ ଲଢେଇ ପାଇଁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି  ଯେ, ଦୁର୍ନୀତି ମୁକ୍ତ ଓଡିଶା ବିଜେଡିର ଲକ୍ଷ୍ୟ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଯିଏ ମିଥ୍ୟା ଆରୋପ ଆଣୁଛନ୍ତି ସେମାନଙ୍କୁ ଉଚିତ ଢଙ୍ଗରେ ସମ୍ମୁଖୀନ ହୁଅ ବୋଲି ପ୍ରଣବ କହିଛନ୍ତି ।

ତେବେ ଏହି ସମାବେଶରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମହାପୁରୁଷଙ୍କ ଭୂମିକା ଉପରେ ଆଲୋଚନା କରାଯାଉଛି । ଏଥିସହିତ କେନ୍ଦ୍ର ଅବହେଳା ପ୍ରସଙ୍ଗରେ ତୃଣମୂଳ ସ୍ତରରେ ଆଲୋଚନା କରାଯିବ ।

Leave a Reply