ଗୋଟିଏ ଦିନରେ ଦୁଇଟି ବଡ଼ ରେଜଲ୍ଟ, ସାରା ଭାରତ ଅପେକ୍ଷାରତ…

1 min read

ନୂଆଦିଲ୍ଲୀ: ବିହାରରେ ବିଧାନସଭା ନିର୍ବାଚନ ନେଇ ଘୋଷଣା ହୋଇସାରିଛି। ବିଧାନସଭା ନିର୍ବାଚନ ଘୋଷଣା କରିବାବେଳେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା କହିଛନ୍ତି ଯେ, ବିହାରରେ ତିନିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ସବୁଠୁ ବଡ଼ କଥା ହେଲା ବିହାର ବିଧାନସଭା ନିର୍ବାଚନର ଫଳାଫଳ ଯେଉଁଦିନ ପ୍ରକାଶ ପାଇବ ଠିକ୍‌ ସେହି ଦିନ ହିଁ ଆଇପିଏଲ୍ 2020ର ଅନ୍ତିମ ମ୍ୟାଚ୍ । ଅର୍ଥାତ୍ ନଭେମ୍ବର ୧୦ରେ ଦୁଇଟି ବଡ଼ ମ୍ୟାଚ୍‌ର ଫଳାଫଳ ପ୍ରକାଶ ପାଇବ ।

କେବେ ହେବ ବିହାର ନିର୍ବାଚନ  ?

ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କ ଅନୁଯାୟୀ, ବିହାରରେ ଅକ୍ଟୋବର ୨୮ରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବ । ଏହି ଦିନ ୭୧ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ ।

Bihar Assembly Election CEC Declared Poll Date

  • ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ନଭେମ୍ବର ୩ରେ ଅନୁଷ୍ଠିତ ହେବ । ଯେଉଁଥିରେ ୯୪ଟି ସିଟ୍ ପାଇଁ ଭୋଟ୍ ଗ୍ରହଣ କରାଯିବ।
  • ତୃତୀୟ ପର୍ଯ୍ୟାୟ ଭୋଟ୍ ନଭେମ୍ବର ୭ରେ ଅନୁଷ୍ଠିତ ହେବ, ଯେଉଁଥିରେ ୭୮ଟି ସିଟ୍‌ ପାଇଁ ଳଢ଼େଇ ହେବ ।
  • ଭୋଟ୍ ଗଣତିର ଫଳାଫଳ ୧୦ ନଭେମ୍ବରରେ ଘୋଷଣା କରାଯିବ ।

IPL ଫାଇନାଲ କେବେ ?

କରୋନା ମହାମରୀ ଯୋଗୁଁ, ବିସିସିଆଇ ୟୁଏଇରେ ଆଇପିଏଲ୍ ୨୦୨୦ର ଆୟୋଜନ କରିଛି । ୬ ସେପ୍ଟେମ୍ବରରେ ଆଇପିଏଲ୍ ସିଜନ୍-୧୩ର କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା । ବିସିସିଆଇ ଦ୍ୱାରା ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ଆଇପିଏଲ୍ ସିଜନ ୧୩ର ୨୪ଟି ମ୍ୟାଚ୍ ଦୁବାଇରେ, ୨୦ଟି ମ୍ୟାଚ୍ ଆବୁଧାବିରେ ଏବଂ ଶାରଜାହାଠାରେ ୧୨ଟି ମ୍ୟାଚ୍ ଖେଳାଯିବ । ସୂଚନାଯୋଗ୍ୟ ଯେ, ଆଇପିଏଲ୍ ସେପ୍ଟେମ୍ବର ୧୯ ରୁ ଆରମ୍ଭ ହୋଇସାରିଛି । ବିସିସିଆଇ ଅନୁଯାୟୀ, ଆଇପିଏଲ୍ ୨୦୨୦ର ଅନ୍ତିମ ମ୍ୟାଚ୍ ୧୦ ନଭେମ୍ବରରେ ଖେଳାଯିବ । ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ପାଇଁ ରବିବାର ପରିବର୍ତ୍ତେ ମଙ୍ଗଳବାର ଦିନ ଫାଇନାଲ ମ୍ୟାଚ୍‌ ଖେଳାଯିବ ।

କରୋନା ସମୟରେ ବିହାର ବିଧାନସଭା ନିର୍ବାଚନ କେତେ ଭିନ୍ନ ?

  • ବିହାର ବିଧାନସଭା ନିର୍ବାଚନ କୋଭିଡ୍‌-୧୯ ପରିସ୍ଥିତିରେ ହେଉଥିବା ସବୁଠାରୁ ବଡ ନିର୍ବାଚନ ।
  • ବିହାର ବିଧାନସଭା ନିର୍ବାଚନ କରୋନା ମହାମାରୀକୁ ଦୃଷ୍ଟିରେ ରଖି ନୂତନ ସୁରକ୍ଷା ନିର୍ଦ୍ଦେଶାବଳୀ ଅଧୀନରେ କାର୍ଯ୍ୟକାରୀ ହେବ ।
  • ବିହାର ବିଧାନସଭା ନିର୍ବାଚନରେ ​​ଭୋଟ୍ ଦେବାର ସମୟ ଏକ ଘଣ୍ଟା ବୃଦ୍ଧି କରାଯାଇଛି ।
  • ସକାଳ ୭ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ।
  • ନିର୍ବାଚନ ଆୟୋଗଙ୍କ ଅନୁଯାୟୀ କରୋନା ରୋଗୀମାନେ ଶେଷ ଘଣ୍ଟାରେ ଭୋଟ୍ ଦେଇପାରିବେ ।
  • ନିର୍ବାଚନ ପ୍ରଚାର ସମୟରେ ସାଧାରଣ ସଭାରେ ସାମାଜିକ ଦୂରତାର ନିୟମ ପାଳନ କରିବାକୁ ପଡିବ ।
  • ନାମାଙ୍କନପତ୍ର ଦାଖଲ କରିବାକୁ ପ୍ରାର୍ଥୀଙ୍କ ସହିତ କେବଳ ଦୁଇ ଜଣ ହିଁ ଯାଇପାରିବେ ।
  • ପ୍ରାର୍ଥୀ ସମେତ ମୋଟ୍‌ ୫ ଜଣ ଡୋର୍‌ କ୍ୟମ୍ପେନିଂ କରିପାରିବେ ।
  • ନିର୍ବାଚନ ପାଇଁ ​​ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ୬ଲକ୍ଷ ପିପିଇ କିଟ୍ ଦିଆଯିବ।
  • ଏହି ନିର୍ବାଚନରେ ​​୪୬ ଲକ୍ଷ ମାସ୍କ ଏବଂ ୭ ଲକ୍ଷ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରାଯିବ।

କରୋନା ସମୟରେ ଆଇପିଏଲ୍ କେତେ ଭିନ୍ନ?

  • ପ୍ରଥମ ଥର ପାଇଁ ବିନା ଦର୍ଶକ ବାୟୋ-ସିକ୍ୟୋର ପରିବେଶରେ ଆଇପିଏଲ୍ ଖେଳାଯାଉଛି ।
  • ଏହି ସମୟରେ କର୍ମଚାରୀ ଏବଂ ଖେଳାଳିଙ୍କ କରୋନା ପରୀକ୍ଷା ପ୍ରତ୍ୟେକ ୫ଦିନ ବ୍ୟବଧାନରେ କରାଯାଉଛି ।
  • ସମସ୍ତ ଫ୍ରାଞ୍ଚାଇଜ୍ ଆଇପିଏଲ୍ ସମୟରେ ଅସୀମିତ କରୋନା ସବ୍‌ଷ୍ଟିଚ୍ୟୁଟ୍‌ ନେଇପାରିବେ ।
  • ସନ୍ଧ୍ୟା ସମୟରେ ହେଉଥିବା ମ୍ୟାଚ୍‌ର ସମୟ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ପୁରୁଣା କାର୍ଯ୍ୟସୂଚୀର ଅଧଘଣ୍ଟା ପୂର୍ବରୁ ଅର୍ଥାତ୍ ସନ୍ଧ୍ୟା ୭.୩୦ ଏବଂ ଅପରାହ୍ନ ୩.୩୦ରେ ମ୍ୟାଚ୍‌ ଆରମ୍ଭ କରାଯାଉଛି ।
  • ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଟୁର୍ଣ୍ଣାମେଣ୍ଟର ଅନ୍ତିମ ମ୍ୟାଚ୍ ରବିବାର ପରିବର୍ତ୍ତେ ମଙ୍ଗଳବାର ଖେଳାଯିବ ।
  • ଦର୍ଶକଙ୍କ ସହିତ, କମେଣ୍ଟେଟର୍ସଙ୍କୁ ମଧ୍ୟ ଘରୁ ଲାଇଭ୍ କମେଣ୍ଟ୍ରି କରିବାକୁ ପଡୁଛି ।

Leave a Reply