ସୁରୁଖୁରୁରେ ସରିଲା ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ୫୩.୫୧ ପ୍ରତିଶତ ଭୋଟିଂ

bihar Election

ବିହାର: କୋଭିଡ୍ କଟକଣା ମଧ୍ୟରେ ଶେଷ ହୋଇଛି ବିହାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଦ୍ୱିତୀୟ ପର୍ଯ୍ୟାୟରେ ୫୩.୫୧ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ । ୧୭ଟି ଜିଲ୍ଲାର ୯୪ଟି ଆସନ ପାଇଁ ହୋଇଛି ଭୋଟିଂ ।

୧ ହଜାର ୪୬୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି ପ୍ରାୟ ଦୁଇ କୋଟି ଭୋଟର । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, ମହାଗଠବନ୍ଧନ ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ୱୀ ଯାଦବ, ରାଜ୍ୟପାଳ ଫଗୁ ଚୌହାନଙ୍କ ସମେତ ଅନେକ ନେତା ପାଟ୍‌ନାରେ ଭୋଟ ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଅନେକ ହେଭିଓ୍ୱେଟ୍‌ ନେତାଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଏହି ପର୍ଯ୍ୟାୟରେ ଆର୍‌ଜେଡି ୫୬ଟି ଆସନରେ ନିର୍ବାଚନ ଲଢୁଥିବା ବେଳେ ବିଜେପି ୪୬ ଓ ଜେଡୟୁ ୪୩ଟି ଆସନରେ ନିର୍ବାଚନ ଲଢିଛନ୍ତି । ସେହିଭଳି କଂଗ୍ରେସ ୨୪ ଓ ଏଲଜେପି ପ୍ରାର୍ଥୀ ୨୬ଟି ଆସନରେ ମୈଦାନକୁ ଓହ୍ଲାଇଥିଲେ ।

Bihar Election

ସେପଟେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ଜୋରଦାର ପ୍ରଚାର ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ଅନେକ ନେତା ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । ଆସନ୍ତା ୭ ତାରିଖରେ ହେବ ତୃତୀୟ ପର୍ଯ୍ୟାୟ ଭୋଟିଂ । ୧୦ ତାରିଖରେ ଆସିବ ରେଜଲ୍ଟ । ସେହିଭଳି ମଧ୍ୟପ୍ରଦେଶର ୨୮ଟି ବିଧାନସଭା ଆସନ ସମେତ ୧୧ ରାଜ୍ୟର ୫୪ଟି ଆସନରେ ଆଜି ଉପନିର୍ବାଚନ ଶେଷ ହୋଇଛି ।

Leave a Reply