ଇଣ୍ଡୋ ପ୍ୟାସିଫିକ୍‌ରେ ୪ ଶକ୍ତିଶାଳୀ ରାଷ୍ଟ୍ର ଏକାଠି, ଚୀନ୍‌ କହିଲା ଷଡ଼ଯନ୍ତ୍ର ମହଙ୍ଗା ପଡ଼ିବ

ନୂଆଦିଲ୍ଲୀ: ଇଣ୍ଡୋ ପ୍ୟାସିଫିକ୍ ଅଞ୍ଚଳରେ ଏକାଠି ହୋଇଛନ୍ତି ୪ ଶକ୍ତିଶାଳୀ ରାଷ୍ଟ୍ର । ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ନୌସେନା ମିଶି ମିଳିତ ଅଭ୍ୟାସ ଆରମ୍ଭ କରିଛନ୍ତି । ଏହି ଅଞ୍ଚଳ ସବୁବେଳେ ଅଶାନ୍ତ ରହୁଥିବା ବେଳେ ଚୀନର ଦାଦାଗିରିକୁ ବନ୍ଦ କରିବା ପାଇଁ ଏଠାରେ ୪ଟି ଦେଶର ନୌସେନା ଅଭ୍ୟାସ କରୁଛନ୍ତି ।

ସେପଟେ ୪ ଦେଶର ମିଳିତ ଅଭ୍ୟାସ ପରେ ପ୍ରତିକ୍ରିୟା ରଖିଛି ଚୀନ । ଏଭଳି ଚୀନ ବିରୋଧୀ ଷଡ଼ଯନ୍ତ୍ର ମହଙ୍ଗା ପଡିବ ବୋଲି ଚୀନର ବୈଦେଶିକ ମନ୍ତ୍ରାଳୟ କହିଛି । ପୂର୍ବରୁ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍‌ ପୋମ୍ପିଓ ଭାରତ ଗସ୍ତରେ ଆସି ଚୀନକୁ କଡା ଚେତାବନୀ ଦେଇଥିଲେ । ସାଉଥ୍‌ ଏସିଆରେ ଚୀନ ଅଶାନ୍ତି ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଥିଲେ । ତାଙ୍କ ଗସ୍ତର କିଛି ଦିନ ପରେ ଆମେରିକାର ଏଭଳି ପଦକ୍ଷେପ ଚୀନକୁ ଅଶାନ୍ତ କରିଛି । ପୂର୍ବରୁ ଆମେରିକା ମଧ୍ୟ ଚୀନ୍‌ ସହ ବ୍ୟବସାୟିକ ସମ୍ପର୍କରେ ବ୍ୟାଘାତ ସୃଷ୍ଟି କରିଛି ।

indian army in siachen glacier

ସେପଟେ ଭାରତ ଓ ଚୀନ୍‌ ମଧ୍ୟରେ ଏବେ ବି ସ୍ଥିତି ଗମ୍ଭୀର । ପୂର୍ବ ଲଦାଖରେ ଚୀନ ସହ ଟକ୍କର ପାଇଁ ଭାରତର ପ୍ରସ୍ତୁତି । ବିଶେଷ କରି ଶୀତ ଋତୁରେ ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ ରହିଛି । ଶୀତ ଦିନରେ ସେଠାରେ ତାପମାତ୍ରା ମାଇନସ୍‌ ଡିଗ୍ରୀରେ ରହିଥାଏ । ତେଣୁ ଏଠାରେ ସାଧାରଣ ଚଳପ୍ରଚଳ ମଧ୍ୟ କାଠିକର ପାଠ ହୋଇଥାଏ । ଖାସ୍‌ ଏହି କାରଣରୁ ଆମେରିକାର ସହାୟତା ନେଇଛି ଭାରତ । ଆମେରିକାଠୁ ସ୍ୱତନ୍ତ୍ର ଭାବେ ଶୀତବସ୍ତ୍ର କିଣିବ ଭାରତ । ଏହି ଶୀତବସ୍ତ୍ର ଭାରତୀୟ ସେନାଙ୍କୁ ମାଇନସ୍‌ ଡିଗ୍ରୀ ଥଣ୍ଡାରେ ବି ସୁରକ୍ଷା ଯୋଗାଇବ । ଆମେରିକାର ସେନା ମଧ୍ୟ ଏହି ଶୀତବସ୍ତ୍ର ବ୍ୟବହାର କରନ୍ତି । ପ୍ରଥମ ପର୍ଯ୍ୟାୟରେ ଭାରତୀୟ ସେନା ୬୦ ହଜାର ଶୀତବସ୍ତ୍ର କିଣିବ ବୋଲି ଜଣାପଡିଛି । ଏଗୁଡିକ ଖୁବଶୀଘ୍ର ଯୋଗାଇବ ଆମେରିକା । ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୩୦ ହଜାର ଶୀତବସ୍ତ୍ର ଆସିବ । ସିଆଚିନ୍‌ ଓ ପୂର୍ବ ଲଦାଖରେ ଥିବା ସେନା ଏହି ଶୀତବସ୍ତ୍ର ବ୍ୟବହାର କରିବେ ।

indian army in siachen glacier

Leave a Reply