ସଚେତନ ନୁହଁନ୍ତି ଟ୍ୱିନ୍ ସିଟିବାସୀ, ସଂକ୍ରମଣ ରୋକିବାକୁ ନୂଆ ରଣନୀତି ଆପଣାଇବ ପ୍ରଶାସନ

ଭୁବନେଶ୍ୱର: ଚିନ୍ତା ବଢ଼ାଉଛି ଦ୍ୱୈତ ନଗରୀ । ଗତ କିଛି ଦିନ ଧରି କଟକ ଓ ଭୁବନେଶ୍ୱରରେ ହଜାରେରୁ ୧୨ଶହ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଜୀବନ ଓ ଜୀବିକା ଯୁଦ୍ଧରେ ହାରିବନି ଜୀବିକା । ଏଥିପାଇଁ ରାଜ୍ୟ ସରକାର କରୋନା କଟକଣାରେ କିଛିଟା କୋହଳ ନୀତି ଅପଣାଇଛନ୍ତି । କାରଣ ଗତ ୬ ମାସର କରୋନା ଲଢେଇରେ ଦେଶ ଓ ରାଜ୍ୟର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି । ସରକାର ଅର୍ଥନୀତିକୁ ସୁଧାରିବା ପାଇଁ କଟକଣା କୋହଳ କରିଛନ୍ତି ।

Awareness Campaigns Help Prevent Against COVID-19 in State : SRC

ବହୁ ଲୋକ କଟକଣାର ଅନୁପାଳନ କରୁଥିବା ବେଳେ କିଛି ଦାୟିତ୍ୱହୀନ ଲୋକ ସରକାରଙ୍କ ଚିନ୍ତା ବଢାଇଛନ୍ତି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ବିଶେଷ କରି କଟକ ଓ ଭୁବନେଶ୍ୱରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ରାସ୍ତାଘାଟ, ହାଟବଜାରରେ ନାହିଁନଥିବା ଭିଡ଼ ହେଉଛି । ଲୋକେ ଭୁଲିଯାଉଛନ୍ତି ସାମାଜିକ ଦୂରତା ଓ ବ୍ୟକ୍ତିଗତ ସୁରକ୍ଷା ।

ଗତ ସପ୍ତାହେ ଧରି ୧୦ ଜଣ ପୋଲିସ ଅଧିକାରୀ କଟକ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ବୁଲି ଚିତ୍ର ଉତ୍ତୋଳନ କରିଥିଲେ । ଏଥିରୁ ସହରୀବାସିନ୍ଦାଙ୍କ ଦାୟିତ୍ୱହୀନତା ପଦାରେ ପଡ଼ିଛି । ଲୋକେ ନିଜର ଓ ନିଜ ପରିବାରର ସୁରକ୍ଷା ପାଇଁ ନିଜକୁ ନସୁଧାରିଲେ ସରକାର ଦୁଇଦିନ ପରେ ସଂକ୍ରମଣ ରୋକିବା ନେଇ ନୂଆ ରଣନୀତି ଆପଣେଇବେ ।

Leave a Reply