ସ୍କୁଲ ଫିସକୁ ନେଇ ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତି, ଫି’ର ୭୦ ପ୍ରତିଶତ ଟଙ୍କା ନେବେ ଘରୋଇ ସ୍କୁଲ

ଜୟପୁର: କରୋନା କାଳରେ ସ୍କୁଲ ଫି’କୁ ନେଇ ପୁରା ଦେଶରେ ଚିନ୍ତା ଲାଗି ରହିଥିବା ବେଳେ  ରାଜସ୍ଥାନ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ହାଇକୋର୍ଟଙ୍କ କହିବା ଅନୁଯାୟୀ ମୋଟ ଦେୟର ମାତ୍ର ୭୦ ପ୍ରତିଶତ ଟଙ୍କା ଫି’ ବାବଦରେ ନେଇପାରିବେ ବିଦ୍ୟାଳୟ । ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଆସନ୍ତା ବର୍ଷ ୩୧ ଜାନୁୟାରୀ ମଧ୍ୟରେ ତିନୋଟି କିସ୍ତି ମାଧ୍ୟମରେ ଉକ୍ତ ଟଙ୍କାକୁ ଭରଣ କରିବାକୁ ପଡ଼ିବ । ରାଜସ୍ଥାନ ହାଇକୋର୍ଟ ବିଚାରପତି ଏସପି ଶର୍ମା ତାଙ୍କ ରାୟରେ ଏହା କହିଛନ୍ତି । ଫି’ ଆଦାୟ ଉପରେ ରାଜସ୍ଥାନ ସରକାର ପ୍ରତିବନ୍ଧକ ଲଗାଇବା ପରେ  ଘରୋଇ ବିଦ୍ୟାଳୟ ହାଇକୋର୍ଟକୁ ଯାଇଥିଲେ । ଘରୋଇ ସ୍କୁଲଙ୍କ ଅପିଲ ଉପରେ ଶୁଶାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଥାନ ହାଇକୋର୍ଟ ।

ରାଜସ୍ଥାନ ସରକାରଙ୍କ ନିଷ୍ପତ୍ତିକୁ ପ୍ରତିବାଦ କରିଥିଲେ ୨୦୦ ଘରୋଇ ବିଦ୍ୟାଳୟ । ସୂଚନାଯୋଗ୍ୟ ସରକାର କରୋନା ଯୋଗୁଁ ଲକଡାଉନ ସମୟରେ ଅଭିଭାବକଙ୍କ ଠାରୁ ଫିସ୍‌ ନ ନେବା ପାଇଁ କହିଥିଲେ ।ଯାହାକୁ ବିରୋଧ କରି ୨ଶହ ସ୍କୁଲଙ୍କ ପକ୍ଷରୁ  ତିନୋଟି ଆବେଦନ କରାଯାଇଥିଲା । ଏହି ତିନି ଆବେଦନ ଉପରେ ହାଇକୋର୍ଟ ତାଙ୍କ ରାୟ ଦେଇଛନ୍ତି ।  ଫି’ ଆଦାୟ ଉପରେ ପ୍ରତିବନ୍ଧକ କାରଣରୁ ଘରୋଇ ବିଦ୍ୟାଳୟ ଫିସ୍‌ ନେଇପାରୁନଥିଲେ ।

ପ୍ରଥମେ ରାଜସ୍ଥାନ ସରକାର ୯ ଅପ୍ରେଲକୁ ଲକଡାଉନ ସମୟରେ ୩୦ ଜୁନ୍‌ ପର୍ଯ୍ୟନ୍ତ ଫିସ ନେବା ଉପରେ ରୋକ ଲଗାଇଥିଲେ । କିନ୍ତୁ ୯ ଜୁଲାଇକୁ ସରକାର ବିଦ୍ୟାଳୟ ଖୋଲିବା ପର୍ଯ୍ୟନ୍ତ ଏହି ଅବଧିକୁ ବଢାଇ ଦେଇଥିଲେ ।

Leave a Reply