ସପ୍ତାହକରେ ଦୁଇ ଥର ଅଙ୍ଗନବାଡିରେ ମିଳିବ ରାଗି ଲଡୁ, ପିଲାଙ୍କ କ୍ୟାଲସିୟମ୍ ଓ ଲୌହସାର ବଢାଇବାରେ ସହାୟକ ହେବ

Anganwadi children to get Finger Millet in kendujhar.

କେନ୍ଦୁଝର ଜିଲ୍ଲାରେ ଆଜିଠାରୁ ଅଙ୍ଗନବାଡି କେନ୍ଦ୍ରରେ  ଶିଶୁମାନଙ୍କୁ ମାଣ୍ଡିଆ ଲଡୁ ମିଳିବ । ଏହାକୁ ରାଗି ଲଡୁ ଭାବେ ମଧ୍ୟ ଜଣାଯାଏ । ରାଗି ଲଡୁ ହେଉଛି ମାଣ୍ଡିଆ ରେ ତିଆରି ହୋଇଥିବା ଏକ ଲଡୁ । ୩ ରୁ ୬ ବର୍ଷ ବୟସ୍କ ଶିଶୁ ମାନଙ୍କୁ ସପ୍ତାହରେ ଦୁଇଥର ଏହି ଲଡୁ ଦିଆଯିବ । ଚାଉଳ ତୁଳନାରେ ରାଗି ରେ ୩୦ ଗୁଣ ଅଧିକ କ୍ୟାଲସିୟମ ଏବଂ ୪ ଗୁଣ ଅଧିକ ଲୌହସାର ରହିଥାଏ । ମାଣ୍ଡିଆ ଲଡୁରେ ମଧ୍ୟ ଅଧିକ ଫାଇବାର, ମିନେରାଲସ ଏବଂ ଆଣ୍ଟିଅକ୍ସିଡାଂଟ  ରହିଛି । ବର୍ତ୍ତମାନ କୋଭିଡ ପରିସ୍ଥିତିରେ ଅଙ୍ଗନବାଡି କେନ୍ଦ୍ର ବନ୍ଦ ଅଛି ।  ତେଣୁ ଏବେ ଅଙ୍ଗନବାଡି ଖୋଲା ହେବା ପର୍ଯ୍ୟନ୍ତ  ଶିଶୁମାନଙ୍କ ଘରେ ଲଡୁ ପାଇଁ ଆବଶ୍ୟକୀୟ ମିଶ୍ରଣ ଯୋଗାଇ ଦିଆଯିବ । ଘରେ ମା’ ମାନେ ଲଡୁ ପ୍ରସ୍ତୁତ କରି ଶିଶୁଙ୍କୁ ଖାଇବା ପାଇଁ ଦେବେ ।ଅଭିଜ୍ଞ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରାଗି ଲଡୁ ମିକ୍ସ ପ୍ରସ୍ତୁତ କରିବେ ।

Anganwadi children to get Finger Millet in kendujhar.ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ସଦର ବ୍ଲକର ୩୩୫ ଅଙ୍ଗନବାଡି କେନ୍ଦ୍ରରେ ନାମ ଲେଖାଇଥିବା ଶିଶୁମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରାଯିବ । ପରେ ପରେ ଜିଲ୍ଲାର ୩୨୫୭ ଟି ଅଙ୍ଗନବାଡ଼ି କେନ୍ଦ୍ରର ସମସ୍ତ ଶିଶୁଙ୍କୁ ଆସନ୍ତା ସେପ୍ଟେମ୍ବର ୧ଠାରୁ  ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରାଯିବ । ଏହା ସମେତ ଜିଲ୍ଲାରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲାର ବହୁ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଇଛି । ଆଗାମୀ ସମୟରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ବର୍ଷକୁ ୧. ୫ କୋଟି ସହାୟତା ରାଶି ଯୋଗାଇ ଦିଆଯିବ । ଆଇ ସି ଡି ଏସ୍ କାର୍ଯ୍ୟକ୍ରମରେ ମାଣ୍ଡିଆକୁ ଅନ୍ତର୍ଭୁକ୍ତ କରିବା କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ ଏବଂ ଏ ଦିଗରେ କେନ୍ଦୁଝର ଜିଲ୍ଲା ସମଗ୍ର ରାଜ୍ୟରେ ପ୍ରଥମ  । ମାଣ୍ଡିଆର ବିକେନ୍ଦ୍ରିକରଣ ଉତ୍ପାଦନ, ସଂଗ୍ରହ, ପ୍ରକ୍ରିୟା କରଣ, ଯୋଗାଣ ଏବଂ ବ୍ୟବହାର କ୍ଷେତ୍ରରେ ସମଗ୍ର ଦେଶରେ ଏହା ଏକ ଅନନ୍ୟ ପଦକ୍ଷେପ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି |

Leave a Reply