ଦୀର୍ଘଦିନ ହେଲା କରୋନା ପାଇଁ ବନ୍ଦ ରହିଥିବା ଏମ୍‌.କେ.ସି.ଜି ମେଡିକାଲର ଓପିଡି ଖୋଲିଲା

ଗଞ୍ଜାମ: ଦୀର୍ଘଦିନର ପ୍ରତୀକ୍ଷା ପରେ ଖୋଲିଲା ବ୍ରହ୍ମପୁର ଏମ୍‌.କେ.ସି.ଜି ମେଡିକାଲର ଓପିଡି । ଗତ ଜୁଲାଇ ମାସ ପ୍ରଥମ ସପ୍ତାହରେ କୋରୋନା ସଂକ୍ରମଣ ଓ ଡାକ୍ତରଙ୍କ ଅଭାବ କୁ ଦୃଷ୍ଟିରେ ରଖି ଓପିଡି ସେବାକୁ ବନ୍ଦ ରଖାଯାଇଥିଲା । ଚିକିତ୍ସା ପାଇଁ ଟିକଟ ଗୃହ ସାମନାରେ ରୋଗୀ ଓ ସଂପର୍କୀୟଙ୍କ ଲମ୍ବା ଲାଇନରେ ଠିଆ ହୋଇ ଟିକଟ କାଟୁଥିବା ବେଳେ କୋରୋନା ନିୟମର ଉଲ୍ଲଙ୍ଘନ ସହ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ମେଡିକାଲ ପ୍ରଶାସନ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଥିଲା । ଅନ୍ୟପଟେ ମେଡିକାଲ ପରିସରରେ ଥିବା କାଜୁଆଲ୍ଟିକୁ କୋଭିଡ ହସ୍ପିଟାଲରେ ପରିଣତ କରିବା ଫଳରେ ସବୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ ହସ୍ପିଟାଲ ଦାୟିତ୍ୱରେ ନିୟୋଜିତ ରହୁଥିଲେ ।

ଏବେ ଜିଲ୍ଲାରେ କୋରୋନା ସ୍ଥିତି ନିୟନ୍ତ୍ରଣାଧିନ ରହିଛି । ପଜିଟିଭ ସଂଖ୍ୟା କମ୍ ରହିଥିବା ବେଳେ ସୁସ୍ଥହାର ବି ବଢିବାରେ ଲାଗିଛି । ଅନ୍ୟପଟେ ମୃତ୍ୟୁହାର ବି କମିଛି । ଏଭଳି ପରିସ୍ଥିତିରେ କୋଭିଡ ହସ୍ପିଟାଲରେ ନିୟୋଜିତ କିଛି ଡାକ୍ତରଙ୍କୁ ନେଇ ଓପିଡି ସେବା ଆରମ୍ଭ କରିବାର ନିଷ୍ପତି ନେଇଛନ୍ତି  ମେଡିକାଲ କର୍ତୃପକ୍ଷ । ଓପିଡି ସେବା ଏବେ ଆଂଶିକ ଭାବେ ଚାଲୁ କରାଯାଇଥିବା ବେଳେ ଚିକିତ୍ସା ପାଇଁ ଆସୁଥିବା  ରୋଗୀ ସାମାଜିକ ଦୁରତା ରକ୍ଷା କରିବା ସହ ମାସ୍କ ବ୍ୟବହାର ବାଧ୍ୟତାମୁଳକ ପାଳନ କରିବା ପାଇଁ ନିବେଦନ କରିଛନ୍ତି ମେଡିକାଲ ସୁପରିଂଟେଣ୍ଡାଂଟ ।

ବ୍ରହ୍ମପୁର ଏମ୍‌.କେ.ସି.ଜି ମେଡିକାଲ ଦକ୍ଷିଣ ଓଡିଶାର ରେଫେରାଲ ମେଡିକାଲ କଲେଜ ଭାବେ ବେଶ୍ ପରିଚିତ । ଜିଲ୍ଲା ତଥା ଜିଲ୍ଲା ବାହାରୁ ଓ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ଦୈନିକ ହଜାର ହଜାର ରୋଗୀ ଏହି ମେଡିକାଲ ଉପରେ ସଂପୁର୍ଣ ନିର୍ଭର କରିଥାନ୍ତି । ଗୁରୁତର ଓ ଅତି ଗୁରୁତର ରୋଗୀ ପ୍ରଥମେ ଓପିଡିରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଇନ୍‌ଡୋରରେ ଭର୍ତି ହୋଇ ଚିକିତ୍ସିତ ହେବାର ନଜିର ରହିଛି । ତେବେ ଦୀର୍ଘ ୧ମାସ ଧରି ଓପିଡି ବନ୍ଦ ହେବା ସହ ପ୍ରଶାସନର  କୋରୋନା କଟକଣା ଯୋଗୁଁ ଜିଲ୍ଲାକୁ ପ୍ରବେଶ ବାରଣ କରାଯିବା ସହ ସଂପୁର୍ଣ ସିଲ କରିଦିଆଯାଇଥିଲା

Leave a Reply