କରୋନାରେ ଗଜପତି ଅତିରିକ୍ତ ଜିଲ୍ଲାପାଳଙ୍କ ମୃତ୍ୟୁ,ମୁଖ୍ୟମନ୍ତ୍ରୀଙ୍କ ଶୋକବ୍ୟକ୍ତ

Additional District Magistrate (ADM) of Gajapati district dies of COVID-19

ଗଜପତି: କରୋନା ସଂକ୍ରମିତଙ୍କ ସହ କରୋନା ମୃତ୍ୟ ସଂଖ୍ୟା ସରକାରଙ୍କ ଚିନ୍ତା ବଢାଇଛି । ସାଧାରଣ ଲୋକଙ୍କ ସହ କରୋନା ଯୋଦ୍ଧା ମଧ୍ୟ ଏଥିରୁ ବର୍ତ୍ତୁ ନାହାଁନ୍ତି । କେତେବେଳେ ଡାକ୍ତର ତ କେତେବେଳେ ପୋଲିସ ସଂକ୍ରମଣର ଶୀକାର ହେଉଛନ୍ତି । ଗତକାଲି ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କ କରୋନା କାରଣରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗଜପତିର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଅତିରିକ୍ତ ଜିଲ୍ଲାପାଳଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା ।  ମୃତ୍ୟୁ ପୂର୍ବରୁ ପରୀକ୍ଷା ପାଇଁ ନିଆଯାଇଥିବା ତାଙ୍କ ସ୍ୱାବ ରିପୋର୍ଟ ଆସିବା ପରେ ଏନେଇ ସ୍ପଷ୍ଟ ସୂଚନା ମିଳିଛି । ଗତକାଲି ସକାଳୁ କରୁଣାକର ରାଇକାଙ୍କ ପରଲୋକ ହୋଇଥିଲା । ଏହାପରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପତ୍ନୀଙ୍କ ସହ କଥା ହୋଇଛନ୍ତି । ତାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଆଜି ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଏସପି ଉପସ୍ଥିତିରେ ତାଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିବା ସୂଚନା ମିଳିଛି ।  ତାଙ୍କୁ ରାଜ୍ୟ ମାନ୍ୟତା ଦେବା ସହ କୋଭିଡ ଗାଇଡ ଲାଇନ ଅନୁସାରେ ତାଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଛି ।

ସୂଚନା ଅନୁସାରେ ଅତିରିକ୍ତ ଜିଲ୍ଲାପାଳ ୨ଦିନ ପୂର୍ବରୁ ଲକ୍ଷଣ ଦେଖାଯିବା କାରଣରୁ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା ଏହାପରେ ଆଉ ଏକ ଟେଷ୍ଟ ପାଇଁ ତାଙ୍କ ସ୍ୱାବ୍ ନିଆଯାଇଥିଲା । ଯାହାର ରିପୋର୍ଟ ବୁଧବାରଦିନ ପଜିଟିଭ୍ ଆସିଥିଲା କିନ୍ତୁ ଏହା ପୂର୍ବରୁ ମଙ୍ଗଳବାର ଦିନ କରୁଣାକରଙ୍କ ମୃତ୍ୟୁ ହୋଇଥିଲା ।

(ଗଜପତିରୁ ସରୋଜ ବୀର)

Leave a Reply