ମହାକାଶରେ ହେବ ମହାମିଳନ: ଏକାଠି ହେବେ ୮ ଗ୍ରହ ସହ ପ୍ଲୁଟୋ

ନୂଆଦିଲ୍ଲୀ: ଆଜି ଘଟିବ ପୂର୍ଣ୍ଣ ଗ୍ରହ ମିଳନ । ସୂର୍ଯ୍ୟଙ୍କ ଗୋଟିଏ ପାର୍ଶ୍ବରେ ୮ଟି ଗ୍ରହ ସହ ରହିବ ପ୍ଲୁଟୋ । ବିରଳ ଘଟଣାକୁ ନେଇ ମହାକାଶ ବିଜ୍ଞାନୀ ବିଭିନ୍ନ ଚର୍ଚ୍ଚା କରୁଥିବାବେଳେ ଭବିଷ୍ୟତକୁ ନେଇ ଜ୍ୟୋତିର୍ବିତ ବି କଷିଲେଣି ଅଙ୍କ । ଏହାପରେ ଏହି ଦୃଶ୍ୟକୁ ଦେଖିବା ପାଇଁ ୧୪୧ ବର୍ଷ ଯାଏଁ ଅପେକ୍ଷା କରିବାକୁ ପଡିବ । ଅର୍ଥାତ ଏହି ମହାଜାଗତିକ ୨୧୬୧ରେ ଦୃଶ୍ୟମାନ ହେବ ।

ଆକାଶରେ ଦିଶିବ ବିରଳ ମହାଜାଗତିକ ଦୃଶ୍ୟ । ସାରା ବିଶ୍ୱ ଦେଖିବ ପୂର୍ଣ୍ଣ ଗ୍ରହ ମିଳନ । ସୂର୍ଯ୍ୟଙ୍କ ଗୋଟିଏ ପାଶ୍ୱରେ ୮ଟି ଗ୍ରହ ସହ ରହିବ ପ୍ଲୁଟୋ । ବୁଧ , ଶୁକ୍ର , ବୃହସ୍ପତି , ଶନି , ମଙ୍ଗଳ ଗ୍ରହକୁ ଖାଲି ଆଖିରେ ଦେଖି ହେଉଥିବାବେଳେ ଅନ୍ୟ ଗ୍ରହକୁ ଦୂରବିକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖି ହେବ । ପ୍ରତିବର୍ଷ ୩ଟି ଗ୍ରହ ଏକାଠି ହେଉଥିବାବେଳେ , ବର୍ଷକରେ ଥରେ ୪ଟି ଗ୍ରହ ଏକାଠି ହୁଅନ୍ତି ।

୯ ବର୍ଷରେ ଥରେ ୫ଟି ଗ୍ରହ ଏକାଠି ହୋଇଥାନ୍ତି , ୧୭୦ ବର୍ଷରେ ଏକାଠି ହୁଅନ୍ତି ୮ଟି ଗ୍ରହ । ତେବେ ଏହା ବିରଳ ଘଟଣା ବୋଲି ବିଶେଷଜ୍ଞ କହନ୍ତି ।

ଏହି ବିରଳ ମହାଜାଗତିକ ଘଟଣାକୁ ନେଇ ଜ୍ୟୋତିର୍ବିତ ବି ଭବିଷ୍ୟତକୁ ନେଇ ଅଙ୍କ କଷିବା ଆରମ୍ଭ କଲେଣି । ଏଭଳି ମହାଜାଗତିକ ଘଟଣା ପାଇଁ ପାଣିପାଗ ଓ ଜୀବଜଗତ ଉପରେ ପ୍ରଭାବ ପଡିବ ବୋଲି ଜ୍ୟୋତିର୍ବିତ ଆକଳନ କଲେଣି । କହିଛନ୍ତି, ସେପଟେମ୍ବର ୨୦ ପର୍ଯ୍ୟନ୍ତ ଏହାର ପ୍ରଭାବ ପଡିବ । ବୈଦେଶିକ ସଂପର୍କରେ ବିଭ୍ରାଟ ଉପୁଜିବ । ଆଗକୁ ନୂଆ ରୋଗ ଆସିପାରେ ବୋଲି ଗଣନା କରିଛନ୍ତି ଜ୍ୟୋତିର୍ବିତ ।

ଜୁଲାଇ ୧୯ରେ ଆଉ ଏକ ବିରଳ ଘଟଣା ଘଟିବ ମହାକାଶରେ । ସୂର୍ଯ୍ୟୋଦୟର ପ୍ରାୟ ପଚାଶ ମିନିଟ ପୂର୍ବରୁ ଆକାଶରେ ଚନ୍ଦ୍ର , ଏବଂ ୫ଟି ଗ୍ରହ ବୁଧ, ଶୁକ୍ର , ମଙ୍ଗଳ , ବୃହସ୍ପତ୍ତି ଏବଂ ଶନି ଦେଖାଯିବ । ଏହି ୫ଟି ଗ୍ରହ ଜୁଲାଇ ୨୫ ତାରିଖ ଯାଏଁ ଦେଖାଯିବେ ।

Leave a Reply