ଫ୍ରଣ୍ଟଲାଇନରୁ ରିପୋର୍ଟିଂ କରୁଥିବା ୫୩ ସାମ୍ବାଦିକଙ୍କ ଠାରେ କରୋନା ପଜିଟିଭ୍

1 min read

ମୁମ୍ବାଇ: କରୋନା ଯୋଦ୍ଧାକୁ କରୋନା । ଆଗଧାଡ଼ିରେ ରହି ଲୋକଙ୍କୁ ସୂଚନା ସହ ସଚେତନ କରାଉଥିବା ସାମ୍ବାଦିକମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ଆସୁଛି । କେବଳ ମେଟ୍ରୋସିଟି ମୁମ୍ବାଇରେ ୫୩ ଜଣ ସାମ୍ବାଦିକଙ୍କ ଠାରେ କରୋନା ପଜିଟିଭ୍ ମିଳିଛି । ଏମାନଙ୍କ ମଧ୍ୟରେ ଫଟୋଗ୍ରାଫର, ଭିଡିଓ ଜର୍ଣ୍ଣାଲିଷ୍ଟ ଓ ରିପୋର୍ଟର ରହିଛନ୍ତି ।

ମୁମ୍ବାଇ ମହାନଗର ନିଗମରେ କାର୍ଯ୍ୟ କରୁଥିବା ୧୭୧ ଜଣ ଫିଲ୍ଡ ରିପୋର୍ଟରଙ୍କ ନମୁନା ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ୫୩ ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ କରାଯାଇଛି । ତେବେ, ଅଧିକାଂଶଙ୍କ ଠାରେ କରୋନାର କୌଣସି ଲକ୍ଷଣ ନଥିବା ଜଣାପଡ଼ିଛି ।

ପୂର୍ବରୁ କରୋନା ରୋଗୀଙ୍କ ସେବାରେ ନିୟୋଜିତ ଡାକ୍ତର, ନର୍ସ, ପାରା ମେଡିକାଲ କର୍ମଚାରୀଙ୍କ ଠାରେ କରୋନା ଚିହ୍ନଟ ହୋଇଥିବା ବେଳେ ଏବେ ଏତେ ସଂଖ୍ୟକ ସାମ୍ବାଦିକ ଏକାଥରକେ କରୋନା ସଂକ୍ରମିତ ହେବା ଚିନ୍ତାର ବିଷୟ ପାଲଟିଛି । ସରକାର ସ୍ୱାସ୍ଥ୍ୟସେବାରେ ନିୟୋଜିତ କୋଭିଡ୍ ଯୋଦ୍ଧାଙ୍କ ପାଇଁ ବିଭିନ୍ନ ସହାୟତା ଦେଉଥିବା ବେଳେ ସାମ୍ବାଦିକଙ୍କ ପାଇଁ କିଛି ବି ଘୋଷଣା କରିନାହାଁନ୍ତି ।

ବୈଜ୍ଞାନିକଙ୍କ ଦାବି: ଲାମା ରକ୍ତରୁ ପ୍ରସ୍ତୁତ ହେବ କରୋନା ଭାକସିନ !

Leave a Reply