କରୋନା ପ୍ରଭାବ: ଚାଇନା ଭାଇରସ ପାଇଁ ଚୀନକୁ ଅଲବିଦା କହୁଛନ୍ତି ବିଦେଶୀ କମ୍ପାନୀ, ଭାରତକୁ ଆସିବେ ୩୦୦ କମ୍ପାନୀ

ନୂଆଦିଲ୍ଲୀ: ଚୀନରୁ ଆସିଥିବା କରୋନା ଭାଇରସ ପାଇଁ ପୁରା ବିଶ୍ୱ ଆତଙ୍କରେ । ବିଶ୍ୱର ବାକି ଦେଶ ଏଥିପାଇଁ ଚୀନକୁ ଦାୟୀ କରୁଛନ୍ତି । କିଛି ଆମେରିକା ଭଳି ଖୁଲମଖୁଲା ତ’ କିଛି ସିଧା ନକହି ବୁଲାଇ ବଙ୍କାଇ ଏଥିପାଇଁ ଚୀନକୁ ଦାୟି କରୁଛନ୍ତି । ଚୀନ ଭାଇରସ ବାବଦରେ ବିଶ୍ୱକୁ ମିଛ କହିଥିଲା । ଯେଉଁଥିପାଇଁ ପୁରା ବିଶ୍ୱ ନାକେଦମ । ଏଭଳି ପରିସ୍ଥିତିରେ ଚୀନକୁ ମଜା ଚଖାଇବା ପାଇଁ ଏହାର ଅର୍ଥନୈତିକ ବହିଷ୍କାର ଆରମ୍ଭ ହେଲାଣି । ଜାପାନ ଭଳି ଦେଶ ନିଜ କଂପାନୀଙ୍କୁ ଚୀନରୁ ବ୍ୟବସାୟ ହଟାଇବା ପାଇଁ ବେଲ୍ ଆଉଟ୍ ପ୍ୟାକେଜ୍ ଦେବାକୁ ଘୋଷଣା କଲେଣି । ଯାହାର ଅର୍ଥ ହେଉଛି କିଛି ଦେଶ ଚାହୁଁନାହାନ୍ତି ଯେ, ସେମାନଙ୍କ କଂପାନୀ ଚୀନରେ ରୁହନ୍ତୁ । ତେଣୁ ପାଖାପାଖି ୧୦୦୦ କଂପାନୀ ଚୀନରୁ ବେଡିଂ ବିସ୍ତର ଉଠାଇ ଅନ୍ୟ ଠିକାଣ ଖୋଜୁଛନ୍ତି ।

ଯାହା ଭାରତ ପାଇଁ  ଖୁସି ଖବର ।  ଚୀନରେ କାର୍ଯ୍ୟ କରୁଥିବା ପ୍ରାୟ ୧୦୦୦ କମ୍ପାନୀ ବର୍ତ୍ତମାନ ଭାରତରେ ବ୍ୟବସାୟ ପାଇଁ ସୁଯୋଗ ଖୋଜୁଛନ୍ତି।

ଚାଇନାରେ ବିଦେଶୀ କମ୍ପାନୀଗୁଡିକ କରୋନା କାରଣରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ପରିବେଶରେ ପ୍ରାୟ ୧୦୦୦ ବିଦେଶୀ କମ୍ପାନୀ ଭାରତରେ ପ୍ରବେଶ କରିବାକୁ ଚିନ୍ତା କରୁଛନ୍ତି । ଏହି କମ୍ପାନୀଗୁଡିକ ମଧ୍ୟରୁ ପ୍ରାୟ ୩୦୦ କମ୍ପାନୀ ଭାରତରେ କାରଖାନା ପ୍ରତିଷ୍ଠା ପାଇଁ ମନୋବୃତ୍ତି ରଖିଛନ୍ତି । ତେବେ ଏନେଇ ସରକାରୀ କର୍ମଚାରୀଙ୍କ ସହ ଆଲୋଚନା ମଧ୍ୟ ଚାଲିଛି ।

କେନ୍ଦ୍ର ସରକାରଙ୍କ ଜଣେ  ଅଧିକାରୀଙ୍କ ଅନୁସାରେ ବର୍ତ୍ତମାନ ପ୍ରାୟ ୧୦୦୦ କମ୍ପାନୀ ବିଭିନ୍ନ ସ୍ତରରେ ବୁଝାମଣା କରୁଛନ୍ତି । ଏହି କମ୍ପାନୀଗୁଡ଼ିକ ମଧ୍ୟରୁ ଆମେ ୩୦୦ କମ୍ପାନୀକୁ ଟାର୍ଗେଟ କରିଛୁ  । କେନ୍ଦ୍ର ସରକାରୀ ଅଧିକାରୀଙ୍କ କହିବାନୁସାରେ, କରୋନା ଭାଇରସ୍ ନିୟନ୍ତ୍ରଣକୁ ଆସିବା ପରେ ଆମ ପାଇଁ ପରିସ୍ଥିତି ଭଲ ହେବ ଏବଂ ଭାରତ ଏକ ବିକଳ୍ପ ଉତ୍ପାଦନ ହବ୍ ଭାବେ ଉଭା ହେବ  ।

ରାଷ୍ଟ୍ରପତି ଭବନରେ ପହଂଚିଲା କରୋନା

ଆଗକୁ ଲକ୍ଷ୍ୟ ରଖାଯାଇଥିବା ୩୦୦ କମ୍ପାନୀ ମୋବାଇଲ୍, ଇଲେକ୍ଟ୍ରୋନିକ୍ସ, ମେଡିକାଲ୍ ଉପକରଣ, ବସ୍ତ୍ର ଏବଂ ସିନ୍ଥେଟିକ୍ କପଡ଼ା କମ୍ପାନୀ ବର୍ତ୍ତମାନ ଭାରତ ଆସିବାକୁ ଚାହୁଁଛନ୍ତି । ଯଦି ସରକାରଙ୍କ ତରଫରୁ ସକରାତ୍ମକ ପ୍ରତିକ୍ରିୟା ମିଳେ ତେବେ ଚୀନ୍ ପାଇଁ ଏହା ଏକ ବଡ଼ ଧକ୍କା ହେବ।

Leave a Reply