ଫେବ୍ରୁଆରୀ ସୁଦ୍ଧା ଦେଶର ଅଧା ଲୋକ ହୋଇପାରନ୍ତି ସଂକ୍ରମିତ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଫେବ୍ରୁଆରୀ ମଧ୍ୟରେ ଦେଶର ଅଧା ଜନସଂଖ୍ୟା ହୋଇପାରନ୍ତି କରୋନା ସଂକ୍ରମିତ । ଭାରତ ସରକାରଙ୍କ ଏକ୍ସପର୍ଟ ପ୍ୟାନେଲ୍ ପକ୍ଷରୁ ଏନେଇ ଅନୁମାନ କରାଯାଇଛି । ଅଧିକ ସଂଖ୍ୟାରେ ଲୋକ ସଂକ୍ରମିତ ହେବା ଦ୍ୱାରା ମହାମାରୀର ସ୍ପିଡ୍ କମିବାରେ ସହାୟକ ହେବ । ଏବେ ସୁଦ୍ଧା ଦେଶରେ ୭୫ଲକ୍ଷରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ସେପ୍ଟେମ୍ବର ମଧ୍ୟଭାଗରୁ କରୋନା ସଂକ୍ରମଣ କମିବାରେ ଲାଗିଛି ।

ଗତ ମାସେ ହେଲା ଦୈନିକ ସଂକ୍ରମଣ ହାରାହାରି ୬୧ ହଜାର ୩୯୦ ରହିଛି । ଏବେଯାଏଁ ଦେଶର ପ୍ରାୟ ୩୦ ପ୍ରତିଶତ ଲୋକ ସଂକ୍ରମିତ ହୋଇଥିବା ଏକ୍ସପର୍ଟ ପ୍ୟାନେଲ୍ ସଦସ୍ୟ ତଥା ଆଇଆଇଟି କାନପୁର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ୍ କହିଛନ୍ତି । ଫେବ୍ରୁଆରୀ ସୁଦ୍ଧା ସଂକ୍ରମିତ ସଂଖ୍ୟା ୫୦ ପ୍ରତିଶତକୁ ବୃଦ୍ଧି ପାଇପାରେ ବୋଲି ଆକଳନ କରାଯାଉଛି । ତେବେ ସରକାରଙ୍କ ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ଦେଶରେ ୧୪ ପ୍ରତିଶତ ସଂକ୍ରମିତ ହୋଇଥିବା ନେଇ କୁହାଯାଇଥିଲା ।

Coronavirus Good Hope New Born Baby Removed Mask From Doctors Face In UAE Photo Viral

ପାର୍ବଣରେ ସଂକ୍ରମଣ ଆହୁରି ବଢିବା ନେଇ ପ୍ୟାନେଲ୍ ଆଶଙ୍କା ପ୍ରକାଶ କରିଛି । ସେପଟେ କରୋନା ସଂକଟରେ ଆଶ୍ୱସ୍ତି । ଓଡ଼ିଶା, ଛତିଶଗଡ଼ ଓ ପଞ୍ଜାବରେ କମୁଛି କରୋନା ସ୍ପିଡ୍ । ଓଡିଶାରେ ଏବେ ତଳମୁହାଁ କରୋନାଗ୍ରାଫ୍ । ରାଜ୍ୟରେ ୧୦୯ ପ୍ରତିଶତ ହ୍ରାସ ପାଇଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସେହିପରି ଛତିଶଗଡ଼ରେ ୨୯୧ ପ୍ରତିଶତ ସଂକ୍ରମଣ ହୋଇଥିବା ବେଳେ ପଞ୍ଜାବରେ ୧୩୨ ପ୍ରତିଶତ କମିଛି ।

Leave a Reply