ବିଜେପି ନେତ୍ରୀଙ୍କୁ ଆଇଟମ୍ କହି ହଟହଟା ହେଲେ କମଲ ନାଥ, ଶେଷରେ…

1 min read

ଭୋପାଲ: ମଧ୍ୟପ୍ରଦେଶ ଉପ-ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ବିଜେପି ନେତା ଇମର୍ତି ଦେବୀଙ୍କ ଉପରେ ତେଇଥିବା ନିଜ ମନ୍ତବ୍ୟ ଉପରେ ଦୁଃଖ ପ୍ରକାଶ କରିଛନ୍ତି । ଇମ୍ରତୀ ଦେବୀଙ୍କ ଦିଆଯାଇଥିବା ମନ୍ତବ୍ୟରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ହେବା ସମୟରେ କମଲ ନାଥ କହିଛନ୍ତି ଯେ, ଯଦି ମୋର ମନ୍ତବ୍ୟ କାହାକୁ ଅସମ୍ମାନ କରିଛି ତେବେ ମୁଁ ବହୁତ ଦୁଃଖିତ ।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କହିଛନ୍ତି, ‘ଆଜି ଭାରତୀୟ ଜନତା ପାର୍ଟି ହୃଦୟଙ୍ଗମ କରୁଛି ଯେ ସେମାନେ କେବଳ ହାରି ନାହାଁନ୍ତି, ସେମାନେ ମାଡ ମଧ୍ୟ ଖାଉଛନ୍ତି । ସେଥିପାଇଁ ସେମାନେ ଧ୍ୟାନ କେନ୍ଦ୍ରିତ କରିପାରୁ ନାହାଁନ୍ତି । ୧୫ ବର୍ଷର ଏବଂ ଗତ ୭ ମାସରେ ହୋଇଥିବା ସମସ୍ତ ଘଟଣା ଉପରୁ ସେମାନେ ଲୋକଙ୍କ ଦୃଷ୍ଟି ହଟାଇବାକୁ ଚାହୁଁଛନ୍ତି । ତେବେ ସେମାନେ ଧ୍ୟାନ ହଟାଇବାକୁ ଯାହା ବି କୁହନ୍ତୁ , କିନ୍ତୁ ମୁଁ ସେମାନଙ୍କୁ ସଫଳ ହେବାକୁ ଦେବି ନାହିଁ ।

ଇମର୍ତି ଦେବୀଙ୍କ ଉପରେ ଦେଇଥିବା ନିଜ ବିବୃତ୍ତିରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କହିଛନ୍ତି ଯେ, ସେମାନେ କହୁଛନ୍ତି ଯେ ମୁଁ ଅସମ୍ମାନିତ ହେବା ଭଳି କଥା କହିଛି । କେଉଁ ଅସମ୍ମାନିତ କଥା ? ମୁଁ ତ ମହିଳାମାନଙ୍କୁ ସମ୍ମାନ କରେ । ଯଦି କେହି ଭାବନ୍ତି ଯେ, ଏହା ଅସମ୍ମାନ କଲା ଭଳି କଥା, ତେବେ ମୁଁ ଏଥିପାଇଁ ଦୁଃଖିତ ।

ରିପୋର୍ଟ ମାଗିଲା ନିର୍ବାଚନ ଆୟୋଗ

ଏଥି ସହିତ, ଆଇଟମ୍ ବିବାଦକୁ ନେଇ କମଲ ନାଥଙ୍କ ଅସୁବିଧା ବଢିପାରେ  । ସୂଚନା ଅନୁସାରେ ନିର୍ବାଚନ ଆୟୋଗ ବିଜେପିର ଅଭିଯୋଗ ଉପରେ ମଧ୍ୟପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ କମଲ ନାଥଙ୍କ ଠାରୁ ଆଇଟମ୍ ସମ୍ୱନ୍ଧିୟ ମନ୍ତବ୍ୟ ଉପରେ ରିପୋର୍ଟ ମାଗିଛନ୍ତି। ରବିବାର ଦିନ ବିଜେପି ନେତାମାନେ କମଲ ନାଥଙ୍କ ଏକ ନିର୍ବାଚନ ରାଲିରେ ଇମର୍ତି ଦେବୀଙ୍କ ପାଇଁ ଆଇଟମ୍ ଶବ୍ଦର ବ୍ୟବହାର କରିଥିବା ଅନଲାଇନରେ ଅଭିଯୋଗ କରିଛନ୍ତି ।

ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସୋମବାର ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଆୟୋଗ ସ୍ଥିତି ପରକ୍ଷୀବାକୁ ରାଜ୍ୟ ସିଇଓଙ୍କ ଠାରୁ ସମ୍ପୂର୍ଣ୍ଣ ରିପୋର୍ଟ ମାଗିଛନ୍ତି। ସିଇଓଙ୍କୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ପଡିବ। ରିପୋର୍ଟ ପାଇବା ପରେ କମଲ ନାଥଙ୍କ ଉପରେ କ’ଣ ପଦକ୍ଷେପ ନିଆଯିବ ତାହା ଆୟୋଗ ବୁଧବାର ନିଷ୍ପତ୍ତି ନେଇପାରେ ।

ବିବୃତ୍ତି ଉପରେ ବିବାଦ

ମଧ୍ୟପ୍ରଦେଶରେ ଉପ-ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ମନ୍ତବ୍ୟକୁ ନେଇ ବିବାଦ ଦେଖାଯାଇଛି। କଂଗ୍ରେସ ନେତା କମଲ ନାଥ ଏକ ରାଲିରେ ବିଜେପି ନେତା ଇମର୍ତି ଦେବୀଙ୍କୁ ଆଇଟମ୍ ବୋଲି କହିଥିଲେ, ଯେଉଁଥିରେ ରାଜନୈତିକ ବିବାଦ ସାମ୍ନାକୁ ଆସିଛି । ଏହି ବିବୃତ୍ତିକୁ ବିରୋଧ କରି ଶିବରାଜ ସିଂହ ଚୌହାନ ସୋମବାର ଦିନ ଦୁଇ ଘଣ୍ଟା ନୀରବ ରହି କ୍ଷମା ମାଗିବାକୁ କଂଗ୍ରେସକୁ ନିବେଦନ କରିଛନ୍ତି ।

Leave a Reply