ମାଛ କିଲୋ ପିଛା ୧୬ ହଜାର: ନିଲାମ ବେଳେ ୪ଲକ୍ଷ ଟଙ୍କା ଦେଇ କିଣିଲା କୋଲକାତାର ଏକ ଔଷଧ କମ୍ପାନୀ

1 min read

ଜଳେଶ୍ୱର: ମାଛର ଦାମ ୪ଲକ୍ଷ ଟଙ୍କା । ଧରା ହେଲା ୪ଲକ୍ଷ ଟଙ୍କିଆ ମାଛ । ଓଡିଶାକୁ ଲାଗି ରହିଥିବା ପଶ୍ଚିମବଙ୍ଗ ଦୀଘା ମୁହାଣରେ ଧାରାଯାଇଛି ୨୭ କିଲୋଗ୍ରାମର ଏକ ବିରଳ ମାଛ । ତେବେ ଏହି ବିରଳ ମାଛର ନାଁ ରହିଛି ତେଲିଆ ମାଛ । କିନ୍ତୁ ଏହି ମାଛକୁ ସ୍ଥାନୀୟ ଅଞ୍ଚଳରେ ଭେକ୍ଟି ମାଛ ନାଁ ରେ ଜଣା ଯାଇଥାଏ । ଏହି ମାଛକୁ ଦେଖିବାକୁ ଗହଳି ଲାଗିଛି ।  ଏହି ମାଛର ଦର କିଲୋଗ୍ରାମ ପ୍ରତି ୧୬ହଜାର ଟଙ୍କାରେ ବିକ୍ରି ହୋଇଥିବା ସୂଚନା ମିଳିଛି ।

ଗୁରୁବାର ଦିନ ଦିଘା ମାଛ ନିଲାମ କେନ୍ଦ୍ରରେ ଏହି ମାଛଟିକୁ ନିଲାମ କରାଯାଇଥିଲା ।  ARM ନାମକ ଔଷଧ କମ୍ପାନୀ ଏହି ମାଛ ଟିକୁ କିଲୋଗ୍ରାମ ପ୍ରତି ୧୬ହଜାର ଟଙ୍କାରେ କିଣିଥିଲା । ତେବେ ସ୍ଥାନୀୟ ଅଞ୍ଚଳରେ ମାଛ ଧରାଳିଙ୍କ ଜାଲରେ ଧରାଯାଇଥିଲା ।  ପ୍ରାୟ ୨୭ କିଲୋଗ୍ରାମର ଏହି ମାଛକୁ କୋଲକାତାର ଔଷଧ କମ୍ପାନୀ ମୋଟ ୪ ଲକ୍ଷ ଟଙ୍କାରେ କିଣିଥିଲା । ତେବେ ଏହି ମାଛର ଚର୍ବି, କଣ୍ଟା ରୁ ଔଷଧ ତିଆରିରେ ବ୍ୟବହୃତ ହୁଏ ।  ତେଣୁ ଫାର୍ମାସିଟିକାଲ୍ କମ୍ପାନୀ ତରଫରୁ ଏହି ମାଛକୁ ଚଢା ଦରରେ କଣିଥିବା ଜଣାପଡ଼ିଛି ।

Leave a Reply