ପାକିସ୍ତାନ ଆତଙ୍କୀଙ୍କ ଖୋଲୁଛି ଗୁମର, ନିହତ ୪ ଆତଙ୍କବାଦୀ ନେଇଥିଲେ କମାଣ୍ଡୋ ଟ୍ରେନିଂ

Nagrota Encounter Terrorists Entered By Tunnel In Samba Jammu

ଶ୍ରୀନଗର: ପାକିସ୍ତାନ ଆତଙ୍କୀଙ୍କ ଖୋଲୁଛି ଗୁମର । ଜାମ୍ମୁ କାଶ୍ମୀରର ନଗରୋଟାରେ ଏନକାଉଣ୍ଟର ହୋଇଥିବା ୪ ଆତଙ୍କବାଦୀ ନେଇଥିଲେ କମାଣ୍ଡୋ ଟ୍ରେନିଂ । ୨୦୧୬ରେ ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ କାସିମ ଜାନ୍ ସେମାନଙ୍କୁ ଟ୍ରେନିଂ ଦେଇଥିଲା । ଆଫଗାନିସ୍ତାନରୁ ଆମେରିକା ସେନା ଫେରିଯିବା ପରେ ସୀମାରେ ତାଲିବାନୀଙ୍କ ଦବଦବା ବଢିବାରେ ଲାଗିଛି । ଏହି ୪ ଆତଙ୍କବାଦୀଙ୍କ ସହ ଅନ୍ୟ ୧୪ ଜଣ ସୀମାରେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ । ସେମାନେ ସେଠାରେ କ୍ୟାମ୍ପ ପକାଇ କିଛି ଦିନ ହେଲା ରହୁଥିଲେ ବୋଲି ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି ।

ଅନ୍ୟପଟେ ଭିନ୍ନ ଭିନ୍ନ ଆତଙ୍କବାଦୀ ସଂଗଠନର ୨୦୦ ଜଣ ଆତଙ୍କବାଦୀ ପାକିସ୍ତାନରେ ଥିବା ଲଞ୍ଚପ୍ୟାଡ୍‌ ନିକଟରେ ରହୁଥିଲେ । ସମୟ ଦେଖି ସେମାନେ ମଧ୍ୟ ଭାରତ ଭିତରକୁ ଆସିବେ ବୋଲି ଯୋଜନା କରିଥିଲେ । ନଗରୋଟାରେ ଏନକାଉଣ୍ଟର ହୋଇଥିବା ୪ ଆତଙ୍କବାଦୀଙ୍କ ନିକଟରୁ ପାକିସ୍ତାନୀ କମ୍ପାନୀର ରେଡିଓ ଜବତ ହୋଇଛି । ଏହି ରେଡିଓ ମାଧ୍ୟମରେ ସେମାନଙ୍କ ସହ ପାକିସ୍ତାନରେ ବସିଥିବା ଆତଙ୍କୀ ସଂଗଠନର ମୁଖିଆ କଥାବାର୍ତ୍ତା ହେଉଥିଲେ ।

Nagrota Encounter Terrorists Entered By Tunnel In Samba Jammu

ଗତ ୧୯ ତାରିଖରେ ଜାମ୍ମୁ କାଶ୍ମୀର ନଗରୋଟା ଟୋଲ୍ ପ୍ଲାଜା ନିକଟରେ ୪ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲେ ଭାରତୀୟ ଯବାନ । ଗାଡ଼ି ଚେକିଂ ବେଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଏହି ଘଟଣା ଭୋର୍‌ ୫ଟା ସମୟରେ ଘଟିଥିଲା । ଏହା ପରେ ସର୍ଚ୍ଚ ଅପରେସନ୍‌କୁ କଡ଼ା କଡ଼ି କରାଯିବା ସହ ଜାମ୍ମୁ ଶ୍ରୀନଗର ହାଇୱେକୁ ବନ୍ଦ କରି ଦିଆଯାଇଛି ।

ତେବେ ଆତଙ୍କବାଦୀମାନେ ଏକ ଟ୍ରକରେ ଆସୁଥିଲେ । ଖବର ପାଇ ସୁରକ୍ଷାକର୍ମୀ ଟୋଲ୍‌ ପ୍ଲାଜା ନିକଟରେ ଛକି ରହିଥିଲେ । ଟୋଲପ୍ଲାଜାରେ ପୋଲିସ ଚେକିଂ ବେଳେ ଟ୍ରକ ଭିତରୁ ପ୍ରଥମେ ଆତଙ୍କୀ ଗୁଳି ଚଳାଇଥିଲେ । ଜବାବରେ ସୁରକ୍ଷାକର୍ମୀ ପାଲଟା ଫାୟାରିଂ କରିଥିଲେ । ଅପରେସନ୍‌ ପରେ ଟ୍ରକରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ହୋଇଥିଲା । ଏନକାଉଣ୍ଟର ପରେ ସବୁ ନାକା ପଏଣ୍ଟରେ ସୁରକ୍ଷା କଡାକଡ଼ି ହୋଇଛି । ପ୍ରତି ଗାଡିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି ।

Leave a Reply