ଆମେରିକାର ଦ୍ୱିତୀୟ ସର୍ବକନିଷ୍ଠ ରାଷ୍ଟ୍ରପତିଙ୍କ କାହାଣୀ, ଯିଏ ବିଶ୍ୱଯୁଦ୍ଧ ସମୟରେ ମରୁ ମରୁ ବଞ୍ଚିଥିଲେ !

1 min read
jhon kenedy

ସେ ମାତ୍ର ଦୁଇ ବର୍ଷ, ଦଶ ମାସ ଏବଂ ଦୁଇ ଦିନ ପାଇଁ ଆମେରିକାର ରାଷ୍ଟ୍ରପତି ଥିଲେ । କିନ୍ତୁ ଏବେ ବି ସେ ଆମେରିକାର ଅନ୍ୟତମ ଲୋକପ୍ରିୟ ରାଷ୍ଟ୍ରପତି । ମାତ୍ର ୪୩ ବର୍ଷ ବୟସରେ ସେ ଆମେରିକାର ରାଷ୍ଟ୍ରପତି ଭାର ସମ୍ଭାଳିଥିଲେ । ଆମେରିକାର ସର୍ବକନିଷ୍ଠ ରାଷ୍ଟ୍ରପତି ତାଲିକାରେ ତାଙ୍କ ସ୍ଥାନ ଦ୍ୱିତୀୟ । ଆମେ କହୁଛୁ ଆମେରିକାର ୩୫ ତମ ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କ କଥା । ୧୯୬୩ ମସିହା ଆଜିର ଦିନରେ ତାଙ୍କର ହତ୍ୟା କରାଯାଇଥିଲା । ଆମେରିକା ଟେକ୍ସାସର ଡଲାସରେ ତାଙ୍କୁ ହତ୍ୟା କରାଯାଇଥିଲା, ଯେତେବେଳେ ସେ ଏକ ଓପନ୍‌ କାର୍‌ରେ ବସି ଯାଉଥିଲେ । କେନେଡିଙ୍କୁ ଗୁଳି କରିଥିଲେ ପୂର୍ବତନ ମେରାଇନ୍‌ ଲି ହାର୍ଭେ ଓସୱାଲ୍ଡ । ଓସୱାଲ୍ଡଙ୍କୁ ପୋଲିସ ଗିରଫ କରିଥିଲା ସତ ହେଲେ ଏହାର ଦୁଇ ଦିନ ପରେ କେନେଡିଙ୍କ ଜଣେ ସମର୍ଥକ ମଧ୍ୟ ଓସୱାଲ୍ଡଙ୍କୁ ହତ୍ୟା କରିଦେଇଥିଲେ । ଏହି ଘଟଣା ଆମେରିକା ସହ ପୁରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଥିଲା ।

jhon kenedy

୨୯ ମେ, ୧୯୧୭ରେ ଆମେରିକାର ବ୍ରୁକଲିନରେ ଜନ୍ମଗ୍ରହଣ କରିଥିବା କେନେଡି, ତାଙ୍କ ପିତା-ମାତାଙ୍କ ନଅ ଜଣ ସନ୍ତାନଙ୍କ ମଧ୍ୟରୁ ଦ୍ୱିତୀୟ ନମ୍ବର ଥିଲେ । ତାଙ୍କ ପିତା ଆମେରିକାର ସଫଳ ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କର ବ୍ୟବସାୟ ଚଳଚ୍ଚିତ୍ର ଶିଳ୍ପରୁ  ଆରମ୍ଭ କରି ଷ୍ଟକ୍ ମାର୍କେଟ, ଜାହାଜ ନିର୍ମାଣ ଏବଂ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ପର୍ଯ୍ୟନ୍ତ ବ୍ୟାପିଥିଲା । ୧୯୩୮ ମସିହାରେ, କେନେଡିଙ୍କ ପିତା ଆମେରିକାର ରାଷ୍ଟ୍ରଦୂତ ଭାବେ ବ୍ରିଟେନ ଯାଇଥିଲେ, ସେତେବେଳେ ୨୧ ବର୍ଷୀୟ କେନେଡି ତାଙ୍କ ପିତାଙ୍କ ସେକ୍ରେଟାରୀ ଭାବେ ସେଠାକୁ ଯାଇଥିଲେ ।

jhon kenedy

ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ ଶେଷ କରିବା ପରେ ୧୯୪୧ରେ ସେ ନୌସେନାରେ ଯୋଗ ଦେଇଥିଲେ । ସେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିଲା । ଯୁଦ୍ଧ ସମୟରେ ତାଙ୍କର ବଡ଼ ଭାଇଙ୍କର ମୃତ୍ୟୁ ହୋଇଥିଲା । ଖୋଦ୍‌ କେନେଡ଼ି ମଧ୍ୟ ଯୁଦ୍ଧ ସମୟରେ ମରୁ ମରୁ ବଞ୍ଚିଥିଲେ । ୧୯୪୫ ରେ ନୌସେନା ଛାଡିବା ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ବଡ ଭାଇଙ୍କ ମୃତ୍ୟୁ ପରେ ପରିବାରର ରାଜନୈତିକ ଉତ୍ତରାଧିକାରୀ କେନେଡି ଥିଲେ । ୧୯୪୬ ରେ ସେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ଏବଂ ​​ଜିତିଥିଲେ ମଧ୍ୟ । ତେବେ ଏହା ପରଠାରୁ ସେ କେବେ ବି ଜୀବନରେ କୌଣସି ନିର୍ବାଚନ ​​ହାରି ନାହାନ୍ତି ।

jhon kenedy

Leave a Reply