Tension With China: ୧୯୬୨ ମସିହା ଯୁଦ୍ଧ ପୂର୍ବରୁ ପ୍ରକାଶିତ ଏହି ଖବର କ’ଣ ପାଇଁ  ଏବେ ଚର୍ଚ୍ଚାରେ ? ଜାଣନ୍ତୁ

1 min read

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ଦୁଇ ମାସ ଧରି ଚାଲିଥିବ ଗତିରୋଧ ମଧ୍ୟରେ ଚୀନ୍ ସେନା ଗଲବାନରୁ ଦେଢ କିଲୋମିଟର ପଛକୁ ହଟିବା ପାଇଁ ରାଜି ହୋଇଥିବା ଖବର ଆସିଛି । ଭାରତ ଚାପରେ ଚୀନ ପଛକୁ ଫେରୁଛି ବୋଲି କୁହାଯାଉଛି । କିନ୍ତୁ ଏହାରି ଭିତରେ ଗୋଟିଏ ପୁରୁଣା ଖବର କାଗଜର ନ୍ୟୁଜ୍ କଟିଂ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଲେଖାଯାଇଛି ଯେ, ‘Chinese Troops Withdraw From Galwan Post’ ଅର୍ଥାତ ଚୀନ୍ ସୈନିକ ଗଲବାନ ପୋଷ୍ଟରୁ ପଛକୁ ଫେରିଗଲେ । ଗଲବାନ ଘାଟିର ପରିସ୍ଥିତି ଭିତରେ ଭାଇରାଲ ହେଉଥିବା ଏହି ଖବରକାଗଜ କଟିଂ ୧୫ ଜୁଲାଇ ୧୯୬୨ ମସିହାର ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ପୁରୁଣା ଖବର କାଗଜ କଟିଂ ପଛରେ ଯୁକ୍ତି ହେଉଛି ଚୀନକୁ କେବେ ମଧ୍ୟ ବିଶ୍ୱାସ କରାଯାଇ ନପାରେ । କାରଣ ୧୯୬୨ ମସିହାରେ ମଧ୍ୟ ଗଲବାନ ଘାଟିରୁ ହଟିବା ପରେ ଚୀନ୍ ସେନା ପୁଣିଥରେ ଗଲବାନକୁ ଆସିଥିଲା । ୧୫ ଜୁଲାଇ ୧୯୬୨ ମସିହାରେ ଟାଇମ୍ସ ଅଫ୍ ଇଣ୍ଡିଆ ତାର ମୁଖ୍ୟ ପୃଷ୍ଠାରେ ଚୀନ ସେନା ଗଲବାନରୁ ଫେରିଯାଇଥିବା କଥା ଉଲ୍ଲେଖ କରିଥିଲା । କିନ୍ତୁ ଏହାର ୯୦ ଦିନ ପରେ ଅକ୍ଟୋବର ୨୦ ତାରିଖ ଦିନ ଚୀନ୍ ଓ ଭାରତ ମଧ୍ୟରେ ଯୁଦ୍ଧ ହୋଇଥିଲା । ଆଉ ଗଲବାନରୁ ହିଁ ଯୁଦ୍ଧ ଆରମ୍ଭ ହୋଇଥିଲା ।

TOI HEADLINES

ଧୋକାବାଜ ଚୀନ୍

୧୯୬୨ ମସିହା ଜୁଲାଇ ୧୫ ତାରିଖ ଦିନ ଚୀନ୍ ସେନା ଗଲବାନରୁ ହଟିଯାଇଥିଲା । ସେତେବେଳେ ଚୀନ୍ ସେନା ଗଲବାନଠାରୁ ୨୦୦ ମିଟର ପଛକୁ ହଟିଥିଲା । ତେବେ ଏହି ଲେଉଟାଣି ଖୁବ କମ ସମୟ ପାଇଁ ଥିଲା । ଚୀନ୍ ସେନା ପୁଣି ଥରେ ଗଲବାନକୁ ଫେରିଥିଲା ।

ଏହାପରେ ତିନି ମାସ ପର୍ଯ୍ୟନ୍ତ ଭାରତ ଓ ଚୀନ୍ ମଧ୍ୟରେ ଏନେଇ ପତ୍ରାଚାର ଜାରି ରହିଥିଲା । ଏହି ସମୟରେ ନାୟକ ସୁବେଦାର ଜଙ୍ଗ ବାହାଦୁରଙ୍କ ନେତୃତ୍ୱରେ ଗୋର୍ଖା ନିଜ ଜମି ଉପରେ କବଜା କରିବାରେ ସଫଳ ହୋଇଥିଲେ  । ଅକ୍ଟୋର ଆରମ୍ଭରେ ଗଲବାନ ଘାଟିର ତାପମାତ୍ରା ଶୁନ୍ୟରୁ ତଳକୁ ଖସିଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଗୋର୍ଖାଙ୍କୁ ହଟାଇ ସେମାନଙ୍କ ସ୍ଥାନରେ ଏସଏସ ହସ୍ବନୀସଙ୍କ କମାଣ୍ଡରେ ସେନା ଜାଟ୍ ରେଜିମେଣ୍ଟ୍ ମୁତ୍ତୟନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏମଆଇ-୪ ହେଲିକପ୍ଟର ୪ ଦିନରେ ସେଠାରେ ସେନା ମୁତ୍ତୟନ କାମ ସାରିଥିଲା  ।

ଅକ୍ଟୋବର ୨୦,୧୯୬୨ ମସିହାରେ ଗଲବାନରେ ପୋଷ୍ଟରେ ଚୀନ୍ ସୈନିକ ନିଆଁ ଲଗାଇ ଦେଇଥିଲେ । ଯେଉଁଥିରେ ୩୬ ଜଣ ଭାରତୀୟ ସୈନିକ ଜୀବନ୍ତ ଦଗ୍ଧ ହୋଇଥିଲେ । ମେଜର ହସ୍ବନୀସଙ୍କୁ ଚୀନ୍ ସେନା ନିଜ କବଜାକୁ ନେଇଥିଲା ।ଏହା ସହ ୧୯୬୨ର ଯୁଦ୍ଧ ଆରମ୍ଭ ହୋଇଥିଲା । ମେଜର ହସ୍ବନୀସ ୭ ମାସ ପାଇଁ ଯୁଦ୍ଧବନ୍ଦୀ ଭାବେ ଚୀନରେ ଥିଲେ । ଯୁଦ୍ଧ ସରିବା ପରେ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ମେଜର ହସ୍ବନୀସଙ୍କ ପୁଅ ଲେଫ୍ଟେନାଣ୍ଟ୍ ଜେନରାଲ ଏସଏସ ହସ୍ବନୀସ ଏବେ ସେନାର ଉପମୁଖ୍ୟ ଅଟନ୍ତି । ସେନାର ଅଧିକାରୀ ୧୯୬୨ ଯୁଦ୍ଧ ହେଡଲାଇନ୍ ଆଡକୁ ଇସାରା କରି କହୁଛନ୍ତି ଯେ, ଏବେ ଚୀନଠାରୁ କ’ଣ ପାଇଁ ସତର୍କ ରହିବାକୁ ପଡିବ । ସେମାନଙ୍କ କହିବା ହେଉଛି ,ଯେଉଁମାନେ ଇତିହାସରୁ କିଛି ସିଖନ୍ତି ନାହିଁ ସେମାନଙ୍କ ଦ୍ୱାରା ପୁନଃ ଭୁଲ ହୋଇଥାଏ ।

Leave a Reply