ନାମାଙ୍କନ ଭରିଲେ କେନ୍ଦୁଝର ବିଜେଡି ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ

କେନ୍ଦୁଝର: ନାମାଙ୍କନ ଭରିଲେ କେନ୍ଦୁଝର ବିଜେଡି ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ। ଜିଲ୍ଲାପାଳଙ୍କ ନିକଟ ପହଞ୍ଚି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସ୍ଥାନୀୟ କାଳୀ ପଡିଆ ଠାରୁ ହଜାର ହଜାର ବିଜେଡି କର୍ମୀ ଓ ନିଜର ସମର୍ଥକ ଙ୍କ ସହ ଆଦିବାସୀ ନୃତ୍ୟ , ମାଦଳ , ଢୋଲ ବଜାଇ ନାଚ ଗୀତ ତାଳେ ତାଳେ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ। ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ନିକଟରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସମ୍ମୁଖରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ସମୟରେ ଘସିପୁରା ବିଧାୟକ ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର,ଚମ୍ପୁଆ ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼, ତେଲକୋଇ ବିଧାୟକ ପ୍ରାର୍ଥୀ ମାଧବ ସର୍ଦାର, ଉପସ୍ଥିତ ଥିଲେ। ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକ, କେନ୍ଦୁଝର ବିଧାୟକ ପ୍ରାର୍ଥୀନୀ ମୀନା ମାଝୀ, କରଞ୍ଜିଆ ବିଧାୟକ ପ୍ରାର୍ଥୀ ବାସନ୍ତୀ ହେମ୍ବ୍ରମ,ଜିଲ୍ଲା ବିଜେଡି ସଭାପତି କୁଶ ଆପଟ, ଯୁବ ବିଜେଡି ରାଜ୍ୟ ଉପସଭାପତି ସୌମ୍ୟ ଶଙ୍କର ଚକ୍ରଙ୍କ ସହିତ ହଜାର ହଜାର ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ। ପ୍ରାର୍ଥୀ ପତ୍ର ଦାଖଲ ପରେ ଜିଲ୍ଲାର ବିକାଶ ପାଇଁ କାମ କରିବି ବୋଲି କହିଛନ୍ତି ଧନୁର୍ଜୟ ସିଦ୍ଧୁ।