ଜନ୍ମଦିନରେ ଜାଣନ୍ତୁ ଆଶିଷ ନେହେରାଙ୍କ ପ୍ରେମ କାହାଣୀ

1 min read

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଆଶିଷ ନେହେରା । ଆଜି ହେଉଛି ଏହି ମହାନ ବୋଲରଙ୍କ ଜନ୍ମଦିନ । ୪୫ ବର୍ଷରେ ପାଦ ଥାପିଛନ୍ତି ନେହେରା । ତେବେ ନେହେରାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ପ୍ରେମ କାହାଣୀ ସମ୍ପର୍କରେ । ନେହେରା ଅଭିନେତ୍ରୀ ରୁଷମାଙ୍କୁ ବିବାହ କରିଛନ୍ତି । ତେବେ ସେମାନଙ୍କ ସାକ୍ଷାତ ପ୍ରଥମେ କ୍ରିକେଟ ଗ୍ରାଉଣ୍ଡରେ ହୋଇଥିଲା । ୨୦୦୨ରେ ଇଂଲଣ୍ଡ ବିପକ୍ଷ ଭାରତ ଓବାଲରେ ମ୍ୟାଚ ଖେଳୁଥିଲା । ଏହି ସମୟରେ ପ୍ରଥମେ ଉଭୟଙ୍କ ଭେଟ ହୋଇଥିଲା । ଏହାପରେ ଉଭୟଙ୍କ ସମ୍ପର୍କ ବଢ଼ିଥିଲା । ପ୍ରଥମେ ବନ୍ଧୁତା ଏବଂ ପରେ ପ୍ରେମ ହୋଇଥିଲା । ୭ ବର୍ଷ ଧରି ଉଭୟ ଡେଟ୍ କରିଥିଲେ । ପରେ ନେହେରା ତାଙ୍କୁ ବିବାହ କରିବା ପାଇଁ କହିଥିଲେ । ପ୍ରଥମେ ଏହାକୁ ବିଶ୍ବସ କରି ନଥିଲେ ରୁଷମା । ମାତ୍ର ପରଦିନ ପୁଣିଥରେ ବିବାହ କରିବା କଥା କହିଥିବାବେଳେ ସେ ଏହାକୁ ବିଶ୍ବାସ କରିଥିଲେ ।

ତେବେ ନେହେରା ଏକ ଇଣ୍ଟଭିୟ୍ୟୁରେ କହିଥିଲେ କି, ବିବାହ ପାଇଁ ଯୋଜନା ମାତ୍ର ୧୫ ମିନିଟରେ ସ୍ଥିର କରାଯାଇଥିଲା । ସାଙ୍ଗମାନଙ୍କ ସହ କଥା ହେବାବେଳେ ହଠାତ ଏଭଳି ଯୋଜନା କରିଥିଲେ । ଏପ୍ରିଲ ୨, ୨୦୦୯ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କହି ରଖୁଛୁ କି, ୧୯୯୯ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ନେହେରା । ସେ ଭାରତ ପାଇଁ ୧୭ଟି ଟେଷ୍ଟ, ୧୨୦ଟି ଦିନିକିଆ ଏବଂ ୨୭ଟି ଟି-୨୦ ଖେଳିଛନ୍ତି । ୨୦୦୩ ବିଶ୍ବକପରେ ଇଂଲଣ୍ଡ ବିପକ୍ଷରେ ମାତ୍ର ୨୩ ରନ ବିନିମୟରେ ୬ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଯାହାକି ନେହେରାଙ୍କ ରେକର୍ଡ ମଧ୍ୟ ରହିଛି । ତେବେ ୨୦୧୧ ବିଶ୍ବକପରେ ଭାରତ ଚାମ୍ପିୟନ ଟିମରେ ନେହେରା ମଧ୍ୟ ଅଂଶ ଥିଲେ ।