ଆମେରିକାର ୨୪୪ତମ ସ୍ୱାଧିନତା ଦିବସରେ ପୁଣି କାହିଁକି ଏମିତି କହିଲେ ଟ୍ରମ୍ପ ?

1 min read
china has caused great damage to the united states and the rest of the world says us president donald trump

ଆମେରିକା: ପୁଣି ଚାଇନା ଉପରେ ବର୍ଷିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମହାମାରୀ କରୋନା ଭୂତାଣୁ ଯୋଗୁଁ ସାରା ବିଶ୍ୱ ଆଜି ବିପଦରେ । ଚାଇନା ପାଇଁ ଆଜି ଅନେକ ଦେଶ ଆତଙ୍କିତ ହୋଇ ରହିଛି । ଚାଇନାର ଏଭଳି ଗୁଣ ଯୋଗୁଁ ଆଜି ପୁରା ବିଶ୍ୱ କ୍ଷତି ସହୁଛି ।

ମହାମାାରୀ କରୋନା ସମ୍ପର୍କରେ ଚାଇନା ଆଗରୁ ଜାଣିଥିଲେ ସୁଦ୍ଧା ଘଟଣାକୁ ଲୁଚାଇ ରଖିଥିଲା । ଯାହା ଫଳରେ ପୁରା ବିଶ୍ୱ ଏବେ ସଙ୍କଟରେ । ଚାଇନା ସାରା ବିଶ୍ୱକୁ ଧୋକା ଦେଇଛି । ଏଭଳି କଟୁ ଭାଷାରେ ଆଜି ପୁଣି ଥରେ ଏକ ସାମ୍ବାଦିକ ସମ୍ମିଳନୀରେ ଚାଇନାକୁ ଟାର୍ଗେଟ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ବିଶ୍ୱରେଏଭଳି ପରିସ୍ଥିତି ପାଇଁ ଚୀନ୍‌ ଉତ୍ତରଦାୟୀ ହେବା ଉଚିତ୍‌ ।

ଆମେରିକାର ୨୪୪ ତମ ସ୍ୱାଧୀନତା ଦିବସରେ ଶନିବାର ଦେଶକୁ ସମ୍ବୋଧିତ କରିଛନ୍ତି ଟ୍ରମ୍ପ । ଏହି ସମୟରେ ଟ୍ରମ୍ପ କହିଛନ୍ତି, ଦେଶରେ କୋରୋନା ଭାଇରସ ମାମଲା କ୍ରମାଗତ ବୃଦ୍ଧି ସତ୍ତ୍ୱେ କୋଭିଡ୍‌ -୧୯ ବିରୋଧରେ ଦେଶ ‘ଅଗ୍ରଗତି’ କରିଛି । ତେବେ କରୋନା ସମୟରେ ଦେଶ କିଭଳି ପ୍ରଗତି କରିଛି ସେନେଇ ବ୍ୟାଖା କରିଥିଲେ ଟ୍ରମ୍ପ ।

pompio

ସୂଚନାଯୋଗ୍ୟ, ରାଷ୍ଟ୍ରପତି ଟ୍ରମ୍ପ ପୂର୍ବରୁ ମଧ୍ୟ ଚୀନ୍‌କୁ କଟୁ ଭାଷାରେ ସମାଲୋଚନା କରିସାରିଛନ୍ତି । ବର୍ତ୍ତମାନ କରୋନା ସମୟରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ସାମରିକ ସ୍ତରରେ ମଧ୍ୟ ତିକ୍ତତା ବଢ଼ିଛି । ଦକ୍ଷିଣ ଚୀନ୍ ସାଗରରେ ଉଭୟ ଦେଶ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ପୂର୍ବରୁ ଆମେରିକାର ବୈଦେଶିକ ସଚିବ ମାଇକ୍ ପାମ୍ପିଓ କହିଛନ୍ତି ଯେ, ଦକ୍ଷିଣ ପୂର୍ବ ଏସିଆରେ ଚୀନ୍‌ର ଉତ୍ପାତ ଯୋଗୁଁ ଏଭଳି ନିଷ୍ପତି ନିଆଯାଇଛି । ୟୁରୋପରୁ ସୈନ୍ୟମାନଙ୍କୁ ପ୍ରତ୍ୟାହାର କରାଯାଇ ଏବେ ଏସିଆରେ ନିୟୋଜିତ କରାଯାଉଛି ।

Leave a Reply