ଦ୍ୱିତୀୟ ଡୋଜ୍ ନେବାରେ ବିଳମ୍ବ ହେଲେ କ’ଣ ହେବ?

1 min read

କରୋନା ମହାମାରୀ ବିରୁଦ୍ଧରେ ଲଢ଼େଇ ପାଇଁ ଏବେ ସାରା ଦେଶରେ ଟାକାକରଣ ଚାଲିଛି । ଟିକା ହିଁ ଏକମାତ୍ର ସଞ୍ଜିବନୀ ଯାହା ଆମକୁ କରୋନା ଦାଉରୁ ରକ୍ଷା କରିପାରିବ। ହେଲେ ଟିକାର ଅଭାବ ଯୋଗୁ ଦେଶର ଅନେକ ସ୍ଥାନରେ ଟିକାକରଣ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ଯେଉଁ ବ୍ୟକ୍ତିମାନେ ପ୍ରଥମ ଡୋଜ ନେଇ ସାରିଛନ୍ତି ଏବଂ ଦ୍ୱିତୀୟ ଡୋଜ୍ ପାଇଁ ଅପେକ୍ଷା କରିଛନ୍ତି ସେମାନେ ଏକପ୍ରକାରର ଭୟବୀତ ହେଉଥିବା ଦେଖିବାକୁ ମିଳିଛି। ମନେରେ ନାନା ପ୍ରଶ୍ନ ମଧ୍ୟ ଆସୁଛି । ଯେମିତି କି ଯଦି ସମୟରେ ଦ୍ୱିତୀୟ ଡୋଜ ନ ଦିଆଯାଏ ତେବେ କ’ଣ ପୁଣିଥରେ ପ୍ରଥମ ଡେଜ୍ ନେବାକୁ ପଡ଼ିବ । ଏମିତି ହେଲେ କଣ ଜଣେ ବ୍ୟକ୍ତିଙ୍କୁ ୩ଟି ଡୋଜ ନେବାକୁ ପଡ଼ିବ କି? ଅନେକ ଲୋକ ଏଭଳି ଦ୍ୱନ୍ଦରେ ପଡ଼ିଛନ୍ତି। ତେବେ ଆଜି ଆମେ ଆପଣଙ୍କ ସମସ୍ତ ପ୍ରଶନର ଉତ୍ତର ଦେବୁ।

ବର୍ତ୍ତମାନ ଦେଶରେ ୨ଟି ଟିକା କୋଭାକ୍ସିନ ଓ କୋଭିସିଲ୍ଡ ହିଁ ଦିଆଯାଉଛି। ତେବେ ନିୟମ ଅନୁଯାୟୀ ଆପଣ ଯଦି କୋଭାକ୍ସିନ ଟିକା ନେଇଛନ୍ତି ତେବେ ପ୍ରଥମ ଟିକାର ୪ ରୁ ୬ ସପ୍ତାହ ମଧ୍ୟରେ ଆପଣଙ୍କୁ ଦ୍ୱିତୀୟ ଡୋଜ୍ ନେବାକୁ ହେବ । ଏବଂ ସେହିଭଳି ଯଦି ଆପଣ କୋଭିସିଲ୍ଡ ନେଇଛନ୍ତି ତେବେ ଏଥିପାଇଁ ଦ୍ୱିତୀୟ ଡୋଜ ୬ରୁ ୮ ସପ୍ତାହ ମଧ୍ୟରେ ନେବାର ନିୟମ ରହିଛି । ଯଦି ଆପଣଙ୍କର ଦ୍ୱିତୀୟ ଡୋଜର ସମୟ ହୋଇଯାଇଛି ତଥାପି କୌଣସି କାରଣରୁ ଆପଣ ଟିକା ନେଇ ପାରୁ ନାହାଁନ୍ତି ତେବେ ଚିନ୍ତା କରନ୍ତୁ ନାହିଁ । ଏଭଳି ଭାବନ୍ତୁ ନାହିଁ ଯେ ଆପଣଙ୍କ ପ୍ରଥମ ଡୋଜ ବେକାର ହୋଇଗଲା ବୋଲି । ବିଷେଶଜ୍ଞଙ୍କ କହିବା କଥା ଯେ ଦ୍ୱିତୀୟ ଡୋଜରେ ବିଳମ୍ବର ଅର୍ଥ ନୁହେଁ ଯେ ଆପଣଙ୍କୁ ପୁଣିଥରେ ନୂଆ କରି ପ୍ରଥମ ଡେଜ ନେବାକୁ ହେବ। ଆପଣ ୬ ସପ୍ତାହ ବଦଳରେ ଯଦି ୮ରୁ ୧୦ ସପ୍ତାହ ହୋଇଯାଏ ତେବେ ବି ଆପଣ ଦ୍ୱିତୀୟ ଡୋଜ୍ ଟିକା ନେଇପାରିବେ।

ଅନ୍ୟପଟେ ବର୍ତ୍ତମାନ କୋଭିସିଲ୍ଡ ଟିକାର ସମୟସିମାକୁ ବଢ଼ାଯାଇପାରେ । ସରକାରୀ ପ୍ୟାନେଲ୍ ଏନଟିଏଜିଆଇ ଏହାକୁ ୧୨ରୁ ୧୬ ସପ୍ତାହ ପର୍ଯ୍ୟନ୍ତ ବଢ଼ାଇବାକୁ ପ୍ରସ୍ତାବ ଦେଇଛି । ତେଣୁ ଚିନ୍ତା କରିବାର ଆଦୌ ଆବଶ୍ୟ ନାହିଁ । ଟିକା ନେବାରେ ବିଳମ୍ବ ହେଲେ ବି ଆପଣଙ୍କ ପ୍ରଥମ ଡେଜ୍ ବେକାର ଯିବ ନାହିଁ । ଆପଣ ୨ସପ୍ତାହ ବିଳମ୍ବରେ ମଧ୍ୟ ୨ୟ ଡୋଜ ନେଇପାରିବେ ।

ତେବେ ଆସନ୍ତୁ ଜାଣିବା ଦ୍ୱିତୀୟ ଡୋଜ୍ କାହିଁକି?

ପୁଣେସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇଣ୍ଟିଫିକ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ବା IISERର ଡକ୍ଟର ବିନିତା ବଳ କହିଛନ୍ତି ଯେ ଟିକାକରଣର ପ୍ରଥମ ଡୋଜ୍ ଦିଆଯିବା ମାତ୍ରେ କରୋନା ଜୀବାଣୁ ପ୍ରତି ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବାକୁ ଲାଗେ, ଯାହା ଦ୍ୱିତୀୟ ଡୋଜ ନେବାରେ ବିଳମ୍ବ ହେଲେ ଶେଷ ହୋଇଯାଏନି। କେବଳ କଥା ହେଉଛି ଯେପର୍ଯ୍ୟନ୍ତ ଆପଣ ଅନ୍ୟ ଏକ ଡୋଜ ନ ନିଅନ୍ତି, ସେପର୍ଯ୍ୟନ୍ତ ଆପଣଙ୍କ ଶରୀରରେ ପର୍ଯ୍ୟାପ୍ତ ପରିମାଣର ରୋଗ ପ୍ରତିରୋଧକ ଶକ୍ତି ଉତ୍ପାଦନ ହୋଇପାରେ ନାହିଁ । ତେଣୁ, ଦ୍ୱିତୀୟ ଡୋଜ୍ ନେବା ନିହାତି ଜରୁରୀ । ସେ କହିଛନ୍ତି ଯେ ଦ୍ୱିତୀୟ ଡୋଜ ପ୍ରଥମ ଡୋଜର କ୍ୱାଲିଟି ଏବଂ କ୍ୱାଣ୍ଟିଟିକୁ ବଢ଼ାଇଥାଏ। ସେ କହିଛନ୍ତି ଯେ ଟିକା ଦ୍ୱରା ଶରୀରରେ ଯେଉଁ ଆଣ୍ଟିବଡିଗୁଡିକ ସୃଷ୍ଟି ହୁଏ ଏଗୁଡ଼ିକ ହେଉଛି ପ୍ରୋଟିନ୍, ଯାହା ବ୍ୟବହାର ହେଉ କିମ୍ବା ନହେଉ, ସମୟ ସହିତ କ୍ରମେ କ୍ଷୟ ହୋଇଥାଏ। ସାଧାରଣତଃ ଏହା ୪ରୁ ୫ ମାସପରେ ହିଁ କ୍ଷୟ ହେବାକୁ ଲାଗେ ।

Leave a Reply