ମହାମାରୀ ସମୟରେ ମିଛ ଖବର, ଜଣଙ୍କୁ ଗିରଫ କଲା ପୋଲିସ

1 min read
Rourkela Police Arrested One Person For Posting Fake News In Facebook

ରାଉରକେଲା: କରୋନା ବିରୋଧରେ ସଂଘର୍ଷ ଜାରି ରହିଛି । କରୋନା ଆକ୍ରାନ୍ତଙ୍କୁ ବଞ୍ଚାଇବା ଲାଗି ଦିନରାତି ପରିଶ୍ରମ କରୁଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ହେଲେ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ସୋସିଆଲ୍ ମିଡିଆରେ ବାରମ୍ବାର ଗୁଜବ ସୃଷ୍ଟି କରୁଛନ୍ତି । ଏଭଳି ଗୁଜବ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ରାଉରକେଲା ଉଦିତନଗର ଥାନା ପୋଲିସ । ଗିରଫ ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଛି ।

ଗିରଫ ବ୍ୟକ୍ତି ଜଣଙ୍କ ଆପନା ରାଉରକେଲା ନାମକ ଏକ ଫେସବୁକ୍ ପେଜରେ ମିଥ୍ୟା ଖବର ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଜଣେ ଡାକ୍ତରଙ୍କ ଫଟୋ ପୋଷ୍ଟ କରିବା ସହ ଲେଖିଥିଲେ- ‘ଉଦିତନଗର କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ଡକ୍ଟର ଏଚ.ଏ ଖାନ୍ ପ୍ରାଣ ହରାଇଛନ୍ତି ।’ ଏଭଳି ମିଛି ଖବର ଦେଇ ସେ ସୋସିଆଲ୍ ମିଡିଆରେ ଲୋକଙ୍କ ମନରେ ଭୟ ସୃଷ୍ଟି କରିଥିଲେ ।

ରାଉରକେଲା ସହରର ଜଣାଶୁଣା ଡକ୍ଟର ଏଚ.ଏ ଖାନ୍ ଏବେ ଶାନ୍ତି ମେମୋରିଆଲ୍ କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି । ତାଙ୍କ ମୃତ୍ୟୁ ଖବର ସମ୍ପୂର୍ଣ୍ଣ ମିଛ । ସେ ଏବେ ସୁସ୍ଥ ଅଛନ୍ତି ଏବଂ କୋଭିଡ୍ ଆକ୍ରାନ୍ତଙ୍କ ସେବା କରୁଛନ୍ତି ବୋଲି ରାଉରକେଲା ଏସପି ସୂଚନା ଦେଇଛନ୍ତି ।

Leave a Reply