୨୦ରୁ ଅଧିକ ଆଣ୍ଡ୍ରଏଡ ଆପ୍ସରେ ବିପଦପୂର୍ଣ୍ଣ ସଫ୍ଟୱେୟାର ‘ଫୋନ ସ୍ପାଏ’

ଆଣ୍ଡ୍ରଏଡ ଫୋନ ଇୟୁଜ କରୁଛନ୍ତି କି ? ତେବେ ସାବଧାନ ହୋଇଯାଆନ୍ତୁ । ଏବେ ସବୁଆଡ଼େ ଘୂରି ବୁଲୁଛି ‘ଫୋନ ସ୍ପାଏ’ ନାମକ ବିପଦପୂର୍ଣ୍ଣ ସଫ୍ଟୱେୟାର । ବର୍ତ୍ତମାନ ଏକ ନୂଆ ସଫ୍ଟୱେୟାର ବିଷୟରେ ଜଣାପଡ଼ିଛି । ଯାହାର ନାମକରଣ ‘ଫୋନ ସ୍ପାଏ’ ଦିଆଯାଇଛି । ଏହା ୟୁଜର୍ସଙ୍କର ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ବେଳେ ସବୁଠୁ ବଡ଼ କଥା ହେଉଛି ଏହା ଫୋନରେ ଥିବା ଆପ୍ସଗୁଡ଼ିକ ଭିତରେ ହିଁ ରହିଥାଏ । ବର୍ତ୍ତମାନ ଯାଏ ସାଉଥ କୋରିଆନରୁ ଅଧିକାଂଶ ଲୋକ ଏହି ସଫ୍ଟୱେୟାର ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଏହି ସଫ୍ଟୱେୟାର ଦ୍ୱାରା କେତେ ଲୋକ ପ୍ରଭାବିତ ହୋଇଛନ୍ତି ତାହା ଖୁବ୍ ଶୀଘ୍ର ଜଣାପଡ଼ିବ । ସୂଚନାନୁସାରେ ଏହି ସଫ୍ଟୱେୟାର କୈାଣସି ଫୋନର ଭଲ୍ୟୁନରେବିଲିଟିର ସୁବିଧା ନ ଉଠାଇ ପ୍ରଥମେ କୈାଣସି ଆପରେ ଉପସ୍ଥିତ ରହୁଛି ।

ମୋବାଇଲ ସିକ୍ୟୁରିଟି ଫର୍ମ ଜିମପରିୟମ ରିପୋର୍ଟ ଅନୁସାରେ ଫୋନ ସ୍ପାଏକୁ ୨୩ଟି ଆପ୍ସରେ ଦେଖାଯାଇଛି । କେବଳ ବ୍ୟକ୍ତିଗତ ତଥ୍ୟ ନୁହଁ ଅନ୍ୟ କେତେକ ତଥ୍ୟ ଚୋରି କରିବାରେ ମଧ୍ୟ ଏହା ପାରଙ୍ଗମ । ରିସର୍ଚ୍ଚ ଅନୁସାରେ ଫୋନ ସ୍ପାଏ ଫୋନର ସମସ୍ତ ଡାଟା ସହିତ ଗ୍ୟାଲେରୀରେ ଥିବା ଫଟୋ ଓ ଭିଡିଓ ମଧ୍ୟ ନେଇପାରିବ । ଏହି ଫଟୋ ଓ ଭିଡିଓ ମାଧ୍ୟମରେ ୟୁଜର୍ସଙ୍କୁ ବ୍ଲାକମେଲ ମଧ୍ୟ କରାଯାଇପାରିବ । ଯଦି କୈାଣସି ୟୁଜର୍ସ ଏହି ସଫ୍ଟୱେୟାର ଡାଉନଲୋଡ କରିଦେଇଛନ୍ତି ତେବେ ସାବଧାନ ରୁହନ୍ତୁ । କାରଣ ଏହି ସଫ୍ଟୱେୟାର ଡାଉନଲୋଡ କରିବା ପରେ ଏହା ଆପେ ଆପେ ଅନ୍ୟ ଆପଗୁଡ଼ିକ ପଛରେ ରହି ହାଇଡ ହୋଇଯିବା ସଙ୍ଗେ ସଙ୍ଗେ ୟୁଜର୍ସଙ୍କୁ ଟ୍ରାକ୍ କରିଥାଏ । ଅବଶ୍ୟ ବର୍ତ୍ତମାନ ଏହି ସଫ୍ଟୱେୟାର ପ୍ଲେ ଷ୍ଟୋରରେ ନଥିବା କୁହାଯାଉଛି ।

Leave a Reply