ବିଶ୍ୱ ହିନ୍ଦୁ ପରିଷଦ ନେତାଙ୍କ ଚୂଳ କାଟିବା ପଡିଲା ମହଙ୍ଗା, ହେୟାର ଡ୍ରେସର ଯିବେ ଜେଲ୍ !

ହଲ୍ଦଓ୍ୱାନୀ: ଉତ୍ତରପ୍ରଦେଶ ସ୍ଥିତ ହଲ୍ଦଓ୍ୱାନୀରେ ଜଣେ ହେୟାର ଡ୍ରେସରଙ୍କୁ ଚୂଳ କାଟିବା ମହଙ୍ଗା ପଡିଲା । ଏମିତିକି ଏଥିପାଇଁ ତାଙ୍କୁ ଜେଲ୍ ଯିବାକୁ ମଧ୍ୟ ପଡିପାରେ ।

ଅଭିିଯୋଗ ଅନୁଯାୟୀ ହେୟାର ଡ୍ରେସର ଜଣକ ଜାଣିଶୁଣି ଧାର୍ମିକ ଭାବନାକୁ ଆଘାତ ଦେବା ଲାଗି ଜଣେ ବ୍ୟକ୍ତିଙ୍କର ଚୂଳ କାଟି ଉଡାଇଦେଇଛି । ଏହି ଘଟଣାକୁ ନେଇ ଏତେ ହଙ୍ଗାମା ହେଲା ଯେ ପୋଲିସରେ ମାମଲା ରୁଜୁ ହୋଇଛି ।

ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଜିଲ୍ଲା ଅଧ୍ୟକ୍ଷ ବିଶମ୍ଭର ଦତ୍ତ ପଲାଡିଆର ହଲ୍ଦଓ୍ୱାନୀର ବାସିନ୍ଦା । ଗତ ସୋମବାର ଦିନ ସେ କେଶ କାଟିବା ଲାଗି ସ୍ଥାନୀୟ ଏକ ଡ୍ରେସର ଦୋକାନକୁ ଯାଇଥିବା ବେଳେ ତାଙ୍କ ବିନା ଅନୁମତିରେ ଦୋକାନୀ ଜଣକ ତାଙ୍କର ବହୁବର୍ଷ ଧରି କାଟିନଥିବା ଚୂଳକୁ କାଟି ଦେଇଥିଲା ।

ପରେ ଘରକୁ ଯାଇ ସେ ଏବିଷୟରେ ଜାଣିବା ପରେ ପୁଣି ଦୋକାନ ଯାଇ ସେଠାରେ ହଙ୍ଗାମା କରିଥିଲେ । ଏହି ଘଟଣାରେ ମୁଖାନୀ ପୋଲିସ ଏକ ମାମଲା ରୁଜୁ କରିଛି । ଜାଣିଶୁଣି ଧର୍ମୀୟ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ପୋଲିସ ଆଇପିସିର ଧାରା ୨୯୫ଏ ଲଗାଇବା ସହ ସମ୍ପୃକ୍ତ ଦୋକାନୀଙ୍କୁ ଗିରଫ କରାଯାଇଛି ।

Leave a Reply