ଆପେ ଆପେ ଯୋଡ଼ି ହୋଇଯିବ ଫାଟି ଯାଇଥିବା ମୋବାଇଲ ସ୍କ୍ରିନ୍‌

ଦିନକୁ ଦିନ ଅଧିକ ସ୍ମାର୍ଟ ହେଉଛି ସ୍ମାର୍ଟ ଫୋନ୍‌ । ଏଥିରେ କେବଳ ସଫ୍ଟଓ୍ୱେର ଫିଚର ନୁହେଁ ବରଂ  ହାର୍ଡ଼ଓ୍ୱାର ମଧ୍ୟ ଅପେଡଟ୍‌ ହେଉଛି । ଯେଉଁଥିରେ ସେଲଫୋନ୍‌ କମ୍ପାନୀ  ଲୋକଙ୍କ ପାଇଁ  ମୋବାଇଲକୁ ଅଧିକ ସୁରକ୍ଷିତ ଏବଂ ସୁବିଧାପୂର୍ଣ୍ଣ କରିବାକୁ ଚେଷ୍ଟା କରୁଛନ୍ତି ।  ଦିନ ଥିଲା ଏଥିରେ ଥିବା କେତକ ସୁବିଧା ଦିନେ ସ୍ୱପ୍ନ ଭଳି ମନେ ହେଉଥିଲା ।  ଯେପରିକି ଫ୍ଲୋଲ୍ଡେବଲ ସ୍କ୍ରିନ୍‌ ଯୁକ୍ତ ଫୋନ୍‌ । ଏହିଭଳି ଆଶ୍ଚର୍ଯ୍ୟ କଲାଭଳି ଫିଚର କିଛି ଦିନ ମଧ୍ୟରେ ବଜାରରେ ଉପଲବ୍ଧ ହେବ । କାରଣ ବୈଜ୍ଞାନିକ ଏଭଳି ପଦାର୍ଥ ଖୋଜି ବାହାର କରିଛନ୍ତି ଯେଉଁଥିରେ ଫାଟି ଯାଇଥିବା ମୋବାଇଲର ସ୍କ୍ରିନ୍‌ କିଛି ସମୟ ମଧ୍ୟରେ ଯୋଡ଼ି ହୋଇଯିବ ।

ସ୍କ୍ରିନ୍‌ କ୍ରାକ୍‌ ହେବା ଏକ ବିରାଟ ସମସ୍ୟା ।  କେବେ କେବେ ଆପଣ ଦେଖିଥିବେଯେ, ଖୁବ୍‌ କମ୍‌ ସମୟ ମଧ୍ୟରେ ମୋବଇଲ ସ୍କ୍ରିନ୍‌ କ୍ରାକ୍‌ ହୋଇଯାଏ । ଲୋକମାନେ ଏଥିପାଇଁ ସ୍କ୍ରିନ୍‌ ଗାର୍ଡ଼,ମୋବିଲ କଭର  ଆଦି ବ୍ୟବହାର କରନ୍ତି ।

ଏବେ କୋଲକାତାର ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାର ଗବେଷକ ଏହି ସମସ୍ୟାର ସମାଧାନ ବାହାର କରିଛନ୍ତି । ସେମାନେ ଏଭଳି ଏକ ପଦାର୍ଥ ଖୋଜି ପାଇଛନ୍ତି ଯାହା ଖୁବ୍‌ ମଜବୁତ ଏବଂ ଆପେଆପେ ଠିକ୍‌ ହୋଇଯାଏ ।

ବୈଜ୍ଞାନିକ ଦୀର୍ଘଦିନ ଧରି ଏହିଭଳି ପଦାର୍ଥ ଖୋଜି ବାହାର କରିବା ପାଇଁ ପ୍ରୟାସ ଜାରି ରଖିଥିଲେ । ଏଥିରେ ବୈଜ୍ଞାନିକଙ୍କୁ ସଫଳତା ମଧ୍ୟ ମିଳି ସାରିଛି । ଏହା ପୂର୍ବରୁ ଆମେରିକା କେମିକାଲ ସୋସାଇଟିର ଗବେଷକ ସେହିଭଳି ଏକ ରୋବର୍ଟ ତିଆରି କରିଥିଲେ,ଯାହା ଚୁମ୍ବକୀୟ ଶକ୍ତି ଭାବରେ ନିଜକୁ ଠିକ୍‌ କରିପାରେ । ଅନ୍ୟପଟେ ସିଙ୍ଗାପୁରର ନ୍ୟାସନାଲ ୟୁନିଭର୍ସିଟିର ଗବେଷକ ସ୍ମାର୍ଟଫୋନ୍‌ ତିଆରି କରିଛନ୍ତି, ଯାହାଦ୍ୱାରା ରୋବଟର ହାତ ଆପେ ଆପେ ଠିକ୍‌ ହୋଇଯିବ ।

ସାଇନ୍ସ ଜର୍ନାଲରେ ପ୍ରକାଶିତ ଏହି ଗବେଷଣାରେ ମିଳିଥିବା ପ୍ରୟୋଗାତ୍ମକ ଫଳାଫଳ ଅନୁସାରେ ଗବେଷକ ଏକ ପାଇଜୋଇଲେକ୍ଟ୍ରିକ ଜୈବିକ ପଦାର୍ଥର ବ୍ୟବହାର କରିଛନ୍ତି ।  ଏହା ଯାନ୍ତ୍ରିକ ଶକ୍ତିକୁ ବୈଦ୍ୟୁତିକ ଶକ୍ତି ଏବଂ ବୈଦ୍ୟୁତିକ ଶକ୍ତିକୁ ଯାନ୍ତ୍ରିକ ଶକ୍ତିରେ ପରିବର୍ତ୍ତନ କରିବ । ଏଥିରେ ଛୁଞ୍ଚି ଆକାରର କ୍ରିଷ୍ଟାଲ ରହିଥାଏ, ଯାହାର ଲମ୍ବ ୨ ମିଲିମିଟର ଏବଂ ଓସାର ୦.୨ ମିଲିମିଟରରୁ ବଡ଼ ହୋଇନଥାଏ ।

ଏହାର କୌଣସି ଭାଙ୍ଗିଥିବା ପଦାର୍ଥକୁ ପୁଣିଥରେ ପୂର୍ବ ଅବସ୍ଥାକୁ ଫେରାଇ ଆଣିପାରେ । ଗବେଷକଙ୍କ କହିବା ହେଉଛି, ଏହି ସୁବିଧା ଖୁବଶୀଘ୍ର ସମସ୍ତ ଫୋନରେ ଉପଲବ୍ଧ ହେବ ।

 

 

 

Leave a Reply