ସୁଇସାଇଡାଲ ପ୍ଲାଣ୍ଟ: ଦେଖିଲେ ମଧ୍ୟ ଛୁଇଁବା ମନା

ପ୍ରତିଦିନ କିଛି ନା କିଛି ଅଜବ ଜିନିଷ ବିଷୟରେ ଆପଣ ଶୁଣୁଥିବେ ।  ଏହି ଶ୍ରେଣୀରେ ଏଭଳି ଏକ ଉଦ୍ଭିଦ ସାମିଲ ଅଛି ଯାହାର ଯନ୍ତ୍ରଣା ଖୁବ୍‌ ଅସହ୍ୟ ।  ଏହା କାହାର ମଧ୍ୟ କଳ୍ପନା ବାହାରେ ।  କିନ୍ତୁ ଜିମପାଇ ଜିମପାଇ ନାମକ ଏକ ଉଦ୍ଭିଦର ହାର୍ଟସେପ୍‌ ଭଳି ଦେଖା ଯାଉଥିବା ପତ୍ର ଗୁଡ଼ିକ ଆପଣଙ୍କ ହାର୍ଟ ଆଟାକର କାରଣ ସାଜିପାରେ । ରହସ୍ୟଭରା ଏହି ଉଦ୍ଭିଦକୁ ସୁଇସାଇଡାଲ ପ୍ଲାଣ୍ଟ ମଧ୍ୟ କୁହାଯାଏ ।

ଏହି ଅଜବ ଉଦ୍ଭିଦର ପତ୍ରରେ ଲାଗି ରହିଥିବା ଛୋଟିଆ କଣ୍ଟା ସଂସ୍ପର୍ଶରେ ଯଦି ଆପଣ ଆସନ୍ତି ତେବେ ଏହା ଖୁବ୍‌ ମାରାତ୍ମକ ହୋଇପାରେ । ଦେଖିବାକୁ ଖୁବ୍‌ କ୍ଷୁଦ୍ର ଏହି ଉଦ୍ଭିଦର କଣ୍ଟା ଯଦି ଶରୀର ମଧ୍ୟରେ ଭୁଲରେ ମଧ୍ୟ ପ୍ରବେଶ କରିଯାଏ, ତେବେ ଏହାକୁ ବାହାର କରିବା ଖୁବ୍‌ କଷ୍ଟସାଧ୍ୟ ହୋଇଯାଏ । ଯେପର୍ଯ୍ୟନ୍ତ ଏହି କଣ୍ଟା ଶରୀର ମଧ୍ୟରୁ ବାହାରି ନଥାଏ, ସେପର୍ଯ୍ୟନ୍ତ ଏହାର ବିଷ ସାରା ଶରୀରରେ ପ୍ରବେଶ କରି ଯନ୍ତ୍ରଣା ଦିଏ । ଏହି ଉଦ୍ଭିଦ ସାଧାରଣତଃ  ଅଷ୍ଟ୍ରେଲିଆରେ ଦେଖିବାକୁ ମିଳେ । ଏହା ଦୁନିଆର ସବୁଠାରୁ ଅଧିକ ଖତରନାକ ଉଦ୍ଭିଦ ମଧ୍ୟରୁ ଗୋଟିଏ  ବୋଲି କୁହାଯାଏ ।

ବୈଜ୍ଞାନିକଙ୍କ ଭାଷାରେ ଏହି ଉଦ୍ଭିଦର ନାଁ ଡିଣ୍ଡ୍ରୋକନାଇଡ୍‌ ମୋରୋଇଡ୍ସ ।  ସାଧାରଣତଃ ଜିମପାଇ ଜିମପାଇ ନାମରେ ଏହା ଜଣାଶୁଣା ।  ଏହି ପତ୍ରର ଆକାର ହାର୍ଟ ଭଳି । ଏହାର ପତ୍ର ଛୋଟ ଛୋଟ କଣ୍ଟାରେ ଭରି ରହିଥାଏ । ଏହି କଣ୍ଟା ଖୁବ୍‌ ବିଷାକ୍ତ ହୋଇଥାଏ ।  ଏହାର ବିଷ କୌଣସି ସାପ ବା ବିଛାର ସାପର ବିଷ ଠାରୁ କମ୍‌ ନୁହେଁ । ଏଥିରେ ଥିବା ବିଷକୁ ନ୍ୟୁରୋଟକ୍ସିନ ପଏଜନ କୁହାଯାଏ ।  କ୍ୱିନ୍ସଲ୍ୟାଣ୍ଡ  ପାର୍କ୍ସ ଆଣ୍ଡ୍‌  ଓ୍ୱାଇଲଡଲାଇଫ ସର୍ଭିସେଜ୍‌ର ସିନିଅର କଞ୍ଜର୍ଭେସନ୍‌ ଅଫିସର ଅର୍ନି ରାଇଡରଙ୍କ କହିବା ଅନୁସାରେ ଏହି ଉଦ୍ଭିଦକୁ ଛୁଇଁବାର ଦୁଇ ବର୍ଷ ପର୍ଯ୍ୟନ୍ତ ଯନ୍ତ୍ରଣା ତାଙ୍କ ଶରୀରରେ ରହିଥିଲା ।

କୁହାଯାଏ ଏହି ଉଦ୍ଭଦକୁ ଛୁଇଁବାର ଦୁଇ ଘଣ୍ଟା ପର୍ଯ୍ୟନ୍ତ ଅସହ୍ୟ ଯନ୍ତ୍ରଣା ହୋଇଥାଏ, ଏବଂ ପରିସ୍ଥିତି ଭଳି ହୋଇଯାଏଯେ, ମଣିଷ ଚେତାଶୂନ୍ୟ ହୋଇଯାଏ । ଯନ୍ତ୍ରଣରା ହେତୁ ତ୍ୱଚା ଲାଲ ହୋଇଯାଏ । କେବେ କେବେ ଏହା ଭଲ ହେବାପାଇଁ ଦୀର୍ଘ ଦିନ ସମୟ ଲାଗିଯାଏ । ଲଗାତାର ଅସହ୍ୟ ଯନ୍ତ୍ରଣା ହେବାଦ୍ୱାରା କେବେ କେବେ ବ୍ୟକ୍ତି ମନକୁ ଆତ୍ମହତ୍ୟା କରିବା କଥା ମଧ୍ୟ ଆସିଥାଏ । ଏଥିପାଇଁ ଏହାକୁ ସୁଇସାଇଡାଲ ପ୍ଲାଣ୍ଟ ବୋଲି କୁହାଯାଏ । ଗବେଷଣା କହୁଛି, ଏହି ଉଦ୍ଭିଦର ସବୁଜ ପତ୍ର ଯେତିକି ବିଷାକ୍ତ ହୋଇଥାଏ, ଏହାର ଶୁଷ୍କ ପତ୍ର ମଧ୍ୟ ସେତିକି ବିଷାକ୍ତ ହୋଇଥାଏ ।

Leave a Reply