ତାଜା ଖବର ରାଉରକେଲା: ବାସନ୍ତୀନଗରର ଏକ ବନ୍ଦ ଘରୁ ମାଆ, ଝିଅଙ୍କ ମୃତଦେହ ଉଦ୍ଧାର । ୪୦ ଦିନ ଧରି ଉଭୟଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ । ଜଣଙ୍କୁ ଗିରଫ କଲା ଉଦିତନଗର ଥାନା ପୋଲିସ November 20, 2019
ତାଜା ଖବର ପାରାଦୀପ : ଆସନ୍ତା ୨୪ ଓ ୨୫ ତାରିଖ ପାରାଦୀପ ବନ୍ଦରରେ ରହିବ ଭାରତୀୟ ନୌସେନାର ୨ଟି ଯୁଦ୍ଧ ଜାହାଜ। ଏ ଦୁଇ ଯୁଦ୍ଧ ଜାହାଜ ହେଲା, INS ଐରାବତ୍ ଓ INS ରଣବୀର । ସାଧାରଣ ଲୋକ, ସ୍କୁଲ ଛାତ୍ରଛାତ୍ରୀ ଏହାକୁ ବୁଲି ଦେଖିପାରିବେ। November 20, 2019
ତାଜା ଖବର ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଠାରେ ଟାୟାର ଦୋକାନରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ଟାୟାର । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଆୟତ୍ତ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ। November 20, 2019
ତାଜା ଖବର ଭୁବନେଶ୍ୱର: ଖଣ୍ଡଗିରି ଭରତପୁର ଅଞ୍ଚଳରୁ ପୁଣି ଥରେ ବ୍ରାଉନସୁଗର ଜବତ । ୫୫.୫୦ ଗ୍ରାମ ବ୍ରାଉନସୁଗର ସହ କାର ଓ ୪ଟି ମୋବାଇଲ ଜବତ କଲା ଡ୍ରଗ ଟାସ୍କ ଫୋର୍ସ । ୩ ନିଶା ବେପାରୀ ଗିରଫ । November 20, 2019
ତାଜା ଖବର ରାଉରକେଲା: ଭିଜିଲାନ୍ସ ଜାଲରେ କେଶେଇବାହଲ +୨ ମହାବିଦ୍ୟାଲୟ ଅଧ୍ୟକ୍ଷ ଜୟପ୍ରକାଶ ପଟେଲ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ । କେଶେଇବାହଲ ବାସଭବନ, ହଷ୍ଟେଲ ଓ ଅଫିସରେ ରେଡ୍ । November 19, 2019 ')}
ତାଜା ଖବର ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉତ୍ତର । ରାଜ୍ୟରେ ୪୭,୩୬୬ ଗାଁ ଅଛି । ୧୯,୫୦୪ ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି । November 19, 2019 ')}
ତାଜା ଖବର ଭୁବନେଶ୍ୱର : ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ରେଳ ଷ୍ଟେସନରେ ଦୁଇ ଚକିଆ ସ୍କୁଟରରେ ରେଳବାଇ ସୁରକ୍ଷା ବଳର ଅଧିକାରୀ ଏଣିକି ପଇଁତରା ମାରିବେ। ପ୍ରଥମ ପର୍ଯ୍ୟାୟରେ ଓଡିଶାକୁ ୬ଟି ସେଗୱେ ସ୍କୁଟର ମିଳିଛି। ଘଣ୍ଟାପ୍ରତି ୮ରୁ୧୦ କିମି ଯାଇପାରିବ ସ୍କୁଟର । ରେଲୱେ IGଙ୍କ ଉପସ୍ଥିତିରେ ରେଲଓ୍ୱେ GM ଭୁବନେଶ୍ୱରରେ ଏହାର ଉଦଘାଟନ କରିଛନ୍ତି । November 19, 2019 ')}
ତାଜା ଖବର ଖୋର୍ଦ୍ଧା : ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର ସମାରୋହ । ବିଶିଷ୍ଟ ଅଭିନେତା କମଲ୍ ହାସନଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। November 19, 2019 ')}
ତାଜା ଖବର ଭୁବନେଶ୍ୱର : ସିକ୍ୟୁରିଟି ଏସପି କାହ୍ନୁଚରଣ ପଟ୍ଟନାୟକଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଗୃହ ଚାଲୁଥିବା ବେଳେ ସେ ଉଠାଇଥିବା ପ୍ରସଙ୍ଗ ଉପରେ ଜଣେ ଅଧିକାରୀ ଗଣମାଧ୍ୟମରେ ମନ୍ତବ୍ୟ ରଖିବା ଗୃହର ସ୍ୱାଧିକାର ଭଙ୍ଗ କରିଥିବା କହିଲେ ନରସିଂହ। ତାଙ୍କୁ ଗୃହକୁ ଡାକିବାକୁ କଲେ ଦାବି। November 19, 2019 ')}
ତାଜା ଖବର ସମ୍ୱଲପୁର : ଧାନର ଅଭାବି ବିକ୍ରି ପ୍ରସଙ୍ଗ । ଚାଷୀ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନ ଗଦା କରିଥିବା ବେଳେ ଆଜି ରେଙ୍ଗାଲୀ ବିଧାୟକ ନାଉରି ନାୟକଙ୍କ ଘର ଆଗରେ ଧାନ ଗଦା କରିଛନ୍ତି । ବିଧାୟକଙ୍କ ଘର ଆଗରେ ପୋଲିସ ମୁତୟନ ହୋଇଛନ୍ତି । November 19, 2019 ')}