ଟିଏମସିରେ ଯୋଗଦେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ

କୋଲକାତା:  ଟିଏମସିରେ ଯୋଗଦେଲେ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ । ଆଜି ଅପରାହ୍ନ ୪ଟା ସମୟରେ ଟିଏମସିରେ ସାମିଲ ହୋଇଛନ୍ତି ଅଭିଜିତ । ରାଜ୍ୟ କାର୍ଯ୍ୟାର୍ଳୟରେ ଟିଏମସିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅଭିଜିତ ବିଦ୍ଧିବଦ୍ଧ ଭାବେ ଟିଏମସିରେ ଯୋଗ ଦେଇଛନ୍ତି ।  ପୂର୍ବରୁ ଅଭିଜିତ ଦଳର ବହୁ ବରିଷ୍ଠ ନେତାଙ୍କୁ ଭେଟି ଏ ନେଇ ଆଲୋଚନା କରିଛନ୍ତି । ସେପଟେ ଜଙ୍ଗିପୁର ଆସନରୁ ଟିଏମସି ଅଭିଜିତଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ପୂର୍ବରୁ କଂଗ୍ରେସ ଟିକେଟରୁ ଲଢି ଆସୁଥିଲେ ଅଭିଜିତ  । ପିତା ସ୍ବର୍ଗତ ପ୍ରଣବ ମୁଖାର୍ଜୀ କଂଗ୍ରେସର ବରିଷ୍ଠ ନେତା ରହିବା ସହ ଜାତୀୟ ରାଜନୀତିରେ ପ୍ରଣବଙ୍କ ଭୂମିକା ବିଶେଷ ଭାବେ ରହିଆସିଥିଲା  । ଅନେକ ଥର କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସ୍ଥାନିତ ହେବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଥିଲେ ପ୍ରଣବ ମୁଖାର୍ଜୀ  । ପରବର୍ତ୍ତୀ ସମୟରେ ରାଷ୍ଚ୍ରପତି  ମଧ୍.ୟ ହୋଇଥିଲେ  । ସେପଟେ ପୁଅ ଅଭିଜିତ ବାନାର୍ଜୀ ମଧ୍ୟ ପଶ୍ଚିମବଙ୍ଗ ରାଜନୀତିରେ ସକ୍ରୀୟ ରହିବା ସହ କଂଗ୍ରେସର ଶୀର୍ଷ ନେତୃତ୍ୱ ଭାବେ କାର୍ଯ୍ୟ କରିଆସିଛନ୍ତି  ।

୨୦୧୨ ମସିହାରେ ଅଭିଜିତ କଂଗ୍ରେସ ଟିକେଟରେ ଜଙ୍ଗୀପୁର ଲୋକସଭା ଆସନରୁ ନିର୍ବାଚନ ଜିତିଥିଲେ । ୨୦୧୪ରେ ପୁଣି ଥରେ ସେହି ଆସନରୁ କଂଗ୍ରେସ ଟିକେଟରେ ସାଂସଦ ନିର୍ବାଚିତ ହୋଇଥିଲେ । ମାତ୍ର ୨୦୧୯ରେ ସେ ନିର୍ବାଚନ ହାରି ଯାଇଥିଲେ । ଏହା ପରେ କଂଗ୍ରେସରେ ତାଙ୍କ ସକ୍ରୀୟତା ଆଉ ଦେଖିବାକୁ ମିଳିନଥିନଲା  । ଅନ୍ୟପଟେ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ବିପୁଳ ବିଜୟ  । ଏବଂ ଭୋଟରଙ୍କ ଭରସାର ପାତ୍ର ହୋଇଥିବା ଟିଏମସି ପ୍ରତି ଅଭିଜିତ ମଧ୍ୟ ବିଶ୍ୱାସ ଜୁଟାଇ ଆଜି ଯୋଗଦାନ କରିଛନ୍ତି  ।

Leave a Reply