ମଙ୍ଗଳବାରଠୁ କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବେ ଶତ ପ୍ରତିଶତ କର୍ମଚାରୀ

ଭୁବନେଶ୍ୱର: ଏଣିକି କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବେ ସବୁ କର୍ମଚାରୀ । ଏନେଇ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଆସନ୍ତାକାଲିଠୁ ସମସ୍ତ ଟିଚିଂ ଓ ନନଟିଚିଂ ଷ୍ଟାଫ୍ ଡିଗ୍ରୀ ଓ ବିଶ୍ବବିଦ୍ୟାଳୟକୁ ଆସି କାମରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କେବଳ ଅଫିସିଆଲ୍‌ କାମ କରାଯାଉଥିଲା । ହେଲେ ଆସନ୍ତାକାଲିଠାରୁ ଏହି ନିୟମରେ ହୋଇଛି ପରିବର୍ତ୍ତନ  ।

ଆସନ୍ତାକାଲି ଅର୍ଥା ମଙ୍ଗଳବାର ଠାରୁ ସବୁ କର୍ମଚାରୀ କାର୍ଯ୍ୟରେ ଯୋଗଦେବା ପାଇଁ ବିଶ୍ୱବିଦ୍ୟାଳୟ କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । କରୋନା କଟକଣା ମାନି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖି କାମ କରିବେ କର୍ମଚାରୀ । ରାଜ୍ୟରେ ଯେତେବେଳେ ଦ୍ୱିତୀୟ ଲହରୀ ବ୍ୟାପକ ହୋଇଥିଲା ସେହି ସମୟରେ ସରକାର ଏପରି ନିଷ୍ପତି ପୁନର୍ବାର ନେଇଥିଲେ  । ୫୦ ପ୍ରତିଶତ କର୍ମଚାରୀରେ ଶିକ୍ଷାନୁଷ୍ଠାନ ଚାଲିବା ନେଇ ନିଷ୍ପତ୍ତି ନେଇଥିଲେ ଉଚ୍ଚଶିକ୍ଷା ବିଭାଗ  ।

Leave a Reply