ପାଶୱାନଙ୍କ ଜନ୍ମତିଥିରେ ଦାଦା-ପୁତୁରା ଲଢେଇ, ଭିନ୍ନ ସ୍ଥାନରେ ଭିନ୍ନ କାର୍ଯ୍ୟକ୍ରମ

1 min read

ପାଟନା: ବିହାର ରାଜନୀତିରେ ତେଜିଛି ଉଷ୍ମତା । ଲୋକଙ୍କ ନିକଟତର ହୋଇ ଜନମତ ଲୋଡ଼ିବାକୁ ଚିରାଗ ଆରମ୍ଭ କରିଛନ୍ତି ଆଶୀର୍ବାଦ ଯାତ୍ରା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଚିରାଗଙ୍କ ପିତା ସ୍ବର୍ଗତ ରାମବିଲାଶ ପାଶଓ୍ବାନଙ୍କ ଜନ୍ମତିଥି ଅବସରରେ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛନ୍ତି ଚିରାଗ ପାଶଓ୍ବାନ । LJPରେ ଦାଦା ପୁତୁରା କଳି ଲାଗି ରହିଥିବା ବେଳେ ରାମବିଳାସଙ୍କ ଅଘୋଷିତ ମ୍ୟାନେଜର ଭାବେ ପରିଚିତ ପଶୁପତି ଏବେ ସମଗ୍ର ଦଳକୁ ନିଜ କବଜାକୁ ନେଇଛନ୍ତି ।

୬ଥର ବିଧାୟକ ଥିବା ପଶୁପତିଙ୍କ ଗୋଟିଚାଳନାରେ ଚିରାଗଙ୍କ ରାଜନୈତିକ ଭବିଷ୍ୟତ ପ୍ରାୟତଃ ଅବକ୍ଷୟମୁଖୀ ହୋଇଯାଇଛି । ଚିରାଗଙ୍କୁ ଦଳର ମୁଖ୍ୟ ପଦରୁ ପଶୁପତି ହଟାଇବା ସହ ୬ସାଂସଦଙ୍କ ମଧ୍ୟରୁ ୫ ସାଂସଦଙ୍କୁ ନିଜ ପକ୍ଷକୁ ଆଣିବାରେ ସକ୍ଷମ ହୋଇଥିଲେ ପଶୁପତି । ତେବେ ଜନମତ ଲୋଡ଼ିବାକୁ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛନ୍ତି ଚିରାଗ ।

ସେପଟେ ଭାଇଙ୍କ ସ୍ମୃତିରେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ପଶୁପତି ପାରସ । ଆଜି ବି ଦାଦା ପୁତୁରାଙ୍କ ଭିନ୍ନ କାର୍ଯ୍ୟକ୍ରମ ନେଇ ସହରରେ ପୋଷ୍ଟର ଓ୍ବାର ଦେଖିବାକୁ ମିଳିଛି । ଚିରାଗ ହାଜିପୁରରୁ ପାଟନା ପର୍ଯ୍ୟନ୍ତ ଆଶୀର୍ବାଦ ଯାତ୍ରା କରୁଥିବା ବେଳେ ପାଟନା ସହରରେ ପଶୁପତିଙ୍କ ବିରାଟ ବିରାଟ ପୋଷ୍ଟର ବ୍ୟାନର ଲଗାଯାଇଛି । କିଛିଦିନ ତଳେ କ୍ଷମତା ପାଇଁ ଦାଦ-ପୁତୁରାଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା  । ଯାହାକୁ ନେଇ ଦଳରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି  ।

Leave a Reply