ତାଜା ଖବର ମୁମ୍ବାଇ : ଆସନ୍ତାକାଲି ମହାରାଷ୍ଟ୍ରରେ ଉଡ଼ନବିସ୍ ସରକାରଙ୍କ ଶକ୍ତି ପରୀକ୍ଷା । ସୁପ୍ରିମକୋର୍ଟ କହିଲେ ସନ୍ଧ୍ୟା ୫ଟା ସୁଦ୍ଧା ସାର ଫ୍ଲୋର ଟେଷ୍ଟ । ସିକ୍ରେଟ୍ ବାଲଟରେ ହେବନାହିଁ ଭୋଟ୍ । ବହୁମତ ପରୀକ୍ଷଣର ହେବ ସିଧାପ୍ରସାରଣ । November 26, 2019
ତାଜା ଖବର ମୁମ୍ବାଇ: ଉଦ୍ଧବ ଠାକରେ ହେଲେ ଶିବସେନା, ଏନସିପି ଓ କଂଗ୍ରେସ ମେଣ୍ଟ ବିଧାୟକ ଦଳ ନେତା । ଡିସେମ୍ବର ୧ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଠାକରେ । November 26, 2019
ତାଜା ଖବର ଭୁବନେଶ୍ୱର : ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉତ୍ତର । ରାଜ୍ୟରେ ଜିଲ୍ଲା ଜଜ୍ ବର୍ଗରେ ୨୫, ସିନିୟର ସିଭିଲ୍ ଜଜ୍ ବର୍ଗରେ ୩୪ ଓ ସିଭିଲ୍ ଜଜ୍ ବର୍ଗରେ ୮୯ଟି ପଦବୀ ଖାଲି ପଡ଼ିଛି । ବିଚାରପତି ପଦବୀ ପୂରଣ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି । November 26, 2019
ତାଜା ଖବର ଭୁବନେଶ୍ୱର: ଫିଟନେସ ପ୍ରମାଣପତ୍ର ଥିଲେ ବ୍ୟବହାର କରିହେବ ୧୫ ବର୍ଷରୁ ଅଧିକ ଦିନର ଗାଡ଼ି (ଅଣ-ପରିବହନ) । ଆରଟିଓ ଅଫିସରେ ଗାଡ଼ି ଆରସି୍ ରିନ୍ୟୁ କରିହେବ । ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ସୂଚନା । November 26, 2019
ତାଜା ଖବର ଭୁବନେଶ୍ୱର : ୭୦ ତମ ସମ୍ବିଧାନ ଦିବସ ଅବସରରେ ବିଧାନସଭାର ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଧନୀ ଗରିବଙ୍କ ଭିତରେ ବଡ଼ ଦୂରତା ଆସିଛି, ଯାହା ସମ୍ବିଧାନ ଗଠନର ମୂଳ ଉଦେଶ୍ୟ ବିରୋଧୀ ବୋଲି କହିଲେ ବିଧାୟକ। ବାଚସ୍ପତି କହିଲେ, ସମ୍ବିଧାନରେ ସ୍ୱାଧୀନତାର ଛାପ ଅଛି। November 26, 2019
ତାଜା ଖବର କଟକ: ପୂର୍ବତନ OCA ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ । ଦେଢ଼ ଲକ୍ଷର ୨ ଜାମିନଦାରଙ୍କ ବଦଳରେ ଜାମିନ । ପାସପୋର୍ଟ ଜମା ନିର୍ଦ୍ଦେଶ । ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ ସର୍ତ୍ତ । ଏଟି ଚିଟଫଣ୍ଡ ମାମଲାରେ ଆଶୀର୍ବାଦଙ୍କୁ ଗିରଫ କରିଥିଲା ସିବିଆଇ । November 26, 2019
ତାଜା ଖବର ମୁମ୍ବାଇ: ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଜିତ୍ ପାୱାର । ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । November 26, 2019
ତାଜା ଖବର ଅନୁଗୁଳ: ଆଠମଲ୍ଲିକ ଖେସରା ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର । ଦେହରେ ରହିଛି କ୍ଷତ ଚିହ୍ନ । ଅସୁସ୍ଥତା ଯୋଗୁଁ ମୃତ୍ୟୁ ଅନୁମାନ । ମୃତ ହାତୀର ବୟସ ୧୦ରୁ ୧୨ ବର୍ଷ । November 26, 2019
ତାଜା ଖବର ଭିଜିଲାନ୍ସ ଜାଲରେ ନିଆଳି ବ୍ଲକ ଆରଡବ୍ଲୁଏସ୍ଏସ୍ କନିଷ୍ଠ ଯନ୍ତ୍ରୀ ବିଦୁଲତା ରାଉତ । ୩୦ ହଜାର ୧୦୦ ଟଙ୍କା ଲାଞ୍ଚନେବା ବେଳେ ଧରିଲା ଭିଜିଲାନ୍ସ । ସ୍ୱଚ୍ଛ ଭାରତ ଯୋଜନାର ପାଇଖାନା ବିଲ୍ ପାସ୍ ପାଇଁ ଲାଞ୍ଚ ନେଉଥିଲେ । November 26, 2019
ତାଜା ଖବର ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ପଦକ୍ଷେପ । ଅନଲାଇନରେ ଡେଲିଭରୀ ହେବ ପଲିଟେକନିକ୍ ପ୍ରଶ୍ନପତ୍ର, ରହିବ ୱାଟର ମାର୍କ । ଓଟିପି ଦେଇ ପ୍ରଶ୍ନପତ୍ର ଡାଉନଲୋଡ୍ କରିବେ କଲେଜ କର୍ତ୍ତୃପକ୍ଷ । ଟ୍ୱିଟ୍ ଯୋଗେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । November 26, 2019