ସରିଲା ବିଶ୍ବପ୍ରସିଦ୍ଧ ଯୋରନ୍ଦା ମାଘ ମେଳା

ଢେଙ୍କାନାଳ : ସରିଲା ବିଶ୍ବପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ଦୁଇବର୍ଷ ବ୍ୟବଧାନ ପରେ ଚଳିତବର୍ଷ ପୂର୍ଣାଙ୍ଗ ମାଘମେଳା ଅନୁଷ୍ଠିତ ହେଉଥିବାରୁ ମହିମା ସାଧୁ ଓ ଭକ୍ତଙ୍କ ଭିତରେ ଯଥେଷ୍ଟ ଆଗ୍ରହ ଓ ଉତ୍ସାହ ଦେଖିବାକୁ ମିଳିଥିଲା । ସୁନା ପଙ୍ଖାରେ ଛାଡୁ ଓ ଖାଲଟ ଦିଆଯାଇ ସୁନା ଚାମର ନିତି କରାଯାଇଥିଲା ।

ମାଘମେଳାର ପ୍ରଥମ ଦିବସକୁ ମାଘ ଚତୁର୍ଦ୍ଦଶୀ ଓ ଦ୍ବିତୀୟ ଦିନକୁ ମାଘ ପୂର୍ଣ୍ଣିମା ଭାବରେ ପାଳନ କରାଯାଏ । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଉଭୟ ଗାଦି ମନ୍ଦିର ଓ ଜ୍ୟୋତି ମନ୍ଦିରରେ କୌପୁନୀଧାରୀ ମହିମାସାଧୂ ଓ ବକଳଧାରୀ ମହିମାସାଧୂଙ୍କ ଦ୍ବାରା ଝାଡ ଦୀପ ପ୍ରଜ୍ବଳନ କରାଯାଇଥିଲା । ଯୋରନ୍ଦା ଯାତ୍ରା ପଡିଆରେ ମନୋହରୀ ସାମଗ୍ରୀ, ଖାଦ୍ୟ ଷ୍ଟଲ ସହ ହଜାର ହଜାର ସଂଖ୍ୟାରେ ଉଠା ଦୋକାନୀଙ୍କ ଭିଡ ଜମିଥିଲା ।