ଏମିତି ଗାଈ, ଦିନକୁ ଦେଉଛି ୧୪୦ ଲିଟର କ୍ଷୀର

ନନ୍ଦିଘୋଷ ବ୍ୟୁରୋ : ଦିନକୁ ଗାଈ ଦେବ ୧୪୦ ଲିଟର କ୍ଷୀର । ଜୀବନ କାଳ ଭିତରେ ଦେବ ୧୦୦ ଟନ୍ ବା ୨ ଲକ୍ଷ ୮୩ ହଜାର ଲିଟର କ୍ଷୀର । ଏମିତି ଗାଈ ପ୍ରସ୍ତୁତ କରିଛି ଚାଇନା । ପ୍ରତିଟି କ୍ଷେତ୍ରରେ ଚାଇନା ଯେଉଁଭଳି ପ୍ରଯୁକ୍ତି ବିଦ୍ୟାରେ ଆଗଉଛି । ଗାଈ ଉତ୍ପାଦନରେ ମଧ୍ୟ ଆଗେଇବ ଚୀନ । ଏମିତି ଅଜବ ଧରଣର ଏକ୍ସିପେରିମେଣ୍ଟ କରି ତିଆରି କରିଛି ଗାଈ। ଯେଉଁ ଗାଈ ଦେବେ ଭରପୁର କ୍ଷୀର । ଚୀନଲ ବୈଜ୍ଞାନିକ ଦାବି କରିଛନ୍ତି ଯେ, ସେମାନେ କ୍ଲୋନି ଜରିଆରେ ୩ ସୁପର କାଓ ପ୍ରସ୍ତୁତ କରିଛନ୍ତି । ଏହି ସୁପର ଗାଈ ଦେବେ ଦିନକୁ ୧୪୦ ଲିଟର କ୍ଷୀର ।

ନର୍ଥୱେଷ୍ଟ ଯୁନିଭର୍ସିଟର ବୈଜ୍ଞାନିକମାନେ ଏଭଳି ଏକ୍ସୁପେରିମେଣ୍ଟ କରିଛନ୍ତି । ଦୁଇମାସ ତଳେ ବାଛୁରୀ ଜନ୍ମ ହୋଇଥିଲା । ଏହି ସୁପର କାଓ ନେଦରଲ୍ୟାଣ୍ଡସରୁ ଆସୁଥିବା ହୋଲଷ୍ଟିନ୍ ଫ୍ରିସିଅନରୁ କ୍ଲୋନିଂ କରାଯାଇଛି । ବିନା ଯୌନଗତ ପକ୍ରିୟାରେ ଏକ ଜୀବନରୁ ଅନ୍ୟ ଉପାୟରେ ଆଉ ଏକ ଜୀବକୁ ପ୍ରସ୍ତୁତ ହେଉଥିବା ପକ୍ରିୟାକୁ କ୍ଲୋନିଂ କୁହାଯାଏ । ବୈଜ୍ଞାନିକମାନେ ଏକ ଜୀବର ଜିଏନଏ ନେଇ ଏହା ସାହାର୍ଯ୍ୟରେ ତାହାର ପ୍ରତିରୂପ ପ୍ରସ୍ତୁତ କରିଥାନ୍ତି । ଏହି ସମୟରେ ବୈଜ୍ଞାନିକମାନେ ନିଜ ହିସାବରେ ଜିନରେ ପରିବର୍ତ୍ତନ କରିଥାଆନ୍ତି ଷ ଯାହା ଦ୍ୱାରା ଏହି ଜୀବନ ଅନ୍ୟ ସାଧାରଣ ଜୀବନ ତୁଳନାରେ ଅଧିକ ଲାଭଦାୟକ ହୋଇଥାଏ ।

ଭଲ ପ୍ରଜାତିର ଗାଈର କୋଷକୁ ସଂଗ୍ରହ କରାଯାଇ ସେଥିରୁ ଭ୍ରୁଣ ପ୍ରସ୍ତୁତ କରାଯାଇଥିଲା । ପରେ ତାହାକୁ ୧୨୦ ଗାଈଙ୍କ ଠାରେ ଛଡାଯାଇଥିଲା । ଏହି ଗାଈଗୁଡ଼ିକ ମଧ୍ୟରେ ୪୨ ପ୍ରତିଶତ ଗର୍ଭବତୀ ହୋଇଥିଲେ । ଏବେ ୩ଟି ସୁପରଜକାଓ ଜନ୍ମ ନେଇସାରିଥିବାବେଳେ ଆଗାମୀ ଦିନରେ ବଳକା ଗାଈଗୁଡ଼ିକ ପ୍ରସବ କରିବେ । ଗୋଟିଏ ସୁପରକାଓ ବର୍ଷକୁ ୧୮ ଟନ୍ କ୍ଷୀର ଦେବାରେ ସକ୍ଷମ । ଏହା ଆମେରୀକୟ ସାଧାରଣ ଗାଇ ତୁଳନାରେ ୧.୭ ପ୍ରତିଶତ ଅଧିକ । ଆଗାମୀ ୧୦ ବର୍ଷ ଭିତରେ ଆଉ ୧୦ ହଜାର ସୁପର କାଓ ଜନ୍ମ କରାଯିବ ବୋଲି ପ୍ରୋଜେକ୍ଟ ମୁଖ୍ୟ କହିଛନ୍ତି ।