ମୋଦୀ ଶାସନରେ ଆଦାନୀ ୬୦୯ ସ୍ଥାନରୁ ଉପରକୁ ଉଠି ଦ୍ୱିତୀୟ ସ୍ଥାନର ଧନୀ ହୋଇଥିଲେ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରା ପରେ ଫର୍ମରେ ନଜର ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ବଜେଟ୍ ପରେ ସଂସଦ ଅନେକ ଦିନ ପର୍ଯ୍ୟନ୍ତ ସ୍ଥଗିତ ରହିବା ପରେ ମଙ୍ଗଳବାର ପୁଣିଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ସରକାରଙ୍କୁ ଟାର୍ଗେଟ କରଥିଲେ । ସେ କହିଥିଲେ ଯେ, କେମିତି ଗୌତ ଆଦାନୀ ଯିଏକି ୨୦୧୪ରେ ଧନୀ ସୂଚୀର ୬୦୯ତମ ସ୍ଥାନରେ ଥିଲେ, ସେ କିପରି ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଥିଲେ । ତେବେ ଏ କି ପ୍ରକାର ଯାଦୁ? ରାହୁଲ ଗାନ୍ଧି ଆଦାନୀଙ୍କ ଏୟାରପୋର୍ଟ ବିଜନେସ୍ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ବିନା ଅନୁଭବ ଥିବା କମ୍ପାନୀକୁ ଏହି କାର୍ଯ୍ୟ ମିଳୁନଥିଲା କିନ୍ତୁ ଗୌତମ ଆଦାନୀଙ୍କ କମ୍ପାନୀକୁ ଏହି କାମ ଦିଆଯାଇଥିଲା । ୬ଟି ବିମାନବନ୍ଦର ତାଙ୍କୁ ଦେଇ ଦିଆଗଲା ।

ରାହୁଲ ଗାନ୍ଧି ଆଗକୁ କହିଥିଲେ ଯେ ଡ୍ରୋନ ବନାଇବାର ଠିକା ମଧ୍ୟ ଆଦାନୀ ଗ୍ରୁପକୁ ମିଳିଛି । ଇସ୍ରାଏଲ ଯିବା ପରେ ପିଏମ ମୋଦି ଏହାହର ଠିକା ଆଦାନୀକୁ ଦେଇ ଦେଇଛନ୍ତି, ଯାହାର କୌଣସି ଅନୁଭବ ଏହି ସେକ୍ଟରରେ ନାହିଁ । ରାହୁଲ ଗାନ୍ଧି କହିଛନ୍ତି, ନରେନ୍ଦ୍ର ମୋଦି ପିଏମ ହେବା ପରେ ଜାଦୁ ଆରମ୍ଭ ହୋଇଯାଇଛି । ତେବେ ରାହୁଲଙ୍କ ଏହି ବୟାନ ଉପରେ ଆପତ୍ତି ପ୍ରକାଶ କରିଥିଲେ ମନ୍ତ୍ରୀ କିରଣ ରିଜଜୁ । ରିଜଜୁ କହିଥିଲେ ଆପଣ ବିନା କୌଣସି ପ୍ରମାଣରେ ମନମାନି କରି ଅଭିଯୋଗ କରୁଛନ୍ତି । ଏହାର ଜବାବରେ ରାହୁଲ ଗାନ୍ଧି କହିଥିଲେ ଆମେ ପ୍ରମାଣ ମଧ୍ୟ ଦେଇ ଦେବୁ । ଆଗକୁ କହିଥିଲେ, ମୁଁ ଭାରତ ଯୋଡୋ ଯାତ୍ରା ସମୟରେ ବହୁତ କିଛି ଶିଖିଛି । ସମ୍ପୂର୍ଣ୍ଣ ଯାତ୍ରା ସମୟରେ ସବୁ ସ୍ଥାନରେ ଆଦାନୀଙ୍କ ନାଁ ଶୁଣିବାକୁ ମିଳିଥିଲା ।