ବିବାହ ବନ୍ଧନରେ ବାନ୍ଧିହେଲେ ସିଦ୍ଧାର୍ଥ-କିଆରା

1 min read

ଜୟପୁର: କିଆରା ଆଡଭାନୀଙ୍କୁ ସାତ ଜନ୍ମର ସାଥି କଲେ ସିଦ୍ଧାର୍ଥ ମଲହୋତ୍ରା । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଦୁଇ ବଲିଉଡ ଲଭ ବାର୍ଡ । ରାଜକୀୟ ଅନ୍ଧାଜରେ ଦୁଇ ଲଭବାର୍ଡସଙ୍କ ବିବାହ ସମ୍ପନ୍ନ ହୋଇଛି । ଅଗ୍ନିକୁ ସାକ୍ଷି ରଖି ଦୁହେଁ ଦୁହିଁକର ହୋଇଛନ୍ତି । ଏବେ ସାରା ଦୁନିଆ ତାଙ୍କୁ ପତି-ପତ୍ନୀ ରୂପରେ ଜାଣିବ । ଏହି ଗ୍ରାଣ୍ଡ ୱେଡିଂରେ ଉଭୟଙ୍କ ପରିବାର ଏବଂ ସମ୍ପର୍କୀୟ ଲୋକ ସାମିଲ ହୋଇଥିଲେ । ଅନେକ ବଲିଉଡ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ସାମିଲ ହୋଇଥିଲେ । ଜୈସଲମେରର ସୂର୍ଯ୍ୟଗଡ଼ ପାଲେସରେ ବିବାହ ଧୁମଧାମରେ ସମ୍ପନ୍ନ ହୋଇଛି ।

ବିବାହରେ ବର ସିଦ୍ଧାର୍ଥ ମଲହୋତ୍ରା ଧମାକାଦାର ଏଣ୍ଟ୍ରି କରିଥିଲେ । ସାଜନ ଜି ଘର ଆଏ ଗୀତରେ ସିଦ୍ଧାର୍ଥ ଏଣ୍ଟ୍ରି କରିଥିଲେ । ଏହା ବ୍ୟତୀତ ତାଙ୍କ ଫିଲ୍ମ ବାର ବାର ଦେଖୋ ଫିଲ୍ମର ପ୍ରସିଦ୍ଧ ଗୀତ କାଲା ଚସ୍ମା ମଧ୍ୟ ବରାତୀ ଆସିବା ସମୟରେ ବାଜିଥିଲା । ବିବାହ ସମ୍ପନ୍ନ ହେବା ପରେ ସାମାଜିକ ଗଣମାଧ୍ୟମରେ ଏହି କପଲଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ କିଆରା କିମ୍ବା ସିଦ୍ଧାର୍ଥଙ୍କ ପରିବାର ପକ୍ଷରୁ ବିବାହ ସମ୍ପନ୍ନ ନେଇ ଗଣମାଧ୍ୟମକୁ ସୂଚନା ଦିଆଯାଇ ନାହିଁ ।