ଭୁବନେଶ୍ୱର/ସମ୍ବଲପୁର: କୃଷିଋଣ ଜାଲିଆତି କରି ବନ୍ଧାହେଲେ ୨ ବ୍ୟାଙ୍କର୍ସ । କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ସିଣ୍ଡିକେଟ ବ୍ୟାଙ୍କର ୨ ଜଣ ପୂର୍ବତନ ଅଧିକାରୀଙ୍କୁ ଗିରଫ କରିଛି । ଦୁହେଁ ବୁର୍ଲା ସିଣ୍ଡିକେଟ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ସୁବାସ ଚନ୍ଦ୍ର ଦାଶ ଓ ପୂର୍ବତନ ସହକାରୀ ମ୍ୟାନେଜର ମାରିନସ୍ ଲାକ୍ରା । ଜାଲ୍ କାଗଜପତ୍ର ଜରିଆରେ ୧୯୬ ଜଣଙ୍କ ନାଁରେ ୧ ଲକ୍ଷ ଟଙ୍କା ଲେଖାଏଁ କୃଷିଋଣ ମଞ୍ଜୁର କରିଥିଲେ । ୨୦୧୪ରୁ ୧୬ ମସିହା ମଧ୍ୟରେ ସିଣ୍ଡିକେଟ କିଶାନ କାର୍ଡ ଜରିଆରେ ୧ କୋଟି ୯୬ ଲକ୍ଷ ଟଙ୍କାର କାରବାର ହୋଇଥିଲା ।
କେୱାଇସି ଯାଞ୍ଚ ବେଳେ ଋଣ ନେଇଥିବା ଲୋକ ଓ ତଥ୍ୟରେ ତାଳମେଳ ହୋଇନଥିଲା । ଏପିରିକି ଋଣ ଦିଆଯାଇଥିବା ୧ କୋଟି ୯୬ ଲକ୍ଷ ଟଙ୍କାକୁ ବ୍ୟାଙ୍କ ଏନପିଏ ଘୋଷଣା କରିଥିଲା । କୃଷିଋଣ ପ୍ରଦାନରେ ଘୋଟାଲା ନେଇ ସିଣ୍ଡିକେଟ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ ଶାଖାର ମ୍ୟାନେଜର କ୍ରାଇମବ୍ରାଞ୍ଚ ଇଓଡବ୍ଲୁରେ ଅଭିଯୋଗ କରିଥିଲେ । ଇଓଡବ୍ଲୁ ମାମଲା ରୁଜୁ କରିବା ସହ ଆଇପିସି ଧାରା ୪୧୯/୪୨୦/୪୬୭/୪୬୮/୪୭୧/୪୦୯/ ୧୨୦ (ବି)ରେ ଉଭୟଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଏଥିସହ ଗିରଫଙ୍କ ବାସଭବନରେ ରେଡ୍ କରାଯାଇ ବହୁ କାଗଜପତ୍ର ଇଓଡବ୍ଲୁ ଜବତ କରିଛି ।
ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ପଶ୍ଚିମ ଓଡ଼ିଶାରେ କେତେବେଳେ ଚାଷୀ ଋଣ ପାଇଁ ଜୀବନ ହାରୁଛି ତ ଆଉ କେବେ ଟଙ୍କା ଅଭାବରୁ ଫସଲ ନଷ୍ଟ ଖବର ସାମନାକୁ ଆସୁଛି । ଏପରିସ୍ଥଳେ କୃଷିଋଣ ନାଁରେ ବ୍ୟାଙ୍କ କର୍ମଚାରୀ ପ୍ରାୟ ୨ କୋଟି ଟଙ୍କାର ଘୋଟାଲା ସମ୍ବଲପୁରରେ ଚାଷୀଙ୍କୁ କେମିତି ଋଣ ଦିଆଯାଉଛି ତାକୁ ପ୍ରମାଣିତ କରିଛି ।
କୃଷିଋଣ ଦୁର୍ନୀତିରେ ସିଣ୍ଡିକେଟ ବ୍ୟାଙ୍କର ପୂର୍ବତନ ଅଧିକାରୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ
କୋଟିଏରେ ଦେଖିବାକୁ ମିଳେ ଏମିତି ଗୋଟିଏ ଘଟଣା
ପିପିଲି: ମାନବିକତା ପରିଚୟ ଦେଲେ ୨ ଯୁବକ । ଫେରାଇଲେ ରାସ୍ତାରୁ ପାଇଥିବା ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ଗହଣା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ନିମାପଡ଼ା ଗୋପୀନାଥ ପାଟଣାର ଚନ୍ଦନ ବାରିକ ଓ ଆଲୋକ ନାୟକଙ୍କ ଏ କାର୍ଯ୍ୟକୁ ସମସ୍ତେ ଭୂୟସୀ ପ୍ରଶଂସା କରୁଛନ୍ତି ।
ଗତ ୧୮ ତାରିଖରେ ନିମାପଡ଼ା ବ୍ଲକ୍ ଇଚ୍ଛାପୁର ଗାଁର କାବେରୀ ପ୍ରଧାନଙ୍କ ଭ୍ୟାନିଟି ବ୍ୟାଗଟି ଗୋପୀନାଥ ପାଟଣା ଗାଁ ନିକଟରେ ଖସିପଡ଼ିଥିଲା । ତାକୁ ପାଇଥିଲେ ଗାଁର ଚନ୍ଦନ ବାରିକ ଓ ଆଲୋକ ନାୟକ । ଭ୍ୟାନିଟିରେ ପର୍ସ ସହ ସୁନା ଅଳଙ୍କାର ଥିବା ଦେଖିଥିଲେ । ହେଲେ, ଉଭୟ ଲୋଭ ନକରି ଗ୍ରାମବାସୀଙ୍କୁ ଏନେଇ ଜଣାଇଥିଲେ । ଆଉ ସୋସିଆଲ ମିଡିଆରେ ହଜିଥିବା ଜିନିଷର ଫଟୋ ଫୋଷ୍ଟ କରିଥିଲେ ।
ସୋସିଆଲ ମିଡିଆରୁ ଜାଣିବା ପରେ ଗୋପୀନାଥପୁର ପାଟଣା ଗ୍ରାମବାସୀଙ୍କୁ ନିଜ ଭ୍ୟାନିଟି ବୋଲି ଦାବି କରିବା ସହ କାବେରୀ ପ୍ରମାଣ ଦେଇଥିଲେ । ତାପରେ ଗ୍ରାମବାସୀ କାବେରୀଙ୍କୁ ବ୍ୟାଗ ଓ ଅଳଙ୍କାର ହସ୍ତାନ୍ତର କରିବା ସହ ୨ ଯୁବକଙ୍କୁ ପ୍ରଶଂସା କରିଛନ୍ତି । ହଜିଥିବା ଜିନିଷ ପାଇ ଫେରାଇଥିବାରୁ ଚନ୍ଦନ ଓ ଆଲୋକଙ୍କୁ କାବେରୀ ପ୍ରଶଂସା କରିବା ସହ ତାଙ୍କ ନିକଟରେ ଋଣୀ ଥିବା କହିଛନ୍ତି ।
ଘରଦ୍ୱାର ଛାଡ଼ି ଶ୍ମଶାନରେ ବନ୍ଧୁ, ପଢ଼ନ୍ତୁ ଭିନ୍ନ ଏକ କାହାଣୀ
ମାଲକାନଗିରି: କୁହାଯାଏ ମଶାଣି ହେଉଛି ସମସ୍ତଙ୍କ ଶେଷ ଲକ୍ଷ୍ୟସ୍ଥଳୀ । ମଣିଷ ଯେତେ ଯାହା କରୁନା କାହିଁକି ଶେଷରେ ସେ ମଶାଣିରେ ନିଜର ଅନ୍ତିମ ଯାତ୍ରାରେ ବିରାମ ଲଗାଇଥାଏ । ଜଣେ ଜୀବିତ ମଣିଷ କେବେବି ମଶାଣିରେ ରହିବା କଥା ଭାବେନା ବରଂ ଅଧିକାଂଶଙ୍କ ମନରେ ଏହି ନାମ ଶୁଣିବା ମାତ୍ରେ ଭୟ ସୃଷ୍ଟି ହୁଏ । କିନ୍ତୁ ଏସବୁର ବିପରୀତ ଭାବେ ମାଲକାନଗିରି ଜିଲ୍ଲାରେ ଏମିତି ଏକ ମଶାଣି ଅଛି ଯେଉଁଠାକୁ ଲୋକେ ଯିବା ପାଇଁ ଭୟ ବଦଳରେ ଆଗ୍ରହ ପ୍ରକାଶ କରୁଛନ୍ତି । ମଶାଣିଟିକୁ ଜଣେ ବ୍ୟକ୍ତି ବର୍ତମାନ ଅବର୍ଜନାର ସଦୁପଯୋଗ କରି ଏଭଳି ସୁନ୍ଦର କରିବାରେ ଲାଗିଛନ୍ତି ଯେ ତାହା ବର୍ତମାନ ଲୋକଙ୍କ ମନରେ ଏକ ଉଦ୍ୟାନର ଭ୍ରମ ସୃଷ୍ଟି କରୁଛି । କେବଳ ସେତିକି ନୁହେ ସେ ନିଜେ ମଶାଣିରେ ରହିବା ସହ ମଶାଣିର ପରିବେଶକୁ ସ୍ଵଚ୍ଛ କରିବାରେ ଲାଗିଛନ୍ତି । ତେବେ ଏମିତି ଏକ ମସାଣି ବନ୍ଧୁ ହେଉଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ବନ୍ଧୁ ନାଏକ ।

ବନ୍ଧୁ ନାଏକ ସାଜିଛନ୍ତି ଜଣେ ମଶାଣି ବନ୍ଧୁ । ମଶାଣିକୁ ଦେଇଛନ୍ତି ଉଦ୍ୟାନର ରୂପ, ସଜାଇ ହୋଇଛି ସାରା ପରିବେଶ । ଲୋକଙ୍କ ଆବର୍ଜନାକୁ ବ୍ୟବହାର କରି ସୁସଜ୍ଜିତ କରିବାରେ ଲାଗିପଡିଛନ୍ତି । କେଉଁଠି ପଲିଥିନ ବାନ୍ଧି ତ ପୁଣି କେଉଁଠି ପ୍ଲାଷ୍ଟିକ ବୋତଲ ବ୍ୟବହାର କରି ନିର୍ମାଣ କରାଯାଇଛି ଅନେକ କଳାକୃତି । ଲୋକଙ୍କ ମନରେ ଏହା ଏବେ ସୃଷ୍ଟି କରିଛି ଉଦ୍ୟାନର ଭ୍ରମ । ଏହି ମଶାଣି ରହିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ, ଆଉ ଏହାକୁ ଏଭଳି ରୂପ ଦେଇଥିବା କାରିଗର ହେଉଛନ୍ତି ଏହି ଅଞ୍ଚଳର ବନ୍ଧୁ ନାଏକ ।

ଦିନେକି ମାସେ ନୁହେ, ଏହି ମଶାଣିକୁ ନିଜର ଘର ଭାବି ବନ୍ଧୁ ନାଏକ ଦୀର୍ଘବର୍ଷ ଧରି ଏଠାରେ ରହି ଆସୁଛନ୍ତି । ପୂର୍ବରୁ ଜଣେ କାଠ କାରିଗର ଭାବେ କାମ କରୁଥିବା ବନ୍ଧୁ ନାଏକ ବର୍ତ୍ତମାନ ମାନସିକ ରୋଗରେ ପୀଡିତ ଥାଇବି ନିଜର କଳାକୃତିକୁ ଭୁଲି ନାହାନ୍ତି । ଦିନେ ଶୁଷ୍କ କାଠରେ ଜୀବନ ଭରିଦେଉଥିବା ବନ୍ଧୁ ନାଏକ ମଶାଣିରେ ରହିବା ସହ ନିଜ ପରିଶ୍ରମ ବଳରେ ମଶାଣିର ପରିବେଶକୁ ଅତି ସୁନ୍ଦର ଭାବରେ ସଜାଇଛନ୍ତି । ଯାହାକି ବର୍ତମାନ ଏଠାକାର ଲୋକଙ୍କୁ ଆକୃଷ୍ଟ କରିବାରେ ଲାଗିଛି ।

ମାଥିଲି ଅଞ୍ଚଳର ବେଶ ଜଣାଶୁଣା କାଠ କାରିଗର ନିଜେ ପରିଶ୍ରମ କରିବା ସହ ନିଜର ପରିବାର ପ୍ରତିପୋଷଣ କରୁଥିଲେ ବନ୍ଧୁ ନାଏକ । କିନ୍ତୁ ସମୟ ସୁଅରେ ବଦଳିଥିଲା ବନ୍ଧୁ ନାଏକଙ୍କ ଜୀବନ ଶୈଳୀ । ନିଜ ସ୍ତ୍ରୀ ଓ ପୁଅଙ୍କ ମୃତ୍ୟୁ ପରେ ମାନସିକ ଚାପରେ ସେ ଘର ଛାଡି ମଶାଣିକୁ ନିଜର ଘର କରି ନେଇଥିଲେ । ମଶାଣିରେ ରହି ରହି କ୍ରମଶଃ ନିଜ ପରିବାରର ବିୟୋଗରେ ସେ ମାନସିକ ବିକାର ଗ୍ରସ୍ତ ମଧ୍ୟ ହୋଇଥିଲେ । ତେବେ ମାନସିକ ବିକୃତ ବନ୍ଧୁ ନାଏକ କିନ୍ତୁ ଭୁଲି ନଥିଲେ ନିଜର କଳାକୃତିକୁ ।

ତାଙ୍କ ପାଇଁ ସରକାରୀ ସ୍ତରରେ କୌଣସି ସୁବିଧା ଯୋଗାଇ ଦିଆଯାଉନାହିଁ କିମ୍ବା ତାଙ୍କୁ ସୁସ୍ଥ କରିବା ପାଇଁ ମଧ୍ୟ କେହି ପଦକ୍ଷେପ ନେଉନାହାନ୍ତି । ମାଥିଲି ସରପଞ୍ଚଙ୍କୁ ପଚାରିବାରୁ ସେ ବନ୍ଧୁ ନାଏକଙ୍କ ସମସ୍ୟାର ସମାଧାନ କରିବା ପାଇଁ ପଦକ୍ଷେପ ନେବେ ବୋଲି ମତ ରଖିଛନ୍ତି ।
ଆପଣଙ୍କର ଗାଡ଼ି ଅଛି କି ? ଫାସଟାଗ୍ କଣ ଜାଣନ୍ତୁ, ନହେଲେ ଡିସେମ୍ୱର ୧ରୁ ଟୋଲ୍ ଗେଟରେ ଦେବେ ୨ ଗୁଣା ନଗଦ
ଭୁବନେଶ୍ୱର : ଏଣିକି ଜାତୀୟ ରାଜପଥରେ ଗାଡ଼ି ଚଳାଇବାକୁ ହେଲେ ବହୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଗାଡ଼ିର କାଗଜପତ୍ର ଠିକ୍ ଠାକ୍ ନଥିଲେ ଟୋଲ୍ ଗେଟରେ ଦେବାକୁ ପଡ଼ିପାରେ ମୋଟା ଅଙ୍କର ଫାଇନ୍ । କାରଣ ଡିସେମ୍ୱର ୧ ତାରିଖରୁ ସାରା ଦେଶରେ ଲାଗୁ ହେବାକୁ ଯାଉଛି ଇଲେକ୍ଟ୍ରୋନିକ୍ ଟାଗ୍ ବା ଫାସଟାଗ୍ ବ୍ୟବସ୍ଥା।

ଜାତୀୟ ଇଲେକ୍ଟ୍ରୋନିକ୍ ଟୋଲ୍ ଆଦାୟ ଓ୍ୱେବସାଇଟର ତଥ୍ୟ ଅନୁସାରେ ଫାସଟାଗ୍ ହେଉଛି ଏଭଳି ଏକ ଯନ୍ତ୍ର ଯାହା ରେଡିଓ ଫ୍ରିକ୍ୱେନସି ଆଇଡିନଟିଫିକେସନ୍ ଟେକ୍ନୋଲୋଜି ମାଧ୍ୟମରେ ଟୋଲ୍ ପରିଚାଳିତ କରିଥାଏ । ଡିସେମ୍ୱର ୧ ତାରିଖରୁ ଦେଶର ସମସ୍ତ ୪୫୦ଟି ଟୋଲ୍ ପ୍ଲାଜାରେ ଏହାକୁ ଲାଗୁ କରାଯିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଫାସଟାଗ୍ ବ୍ୟବହାର କରୁନଥିବା ଗାଡ଼ି ଚାଳକ ଫାଷ୍ଟଟାଗ୍ ଲେନରେ ଗଲେ ୨ ଗୁଣା ଟୋଲ୍ ଦେବେ । ଜୁଲାଇ ମାସରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ଏ ନେଇ ନୂଆ ନିୟମ ଲାଗୁ କରିସାରିଛି । ଏହା ଡିସେମ୍ୱର ମାସରୁ ଲାଗୁ ହେବ ।

ଫାସଟାଗ୍ ବ୍ୟବସ୍ଥା ଲାଗୁ ହେବା ପରେ, ଟୋଲ ଗେଟ ଗୁଡ଼ିକରେ ଭିଡ଼ ନିୟନ୍ତ୍ରଣ କରାଯିବା ସହ, ଡିଜିଟାଲ୍ ପେମେଣ୍ଟ ମଧ୍ୟ ସହଜ ହୋଇପାରିବ । ଅଧିକ ସମୟଧରି ଆଉ ଟୋଲ୍ ଗେଟରେ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।
ଫାସଟାଗ୍ କଣ ?
ଫାସଟାଗ୍ ହେଉଛି ଏକ ଇଲେକ୍ଟ୍ରୋନିକ୍ ଟ୍ୟାଗ୍ ବ୍ୟବସ୍ଥା । ଏହା ଏକ ପ୍ରି-ପେଡ୍ ଟ୍ୟାଗ୍ ସର୍ଭିସ୍ । ଥରୁଟିଏ ଏହା ଆକ୍ଟିଭ୍ ହେବା ପରେ ଗାଡ଼ିର ଓ୍ୱିଣ୍ଡସ୍କ୍ରିନରେ ଏହାକୁ ଲଗାଇ ଦିଆଯିବ । ଟୋଲ୍ ଗେଟରେ ଥିବା ଏଣ୍ଟିନା ଫାସଟାଗ୍ ଲାଗିଥିବା ଗାଡିକୁ ତୁରନ୍ତ ରେଡିଓ ଫ୍ରିକ୍ୱେନ୍ସିରେ ସ୍କାନ କରିପାରିବ । ଗାଡ଼ି ଚାଲୁଥିବା ଅବସ୍ଥାରେ ଏହାକୁ ସ୍କାନ୍ କରି ଆପେ ଆପେ ଛାଡ଼ିଦେବ।
ଫାସଟାଗ୍ ସହିତ ଟୋଲ୍ ପ୍ଲାଜା ଅତିକ୍ରମ କଲେ କଣ ହେବ ?
ଗାଡ଼ିରେ ଫାଷ୍ଟଟାଗ୍ ଲାଗିଥିଲେ ଫାସଟାଗ୍ ସହିତ ପୂର୍ବରୁ ଲିଙ୍କ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରୁ ନିର୍ଧାରିତ ଟୋଲ୍ ପରିମାଣ ଗେଟରେ କଟିଯିବ । ଏହାପରେ ରେଜିଷ୍ଟର ମୋବାଇଲ ନମ୍ୱରରେ ଏକ ମ୍ୟାସେଜ୍ ଆସିବ । ତେଣୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ କିମ୍ୱା ଟଙ୍କା ଦେବାକୁ ମଧ୍ୟ ପଡ଼ିବ ନାହିଁ । ଭାରତୀୟ ରାଜପଥ ମ୍ୟାନେଜମେଣ୍ଟ କଂପାନୀ ଲିମିଟେଡ ଫାସଟାଗକୁ ପରିଚାଳିତ କରୁଛି ।
ବିନା ଫାସଟାଗରେ ଟୋଲ୍ ଗେଟ୍ ଅତିକ୍ରମ କଲେ କଣ ହେବ ?
ଡିମେସ୍ୱର ୧ ତାରିଖରୁ ଫାଷ୍ଟଟାଗ୍ ଲେନରେ ବିନା ଫାଷ୍ଟଟାଗରେ ଯାତ୍ରା କଲେ ଆପଣଙ୍କୁ ଫାଇନ୍ ଦେବାକୁ ପଡ଼ିବ । ଟୋଲ ଅର୍ଥର ଦୁଇଗୁଣା ନଗଦ ଦେବେ । ଏହା ବାଧ୍ୟତାମୂଳକ ।
କେମିତି କିଣିବେ ଫାସଟାଗ୍ ?
ଫାସଟାଗକୁ ଉଭୟ ଅନଲାଇନ୍ ଓ ଅଫଲାଇନରେ କିଣାଯାଇ ପାରିବ । ଦେଶରେ ବିଭିନ୍ନ ବ୍ୟାଙ୍କରୁ ପ୍ରତିଷ୍ଠା ହୋଇଥିବା ୨୮ ହଜାର ପଏଣ୍ଟ ଅଫ୍ ସେଲରୁ ଏହାକୁ ନିଆଯାଇପାରିବ । ବିଭିନ୍ନ ବ୍ୟାଙ୍କରୁ ମଧ୍ୟ ଏହାକୁ ଲାଗୁ କରାଯାଇପାରିବ । ଜାତୀୟ ରାଜପଥ ଫି ପ୍ଲାଜା, ଆରଟିଓ ଅଫିସ, କମନ୍ ସର୍ଭିସ୍ ସେଣ୍ଟର, ଟ୍ରୋନ୍ସପୋର୍ଟ ହବ୍ ପ୍ରଭୃତିରୁ ମିଳିପାରିବ ଫାସଟାଗ୍ । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇଆଇସିଆଇ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ଏଚଡିଏଫସି, ଆଇଡିଏଫସି ବ୍ୟାଙ୍କ, ପେଟିମ୍, ଆମାଜନ୍ ପ୍ରଭୃତିରୁ ଅନଲାଇନ୍ ଏହାକୁ କିଣାଯାଇପାରିବ । ତେବେ ଡିସେମ୍ୱର ୧ ତାରିଖ ପୂର୍ବରୁ ଏହାକୁ କିଣିବା ଦରକାର ।
ଫାସଟାଗ୍ କିଣିବାକୁ କଣ କାଗଜପତ୍ର ଦରକାର ?
ଫସଟାଗ୍ କିଣିବାକୁ ଦରକାର କେଓ୍ୱାଇସି, ଗାଡ଼ିର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍, ଠିକଣା ପ୍ରମାଣପତ୍ର ଏବଂ ଗୋଟିଏ ପାସପୋର୍ଟ ଫଟୋର ଆବଶ୍ୟକତା ରହିଛି ।
ଶୀତଦିନେ ଅଧିକ ଥଣ୍ଡା ହେଉଛି କି ? ହୋଇପାରେ ଏହି ସବୁ ସମସ୍ୟା
ପାଣିପାଗର ପରିବର୍ତ୍ତନ ହେବା କ୍ଷଣି ଶରୀରକୁ ସାଧାରଣତଃ ଥଣ୍ଡା, ଜ୍ୱର, କାଶ ଭଳି ରୋଗ ମାଡ଼ି ବସେ । ବିଶେଷ କରି ଶୀତଦିନେ ଏହା ହେବା ସ୍ୱାଭାବିକ । ଅନେକ ଲୋକ ଏହାର ଘରୋଇ ଉପଚାର କରି କାମ ଚଳାଇ ନିଅନ୍ତି । କେବେକେବେ ଏହି ଫ୍ଲୁ ଅଳ୍ପ ଦିନରେ ଭଲ ହୋଇଯାଏ ତ କେବେକେବେ ଏହା ଦୀର୍ଘଦିନ ଧରି ଛାଡ଼ି ନଥାଏ ।
ତେବେ ଥଣ୍ଡା ହେଲେ ଯଦି ଆପଣଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି କିମ୍ବା ଛାତିରେ କଷ୍ଟ ଅନୁଭବ ହେଉଛି ତେବେ ଏହାକୁ ଆପଣ ଅଣଦେଖା କରନ୍ତୁ ନାହିଁ । ଏହା କାର୍ଡିଓମାୟୋପାଥିର ଲକ୍ଷଣ ହୋଇପାରେ ।

କାର୍ଡିଓମାୟୋପାଥି କ’ଣ?
ଏହା ଏକ ଏମିତି ରୋଗ ଯାହା ହୃତପିଣ୍ଡର ମାଂସପେଶୀ ଗୁଡିକୁ ଦୁର୍ବଳ କରିଦିଏ ଓ ଶରୀରରେ ରକ୍ତ ସଞ୍ଚାଳନ କ୍ଷମତା ମଧ୍ୟ କମାଇଦିଏ। କାର୍ଡିଓମାୟୋପାଥିରେ ମାଂସପେଶୀ ଗୁଡିକ କଠିନ ହୋଇଯାଏ । ଏହି ରୋଗର ଚିକିତ୍ସା ନ କଲେ ରୋଗୀ ଉଚ୍ଚ ରକ୍ତଚାପ, ଡାଇେବଟିସ, ଥାଇରଏଡ୍ ଜନିତ ସମସ୍ୟା ଭୋଗିଥାଏ । କେତେକ କ୍ଷେତ୍ରରେ ରୋଗୀର ହୃଦ୍ କ୍ରିୟା ବନ୍ଦ ହୋଇଯିବା ଆଶଙ୍କା ରହିଛି ।
ନିଶ୍ୱାସ ନେବାରେ ଅସୁବିଧା କିମ୍ବା ଛାତିରେ କଷ୍ଚ ଅନୁଭବ ହେଉଥିଲେ
ଏକ ରିପୋର୍ଟ ଅନୁସାରେ ଥଣ୍ଡା ହେଲେ ସାଧାରଣତଃ ଲୋକମାନଙ୍କୁ ନିଶ୍ୱାସ ନେବାରେ ଅସୁବିଧା ଓ ଛାତିରେ କଷ୍ଚ ଅନୁଭବ ହୋଇଥାଏ । ତଥାପି ଲୋକେ ଡାକ୍ତରଙ୍କ ପରାମର୍ଶ ନେବାକୁ ଉଚିତ ମନେ କରନ୍ତି ନାହିଁ । ଡାକ୍ତରଙ୍କ କହିବା ଅନୁସାରେ ଯଦି ଘରୋଇ ଉପଚାର ପରେ ମଧ୍ୟ ଆପଣଙ୍କ ଥଣ୍ଡା ଦୀର୍ଘଦିନ ଧରି କମୁ ନାହିଁ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇଯିବା ଆବଶ୍ୟକ ।
ରାଜକୁମାର @ 57, ବଲିଉଡରୁ ଛୁଟିଛି ଶୁଭେଚ୍ଛାର ସୁଅ
ଆଜି ହେଉଛି ବଲିଉଡ୍ ଜଗତର ଖ୍ୟାତାନାମା ପ୍ରଯୋଜକ, ନିର୍ଦ୍ଦେଶକ,ଏଡି଼ଟର୍ ତଥା ସ୍କ୍ରିପ୍ଟ ରାଇଟର୍ ରାଜକୁମାର ହିରାନୀଙ୍କ ଜନ୍ମଦିନ । ଆଜି ତାଙ୍କୁ ୫୬ ପୂରି ୫୭ ଚାଲିଲା । ଜନ୍ମଦିନରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

୧୯୬୨ ମସିହା ନଭେମ୍ବର ମାସ ୨୦ ତାରିଖରେ ସେ ନାଗପୁରର ସିନ୍ଧ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ବାଣିଜ୍ୟରେ ଗ୍ରାଜୁଏସନ୍ କରିସାରିବା ପରେ ପରିବାର ଲୋକଙ୍କ ଇଛା ଥିଲା ସେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ହୁଅନ୍ତୁ ବୋଲି । କିନ୍ତୁ ରାଜକୁମାରଙ୍କର ଥିଏଟର୍ ଓ ଫିଲ୍ମ ପ୍ରତି ଅହେତୁକ ଆଗ୍ରହ ଥିଲା । ତାଙ୍କ ବାପା ତାଙ୍କର ଇଛାଶକ୍ତିକୁ ଦେଖି ତାଙ୍କୁ ବମ୍ବେ ଆକ୍ଟିଂ ସ୍କୁଲ୍କୁ ପଢିବା ପାଇଁ ପଠେଇଲେ । କିନ୍ତୁ ସେ ସେଠିକାର ପରିବେଶରେ ନିଜକୁ ଖାପଖୁଆଇ ପାରିଲେ ନାହିଁ । ତେଣୁ ମାତ୍ର ତିନି ଦିନ ରହି ପୁଣି ନାଗପୁର ପଳେଇଆସିଲେ । ତା’ ପରେ Film & Television Institute of India ରେ ଡାଇରେକ୍ଟର ଏବଂ ଏଡିଟିଂ କୋର୍ସ କରି ସଫଳତାର ସ୍ୱାଦ ଚାଖନ୍ତି ରାଜକୁମାର ।

୧୯୯୩ରୁ କ୍ୟାରିଅର୍ ଆରମ୍ଭ କରିଥିବା ରାଜକୁମାର ପ୍ରଥମରୁ ଜଣେ ଏଡିଟର୍ ଭାବେ କାମ ଆରମ୍ଭ କରିଥିଲେ । ପରେ ବିଧୁ ବିନୋଦ ଚୋପ୍ରାଙ୍କ କିଛି ହିଟ୍ ଫିଲ୍ମର ସଂପାଦନା କରନ୍ତି ।
ଶେଷରେ ୨୦୦୩ ମସିହାରେ ଭାଗ୍ୟ ତାଙ୍କୁ ସାଥ୍ ଦିଏ ଆଉ ଆରମ୍ଭ କରନ୍ତି ପ୍ରଥମ ଫିଲ୍ମ “Munna Bhai MBBS” । ଏହି ଫିଲ୍ମ ବକ୍ସ ଅଫିସରେ ସୁପର ଡୁପର ହିଟ୍ ହୁଏ । ତା’ ପରେ ସେ ଆଉ ପଛକୁ ଫେରିନାହାଁନ୍ତି । ଗୋଟିଏ ପରେ ଗୋଟିଏ ସଫଳତା ଦେଇଛନ୍ତି ବଲିଉଡ୍କୁ । ପରେ ପରେ Lage Raho Munnabhai, 3 Idiots, PK, sanju ଭଳି ଫିଲ୍ମ କରି ଖାଲି ଭାରତ ନୁହେଁ ବାହାର ଦେଶରେ ବି ବେଶ୍ ନାଁ କମେଇଛନ୍ତି ।

ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଛା ଜଣାଇବା ସହିତ ଆଶା କରୁଛୁ ଏପ୍ରିଲ୍ ୨୦୨୦ରେ ରୁପେଲି ପରଦାକୁ ଆସିବାକୁ ଥିବା ତାଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚିତ୍ର “Munnabhai 3” ସଫଳତାର ଶୀର୍ଷରେ ପହଞ୍ଚୁ ।

