ରାଜକୁମାର @ 57, ବଲିଉଡରୁ ଛୁଟିଛି ଶୁଭେଚ୍ଛାର ସୁଅ

1 min read

 

ଆଜି ହେଉଛି ବଲିଉଡ୍‌ ଜଗତର ଖ୍ୟାତାନାମା ପ୍ରଯୋଜକ, ନିର୍ଦ୍ଦେଶକ,ଏଡି଼ଟର୍‌ ତଥା ସ୍କ୍ରିପ୍ଟ ରାଇଟର୍‌ ରାଜକୁମାର ହିରାନୀଙ୍କ ଜନ୍ମଦିନ । ଆଜି ତାଙ୍କୁ ୫୬ ପୂରି ୫୭ ଚାଲିଲା ।  ଜନ୍ମଦିନରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।  

୧୯୬୨ ମସିହା ନଭେମ୍ବର ମାସ ୨୦ ତାରିଖରେ ସେ ନାଗପୁରର ସିନ୍ଧ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ବାଣିଜ୍ୟରେ ଗ୍ରାଜୁଏସନ୍ କରିସାରିବା ପରେ ପରିବାର ଲୋକଙ୍କ ଇଛା ଥିଲା ସେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ହୁଅନ୍ତୁ ବୋଲି । କିନ୍ତୁ ରାଜକୁମାରଙ୍କର ଥିଏଟର୍ ଓ ଫିଲ୍ମ ପ୍ରତି ଅହେତୁକ ଆଗ୍ରହ ଥିଲା । ତାଙ୍କ ବାପା ତାଙ୍କର ଇଛାଶକ୍ତିକୁ ଦେଖି ତାଙ୍କୁ ବମ୍ବେ ଆକ୍ଟିଂ ସ୍କୁଲ୍‌କୁ ପଢିବା ପାଇଁ ପଠେଇଲେ । କିନ୍ତୁ ସେ ସେଠିକାର ପରିବେଶରେ ନିଜକୁ ଖାପଖୁଆଇ ପାରିଲେ ନାହିଁ । ତେଣୁ ମାତ୍ର ତିନି ଦିନ ରହି ପୁଣି ନାଗପୁର ପଳେଇଆସିଲେ । ତା’ ପରେ Film & Television Institute of India ରେ ଡାଇରେକ୍ଟର ଏବଂ ଏଡିଟିଂ କୋର୍ସ କରି ସଫଳତାର ସ୍ୱାଦ ଚାଖନ୍ତି ରାଜକୁମାର ।

୧୯୯୩ରୁ କ୍ୟାରିଅର୍ ଆରମ୍ଭ କରିଥିବା ରାଜକୁମାର ପ୍ରଥମରୁ ଜଣେ ଏଡିଟର୍ ଭାବେ କାମ ଆରମ୍ଭ କରିଥିଲେ ।  ପରେ ବିଧୁ ବିନୋଦ ଚୋପ୍ରାଙ୍କ କିଛି ହିଟ୍‌ ଫିଲ୍ମର ସଂପାଦନା କରନ୍ତି  ।

ଶେଷରେ ୨୦୦୩ ମସିହାରେ ଭାଗ୍ୟ ତାଙ୍କୁ ସାଥ୍‌ ଦିଏ ଆଉ ଆରମ୍ଭ କରନ୍ତି ପ୍ରଥମ ଫିଲ୍ମ “Munna Bhai MBBS” । ଏହି ଫିଲ୍ମ ବକ୍ସ ଅଫିସରେ ସୁପର ଡୁପର ହିଟ୍ ହୁଏ । ତା’ ପରେ ସେ ଆଉ ପଛକୁ ଫେରିନାହାଁନ୍ତି । ଗୋଟିଏ ପରେ ଗୋଟିଏ ସଫଳତା ଦେଇଛନ୍ତି ବଲିଉଡ୍‌କୁ । ପରେ ପରେ  Lage Raho Munnabhai, 3 Idiots, PK, sanju  ଭଳି ଫିଲ୍ମ କରି ଖାଲି ଭାରତ ନୁହେଁ ବାହାର ଦେଶରେ ବି ବେଶ୍ ନାଁ କମେଇଛନ୍ତି ।

ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଛା ଜଣାଇବା ସହିତ ଆଶା କରୁଛୁ ଏପ୍ରିଲ୍‌ ୨୦୨୦ରେ ରୁପେଲି ପରଦାକୁ ଆସିବାକୁ ଥିବା ତାଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚିତ୍ର “Munnabhai 3” ସଫଳତାର ଶୀର୍ଷରେ ପହଞ୍ଚୁ ।

Leave a Reply